ଗୁମ୍ଫାରେ ରହି ଚାଷ କରୁଥିଲେ ଜିନ୍‌ପିଙ୍ଗ୍‌

ବେଜିଂ,୧୧ା୩: ୨୦୧୨ରେ ଶି ଜିନ୍‌ପିଙ୍ଗ୍‌ କ୍ଷମତାକୁ ଆସିବା ପରେ ଚାଇନାର କମ୍ୟୁନିଷ୍ଟ ପାର୍ଟି ନେତା ଭାବେ ସର୍ବାଧିକ ଉଦାରବାଦୀ ହେବେ ବୋଲି କେତେଜଣ ପର୍ଯ୍ୟବେକ୍ଷକ ଭବିଷ୍ୟବାଣୀ କରିଥିଲେ। ସମ୍ଭବତଃ ଜିନ୍‌ପିଙ୍ଗ୍‌ଙ୍କ ଦୁର୍ବଳ ପାରିବାରିକ ପୃଷ୍ଠଭୂମିକୁ ଦେଖି ସେତେବେଳେ ଏପରି ଅନୁମାନ କରାଯାଇଥିଲା। କିନ୍ତୁ ସେ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇବା ପରେ ସବୁ ଆକଳନ ଭୁଲ୍‌ ପ୍ରମାଣିତ ହୋଇଛି। ମାଓ ଜେଡୋଙ୍ଗ୍‌ଙ୍କ ପରେ ଜିନ୍‌ପିଙ୍ଗ୍‌ ଚାଇନାର ସବୁଠୁ ଶକ୍ତିଶାଳୀ ଶାସକ ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ଏବେ କୁହାଯାଉଛି, ଜିନ୍‌ପିଙ୍ଗ୍‌ଙ୍କୁ ନେଇ ଭବିଷ୍ୟବାଣୀ କରିଥିବା ବିଶ୍ଳେଷକମାନେ ତାଙ୍କୁ ବୁଝିପାରି ନ ଥିଲେ।
ଜିନ୍‌ପିଙ୍ଗ୍‌ କେବେ ନିଜ ମହତ୍ତ୍ୱାକାଂକ୍ଷା ସହ ସାଲିସ କରି ନାହାନ୍ତି। ତାଙ୍କୁ ଆଧୁନିକ ଚାଇନାର ସ୍ଥପତି ବିବେଚନା କରାଯାଉଛି। ଜିନ୍‌ପିଙ୍ଗ୍‌ଙ୍କ ଜୀବନୀ ପୁସ୍ତକ ରଚୟିତା ଆଲ୍‌ଫ୍ରେଡ୍‌ ଏଲ୍‌. ଚାନ୍‌ଙ୍କ ମତରେ ତାଙ୍କୁ ନେଇ ଜନମାନସରେ ରହିଥିବା ପାରମ୍ପରିକ ଧାରଣା ଠିକ୍‌ ନୁହେଁ। ସେ ନିଜ ଦୂରଦୃଷ୍ଟିକୁ ନେଇ ସ୍ବପ୍ନ ସାକାର କରିବା ପାଇଁ କ୍ଷମତାକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରିଛନ୍ତି। ଆଉ ଜଣେ ବାୟୋଗ୍ରାଫର୍‌ ଆଡ୍ରିଏନ୍‌ ଜେଇଜେସ୍‌ କହିଛନ୍ତି, ଜିନ୍‌ପିଙ୍ଗ୍‌ ନିଜ ବ୍ୟକ୍ତିଗତ ଅଭ୍ୟୁଦୟ ପାଇଁ କେବେ ଅଭିଳାଷୀ ନ ଥିଲେ। ବାସ୍ତବରେ ସେ ଚାଇନାକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବାକୁ ଚାହାନ୍ତି।
ମାଓଙ୍କ ଅମଳରେ ଜିନ୍‌ପିଙ୍ଗ୍‌ଙ୍କ ବାପା ଶି ଝୋଙ୍ଗ୍‌ଶୁନ୍‌ ଜଣେ ବିପ୍ଳବୀ ଥିଲେ, ଯିଏକି ଦେଶର ଉପପ୍ରଧାନମନ୍ତ୍ରୀ ପଦକୁ ଉନ୍ନୀତ ହୋଇଥିଲେ। ସାଂସ୍କୃତିକ ବିପ୍ଳବ ସମୟରେ ଝୋଙ୍ଗ୍‌ଶୁନ୍‌ଙ୍କ ବିରୋଧରେ ନାନା ଅଭିଯୋଗ ଅଣାଯାଇ ତାଙ୍କୁ ଓ ପରିବାରକୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ନିନ୍ଦା ଅପବାଦ ସହି ନ ପାରି ଜିନ୍‌ପିଙ୍ଗ୍‌ଙ୍କ ଜଣେ ଭଉଣୀ ଆମତ୍ହତ୍ୟା କରିଥିଲେ। ଜିନ୍‌ପିଙ୍ଗ୍‌ଙ୍କ ସହପାଠୀମାନେ ତାଙ୍କୁ ଅପମାନିତ କରୁଥିଲେ। ଜିନ୍‌ପିଙ୍ଗ୍‌ଙ୍କୁ ୧୫ ବର୍ଷ ହୋଇଥିବାବେଳେ ତାଙ୍କୁ କେନ୍ଦ୍ରୀୟ ଚାଇନାର ଶାଞ୍ଜି ପ୍ରଦେଶସ୍ଥିତ ଲିଆଙ୍ଗ୍‌ଜିଆହେ ଗ୍ରାମକୁ ପଠାଇ ଦିଆଯାଇଥିଲା। ସେଠାରେ ସେ ୭ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏକ ଗୁମ୍ଫାରେ ରହିବା ସହ ଚାଷ କରୁଥିଲେ। ଏଭଳି ସଂଘର୍ଷପୂର୍ଣ୍ଣ ଜୀବନ ବିତାଇବା ପରେ ଜିନ୍‌ପିଙ୍ଗ୍‌ ପରିପକ୍ୱ ହୋଇଥିଲେ। ସେ ଯେଉଁ ଗୁମ୍ଫାରେ ରାତ୍ରିଯାପନ କରୁଥିଲେ ତାହା ଏବେ ଏକ ପର୍ଯ୍ୟଟନସ୍ଥଳୀ ପାଲଟିଯାଇଛି। ୧୯୭୦ ଦଶକରେ ମାଓଙ୍କ ମୃତ୍ୟୁ ପରେ ଜିନ୍‌ପିଙ୍ଗ୍‌ଙ୍କ ବାପାଙ୍କୁ ପୁନଃ ଥଇଥାନ କରାଯାଇଥିଲା। ୧୯୭୪ରେ କମ୍ୟୁନିଷ୍ଟ ପାର୍ଟିର ଏକ ଗାଁ ମୁଖିଆ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଜିନ୍‌ପିଙ୍ଗଙ୍କୁ ତାଙ୍କ ପ୍ରଥମ ସ୍ତ୍ରୀ କେ. ଲିଙ୍ଗ୍‌ଲିଙ୍ଗ୍‌ ଛାଡ଼ପତ୍ର ଦେବା ପରେ ୧୯୮୭ରେ ସେ ସୁପରଷ୍ଟାର ସିଙ୍ଗର ପେଙ୍ଗ୍‌ ଲିୟୁଆନ୍‌ଙ୍କୁ ବିବାହ କରିଥିଲେ। ସେତେବେଳେ ଜିନ୍‌ପିଙ୍ଗ୍‌ଙ୍କ ତୁଳନାରେ ତାଙ୍କ ସ୍ତ୍ରୀ ଅଧିକ ପରିଚିତ ଥିଲେ। ୧୯୫୩ ଜୁନ୍‌ ୧୫ରେ ବେଜିଂରେ ଜନ୍ମିତ ଏହି ଅପ୍ରତିଦ୍ୱନ୍ଦ୍ୱୀ ରାଜନେତା ଶୁକ୍ରବାର ଚାଇନା ରାଷ୍ଟ୍ରପତି ଭାବେ ତୃତୀୟ ପାଳି ଆରମ୍ଭ କରିଛନ୍ତି। ନ୍ୟାଶନାଲ ପିପୁଲ୍ସ କଂଗ୍ରେସ (ଏନ୍‌ପିସି)ର ୨,୯୫୨ ଆଇନ ପ୍ରଣେତା ୬୯ ବର୍ଷୀୟ ଜିନ୍‌ପିଙ୍ଗ୍‌ଙ୍କ ଏହି ଇନିଂସ୍‌କୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ସେ ଏକାଧାରରେ ଚାଇନାର ରାଷ୍ଟ୍ରପତି, ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ସୁପ୍ରିମ କମାଣ୍ଡର ଏବଂ ସର୍ବଶକ୍ତିମାନ୍‌ ସେଣ୍ଟ୍ରାଲ ମିଲିଟାରି କମିଶନ (ସିଏମ୍‌ସି) ଚେୟାରମ୍ୟାନ୍‌। ୨୦୧୮ରେ କରାଯାଇଥିବା ଏକ ସାମ୍ବିଧାନିକ ସଂଶୋଧନ ଅନୁସାରେ ଜିନ୍‌ପିଙ୍ଗ୍‌ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ପଦବୀରେ ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri