ପଦାରେ ପଡ଼ିଲା ପ୍ରିୟାପ୍ରୀତି

ଢେଙ୍କାନାଳ ଅଫିସ, ୧୧।୩: ରାଜ୍ୟରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ବର୍ଗଙ୍କୁ ନିଃଶୁଳ୍କରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଆଗକୁ ବଢୁଛନ୍ତି ରାଜ୍ୟ ସରକାର। ‘ପ୍ରତିଟି ଜୀବନ ମୂଲ୍ୟବାନ’ ଉକ୍ତିକୁ ସାକାର କରିବା ଲାଗି ୨୦୧୮ ଅଗଷ୍ଟ ୧୫ରୁ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)। ହେଲେ ରାଜ୍ୟର ଅନେକ ସ୍ଥାନରେ ଏହାର ଠିକ୍‌ ସମୀକ୍ଷା ହେଉନାହିଁ। ତେଣୁ ବିଏସ୍‌କଓ୍ବୋଇରେ ଅନୁବନ୍ଧିତ ଘରୋଇ ମେଡିକାଲଗୁଡ଼ିକ ରୋଗୀସେବା ବାହାନାରେ ଲୁଟି ଚାଲିଛନ୍ତି ସରକାରୀ ଅନୁଦାନ। ଢେଙ୍କାନାଳ ଜିଲାରେ ଏଭଳି ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗ ଏବଂ ନର୍ସିଂହୋମ୍‌ଗୁଡ଼ିକ ମଧ୍ୟରେ ଗଢ଼ିଉଠିଥିବା ଅସାଧୁମେଣ୍ଟ ଏବଂ ପ୍ରିୟାପ୍ରୀତିତୋଷଣ ମନୋଭାବ ଯୋଗୁ ଏଭଳି ଅନିୟମିତତା ହେଉଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବହୁ ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବାବେଳେ ଏହା କେବଳ ଲୋକଦେଖାଣିଆ ବୋଲି ଆଲୋଚନା ଜୋର୍‌ ଧରିଛି। ଏକକାଳୀନ ଚଢ଼ାଉ ବଦଳରେ ଗୋଟିଏ ଗୋଟିଏ ନର୍ସିଂ ହୋମ୍‌ରେ ଚଢ଼ାଉ କରାଯାଉଥିବାରୁ ଏଭଳି ବେନିୟମ କାର୍ଯ୍ୟରେ ସମ୍ପୃକ୍ତ ଅନ୍ୟମାନେ ସତର୍କ ହୋଇଯିବା ସହ ପ୍ରମାଣ ନଷ୍ଟ କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ।
ରାଜ୍ୟର ଗରିବ ପରିବାରକୁ ନିଃଶୁଳ୍କ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୮ରେ ଆରମ୍ଭ ହୋଇଥିଲା ବିଏସ୍‌କଓ୍ବୋଇ। ବହୁ ବିଳମ୍ବରେ ଢେଙ୍କାନାଳ ଜିଲାରେ ୨୦୨୧ରେ ଏହାକୁ ଲାଗୁ କରାଯାଇଥିଲା। ତଦନୁଯାୟୀ, କାର୍ଡଧାରୀ ପରିବାରର ମହିଳା ସଦସ୍ୟ ବାର୍ଷିକ ୧୦ ଲକ୍ଷ ଟଙ୍କା ଏବଂ ପୁରୁଷ ସଦସ୍ୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ। ଜିଲାର ୨୦ଟି ଘରୋଇ ଚିକିତ୍ସାଳୟ ବିଏସ୍‌କଓ୍ବୋଇରେ ଅନୁବନ୍ଧିତ ହୋଇଛନ୍ତି। ହେଲେ କାର୍ଡଧାରୀମାନେ ସମ୍ପୃକ୍ତ ହସ୍ପିଟାଲ ଗୁଡ଼ିକରୁ ସୁଫଳ ପାଉଛନ୍ତି କି ନାହିଁ, ସେ ସମ୍ପର୍କରେ ନିୟମିତ ସମୀକ୍ଷା କରାଯାଉନାହିଁ। ଏହାର ସୁଯୋଗରେ କେତେକ ନର୍ସିଂହୋମ୍‌ ଚିକିତ୍ସା ଆଳରେ ବିଭିନ୍ନ ଉପାୟରେ ଟଙ୍କା ଲୁଟି ଚାଲିଛନ୍ତି। ବିଏସ୍‌କଓ୍ବୋଇରେ ଏଭଳି ଅନିୟମିତତା ହେଉଥିବା ଅଭିଯୋଗ ଆସିବା ପରେ ୪ଦିନ ତଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସହରର ଏକ ଘରୋଇ ନର୍ସିଂହୋମ୍‌ରେ ଚଢ଼ାଉ କରାଯାଇଥିଲା। ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିବା ପରେ ଉକ୍ତ ନର୍ସିଂହୋମ୍‌କୁ ସିଲ୍‌ କରାଯାଇଥିଲା। ଏହାପରେ ଜିଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି। ଶୁକ୍ରବାର ଜିଲା କାର୍ଯ୍ୟାଳୟ ପଛ ପାଖରେ ଥିବା ଘରୋଇ ନର୍ସିଂ ହୋମ ‘ଦିଶା’ରେ ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ମିଳିତ ଭାବେ ଚଢ଼ାଉ କରି ବିଏସ୍‌କଓ୍ବୋଇ କାର୍ଡ ବ୍ୟବହାର ସମ୍ପର୍କିତ ତଥ୍ୟ ଯାଞ୍ଚ କରିଥିଲେ। ତେବେ ଏହି ଚଢ଼ାଉକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ଜିଲାର ସମସ୍ତ ବିଏସ୍‌କଓ୍ବୋଇ ଅନୁବନ୍ଧିତ ଘରୋଇ ଚିକିତ୍ସାଳୟଗୁଡ଼ିକରେ ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲେ ସ୍ପଷ୍ଟ ଚିତ୍ର ପଦାକୁ ଆସନ୍ତା। ସେହିପରି କାର୍ଡ ଦ୍ୱାରା ଉପକୃତ ହୋଇଥିବା ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ଯାଞ୍ଚ କରାଗଲେ ଏ ବାବଦରେ ଅଧିକ ତଥ୍ୟ ମିଳିପାରନ୍ତା। ହେଲେ ଏଭଳି ଯୋଜନାହୀନ ଚଢ଼ାଉ ଫଳରେ ଅନ୍ୟ ଘରୋଇ ନର୍ସିଂହୋମ୍‌ଗୁଡ଼ିକ ଅନିୟମିତତାକୁ ଘୋଡ଼ାଇବା ପାଇଁ ସମୟ ପାଇଗଲେ ବୋଲି ଆଲୋଚନା ହେଉଛି। ଏପରି କି ଚଢ଼ାଉର ଯଥେଷ୍ଟ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର କେତେଜଣ ଅଧିକାରୀ ନର୍ସିଂ ହୋମ୍‌ ମାଲିକଙ୍କୁ ସତର୍କ କରାଇଦେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେଣୁ ଏଭଳି ଚଢ଼ାଉ ଦ୍ୱାରା ବିଶେଷ ସୁଫଳ ମିଳିବନାହିଁ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ଗଳାବାଟ ଦେଖି ଖସିଯାଉଛନ୍ତି: ସିଡିଏମ୍‌ଓ
ଘରୋଇ ନର୍ସିଂହୋମ୍‌ରେ ବିଏସ୍‌କଓ୍ବୋଇରେ ହେଉଥିବା ଅନିୟମିତତା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ଅଶୋକ କୁମାର ଦାଶ କୁହନ୍ତି, ଆମର ମଝିରେ ମଝିରେ ରୁଟିନ ଯାଞ୍ଚ କରାଯାଉଛି। କିନ୍ତୁ କିଛି ଲୋକ ଗଳାବାଟ ଦେଖି ଅନିୟମିତତା କରି ଖସି ଯାଉଛନ୍ତି। ଏଣିକି ସଂଗ୍ରାମ ଆରମ୍ଭ ହେଲା। କାହାକୁ ଛଡ଼ାଯିବନି। ରେଗୁଲାର ଯାଞ୍ଚ ହେବ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅତର୍କିତ ଚଢ଼ାଉ ଜାରି ରହିବ: ଜିଲାପାଳ
ଚଢ଼ାଉ ସମ୍ପର୍କରେ ଜିଲାପାଳ ସରୋଜ କୁମାର ସେଠୀ କହିଛନ୍ତି, ଶୁକ୍ରବାର ‘ଦିଶା ନର୍ସିଂ ହୋମ’ରେ ଯାଞ୍ଚ କରାଯାଇଥିଲା। ମୋଟ ୧୯୯୨ ହିତାଧିକାରୀ ବିଏସ୍‌କେୱାଇ କାର୍ଡରେ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ତନ୍ମଧ୍ୟରେ ୩ ରୋଗୀଙ୍କୁ ପଚରାଉଚରା କରାଯାଇଥିଲା। ସେମାନଙ୍କୁ ଠିକ୍‌ ଭାବେ କାର୍ଡ ମାଧ୍ୟମରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ଜନସାଧାରଣଙ୍କ ସ୍ବାସ୍ଥ୍ୟ ପାଇଁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍‌ ପ୍ରୋଜେକ୍ଟ। ରୋଗୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ଶୋଷଣ ନ କରିବା, କାର୍ଡର ଠିକ୍‌ ବିନିଯୋଗ କରିବା ପାଇଁ ଘରୋଇ ନର୍ସିଂହୋମ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଏଭଳି ଅତର୍କିତ ଚଢ଼ାଉ ଜାରି ରହିବ ବୋଲି ଜିଲାପାଳ କହିଛନ୍ତି।

ଭିଜିଲାନ୍ସ ତଦନ୍ତ ଦାବି
ଢେଙ୍କାନାଳ ଜିଲାର ଆଦିବାସୀବହୁଳ ଉପାନ୍ତ ଅଞ୍ଚଳବାସୀଙ୍କ ମଧ୍ୟରୁ ଅନେକଙ୍କ ବିଏସ୍‌କଓ୍ବୋଇ କାର୍ଡ ବ୍ୟବହାର ଉପରେ ଅଧିକ ଧାରଣା ନାହିଁ। ତେଣୁ ସେମାନଙ୍କୁ ଘରୋଇ ନର୍ସିଂହୋମ୍‌ କର୍ତ୍ତୃପକ୍ଷ ବିଭିନ୍ନ ଆଳରେ ଲୁଟୁଥିବା ଅଭିଯୋଗ ହେଉଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଘରୋଇ ମେଡିକାଲ କର୍ତ୍ତୃପକ୍ଷ ଦଲାଲ ନିୟୋଜିତ କରୁଥିବା ଚର୍ଚ୍ଚା ହେଉଛି, ଯେଉଁମାନେ ରୋଗୀଙ୍କୁ ପ୍ରଲୋଭିତ କରି ଘରୋଇ ଚିକିତ୍ସାଳୟକୁ ନେଉଛନ୍ତି। ଏହି କାରଣରୁ ଦୁଇବର୍ଷ ହେଲା ଭିତ୍ତିଭୂମି ଥିବା ସତ୍ତ୍ୱେ ଜିଲା ଚିକିତ୍ସାଳୟରେ ପ୍ରସବ ସଂଖ୍ୟା ଆଶାତୀତ ଭାବେ କମିଛି। ଏ ସଂକ୍ରାନ୍ତରେ ଗତବର୍ଷ ‘ଧରିତ୍ରୀ’ରେ ଖବର ପ୍ରକାଶିତ ହୋଇଥିଲା। ଏଭଳି ଅନିୟମିତତାର ଭିଜିଲାନ୍ସ ତଦନ୍ତ କରାଗଲେ ଆହୁରି ବହୁ ଲୁକ୍କାୟିତ ତଥ୍ୟ ପଦାକୁ ଆସନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri