ପିକ୍‌ଅପ୍‌ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

କୋକସରା,୬।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମହାଜନଗୁଡା ସିଉନି ଗାଁ ୨୬ ନଂ. ଜାତୀୟ ରାଜପଥ ରାସ୍ତା ମଝିରେ ରବିବାର କାକୁଡି ବୋଝେଇ ପିକଅପ୍‌ ଧକ୍କାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ୨ଯୁବକ ହେଲେ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ବାଟିଗୁଡାର ଦୁର୍ଯ୍ୟୋଧନ ଧଙ୍ଗଡା ମାଝି (୨୧) ଓ ଚିଣ୍ଟୁ ବାଗ (୨୩)। ଭବାନୀପାଟଣା ଓ କୋକସରା ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗ ହସ୍ତାନ୍ତାର କରାଯାଇଛି। ଅନ୍ୟପକ୍ଷେରେ ସୋମବାର ପରିବାରବର୍ଗ ଏବଂ ସମ୍ପର୍କୀୟମାନେ ୪ ଲକ୍ଷ କ୍ଷତିପୂରଣ ଦାବିରେ ଦୁଇ ମୃତଦେହ ମୋଟେର ଛକରେ ରଖି ରାସ୍ତା ଅବରୋଧ କରିଥିଲେ। ଅପରାହ୍ନ ୩ଟାରୁ ରାସ୍ତା ଅବରୋଧ ଯୋଗୁ ଭବାନୀପାଟଣା ଜୟପୁର ମୁଖୀଗୁଡା ମଧ୍ୟରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା।
ଖବରପାଇ ଘଟଣାସ୍ଥଳରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଆମପାଣି ଥାନାଧିକାରୀ ଚତୁର୍ଭୁଜ ନାଏକ, କୋକସରା ଥାନାଧିକାରୀ ପ୍ରସନ୍ନ କୁମାର ବେହେରା ଓ ପୋଲିସ କର୍ମଚାରୀ ପହଞ୍ଚି ସ୍ଥିତି ଉପରେ ନଜର ରଖିବା ସହ ବୁଝାଶୁଝା ଜାରି ରଖିଥିଲେ। ଘଟଣା ସମ୍ପର୍କରେ ଖବର ପାଇ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ପହଞ୍ଚତ୍ ଦୁଇ ମୃତକ ପରିବାର ସହ ଆଲୋଚନା କରିଥିଲେ। ଉଭୟ ପରିବାରକୁ ଗାଡି ମାଲିକ ପକ୍ଷରୁ କ୍ଷତିପୂରଣ ବାବଦରେ ୬୦ ହାଜର, ରେଡ଼କ୍ରସରୁ ୨୦ ହଜାର ଓ ବ୍ଲକ ଉପାଧ୍ୟକ୍ଷ ୨୦ ହଜାର ମୋଟ ୧ ଲକ୍ଷ ଲେଖାଏ ୨ ମୃତକ ପରିବାରକୁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ଦୁର୍ଘଟଣା ଜନିତ ମୃତ୍ୟୁରେ ବୀମା ରାଶି ପାଇଁ ବ୍ୟବସ୍ଥା କରାଯିବା ନେଇ କହିବା ପରେ ରାସ୍ତା ଅବରୋଧ ଅପରାହ୍ନ ୫ଟାରେ ହଟିଥିଲା। ୨ ଘଣ୍ଟା ଜାତୀୟ ରାଜପଥ ଅବରୋଧ ଯୋଗୁ ରାସ୍ତାର ଦୁଇ କଡ଼ରେ ଅନେକ ଗାଡିମୋଟର ଅଟକି ରହିଥିଲା। ଦୁର୍ଘଟଣା ଘଟାଇଥିବା ଗାଡି ଓ ଡ୍ରାଇଭରଙ୍କୁ କୋକସରାରେ ପୋଲିସ ଅଟକ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri