ଡ୍ରାଇଭର ମହାସଂଘ ଖଲ୍ଲିକୋଟ ଶାଖା ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଖଲ୍ଲିକୋଟ,୧୫।୩(ଡି.ଏନ୍‌.ଏ.): ଓଡ଼ିଶା ଡ୍ରାଇଭର ମହାସଂଘ ଖଲ୍ଲିକୋଟ ଶାଖା ପକ୍ଷରୁ ଗୁରାପଲି ଟୋଲ୍‌ଗେଟ୍‌ ନିକଟ ଖଲ୍ଲିକୋଟ ଡ୍ରାଇଭର ସଙ୍ଘ କାର୍ଯ୍ୟାଳୟ ସମ୍ମୁଖରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହୋଇଛି। ଖଲ୍ଲିକୋଟ ସଙ୍ଘ ସଭାପତି ମୁନା ପାତ୍ରଙ୍କ ନେତୃତ୍ୱରେ ୩୦୦ରୁ ଊଦ୍ଧର୍‌ବ ଡ୍ରାଇଭର ୯ ଦଫା ସମ୍ବଳିତ ଦାବି ନେଇ ନାରବାଜି କରିଛନ୍ତି। ଦାବି ପୂରଣ ନ ହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଭାପତି ଏବଂ କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ। ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଇ ଯାଉଥିବା ଡ୍ରାଇଭରଙ୍କ ବେକରେ ଫୁଲମାଳ ଦେଇ ଜୁହାର କରୁଥିବା ଦେଖାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ନ ହେବା ପାଇଁ ଖଲ୍ଲିକୋଟ ପୋଲିସ ଧାରଣା ସ୍ଥାନରେ ରହିଛନ୍ତି। ଆନ୍ଦୋଳନରେ ସଙ୍ଘ ସଭାପତିଙ୍କ ସମେତ ଉପସଭାପତି ହେମନ୍ତ ଅଧିକାରୀ, ସମ୍ପାଦକ ଭକ୍ତ ପ୍ରହ୍ଲାଦ ବିଶୋଇ, ଅଜୟ କୁମାର ପଣ୍ଡା, ଜଗବନ୍ଧୁ ଜେନା, ଧୀରେନ ସାହୁଙ୍କ ସମେତ ବହୁ ସଂଖ୍ୟକ ଡ୍ରାଇଭର ଉପସ୍ଥିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର...

ଭୁଶୁଡ଼ୁଛି ଲାଲଗଡ଼, ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ମାଲକାନଗିରି,୨୩/୧୨(ଦୁଯ୍ୟୋଧନ ପାତ୍ର): ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ମାଓବାଦୀ । ମାଲକାନଗିରିରେ ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ । ପୋଲିସ ମହାନିର୍ଦ୍ଦେଶକଙ୍କ...

ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…

ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…

ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...

ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ: ପହଞ୍ଚିଗଲେ..

କଟକ,୨୩।୧୨: ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ। ହଠାତ୍‌ ହେଲା ଚଢ଼ାଉ। ଏଭଳି ଘଟଣା ଘଟିଛି କଟକରେ। କଟକର ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଉପରେ ଚଢାଉ...

୨୪ ବର୍ଷ ପରେ ଓଡ଼ିଆ ପୁଅର ଅବଦାନକୁ ମିଳିଲା ସ୍ୱୀକୃତି

ଭୁବନେଶ୍ୱର,୨୩।୧୨: ୨୦୦୧ରେ ବିଶ୍ୱ ମଞ୍ଚରେ ଆତଙ୍କବାଦ ବିରୋଧୀ ଯୁଦ୍ଧ (War Against Terrorism) ସମୟରେ, ଭାରତୀୟ ନୌସେନାର ଅନେକ ଯୁଦ୍ଧଜାହାଜ ପର୍ସିଆନ୍‌ ଗଲ୍‌ଫ୍‌ ଅଞ୍ଚଳରେ ମୁତୟନ...

ବଡ଼ଦିନ ପାଇଁ ଜି.ଉଦୟଗିରିରେ ଫ୍ଲାଗମାର୍ଚ୍ଚ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଜି.ଉଦୟଗିରି,୨୩/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ବଡ଼ଦିନ ଖ୍ରୀଷ୍ଟମାସ୍ ଉତ୍ସବ ପାଳନକୁ ଆଉ ଦୁଇ ଦିନ ବାକି ଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri