ଅନୁଗୋଳରେ ୨୮ ହିରୋଷ୍ଟୋନ ସନ୍ଧାନ

ଅନୁଗୋଳ ଅଫିସ, ୫।୩:  ଅନୁଗୋଳ ଉପଖଣ୍ଡରୁ ୨୮ଟି ହିରୋଷ୍ଟୋନ ବା ବୀର ଫଳକର ସନ୍ଧାନ ମିଳିଛି। ଏହି ପ୍ରାଚୀନ ପ୍ରସ୍ତର ଫଳକଗୁଡ଼ିକ ନତଡା, ଝିଣ୍ଟିପାଳ, ବଡ କେରଜାଙ୍ଗ ଓ କୋରଡ଼ା ଗ୍ରାମରେ ରହିଥିବା ପ୍ରାକ୍ତନ ଇତିହାସ ପ୍ରାଧ୍ୟାପିକା ଓ ଗବେଷିକା ରମା ମଞ୍ଜରୀ ସାହୁ ଏବଂ ସାହିତି୍ୟକ ତ୍ରେତାନନ୍ଦ ସାମନ୍ତ ସୂଚନା ଦେଇଛନ୍ତି। ଦୁହେଁ ଉକ୍ତ ଗ୍ରାମଗୁଡିକୁ ଯାଇ ବୀର ଫଳକ ସମ୍ପର୍କରେ ଅନେକ ତଥ୍ୟ ସଂଗ୍ରହ କରିଛନ୍ତି। ଦଳପତି ତଥା ଜଣେ ଯୋଦ୍ଧା ବୀରତ୍ୱର ସହ ଶତ୍ରୁ ସହିତ ଲଢେଇ କରିବା ସମୟରେ ପ୍ରାଣ ହରାଇଲେ ତାଙ୍କ ସ୍ମୃତିରେ ଏକ ପ୍ରସ୍ତର ଫଳକ ଉତ୍ସର୍ଗ କରିବାର ପରମ୍ପରାକୁ ଅନୁଗୋଳର ପ୍ରାଚୀନ ଓ ମଧ୍ୟ ଯୁଗୀୟ ଲୋକମାନେ ମଧ୍ୟ୍ୟ ଅନୁସରଣ କରିଥିବା ଏହି ବୀର ଫଳକ ପ୍ରମାଣ କରୁଛି। ନତଡା ଗ୍ରାମ ମଧ୍ୟସ୍ଥଳର ଏକ ଖୋଲା ସ୍ଥାନରେ ୩ ଓ ଝିଣ୍ଟିପାଳଠାରେ ୮, ବଡ କେରଜାଙ୍ଗ ଗ୍ରାମରେ ୧୨, କୋରଡ଼ା ଗ୍ରାମରେ ୫ଟି ଖଣ୍ଡିତ ଓ କ୍ଷୟପ୍ରାପ୍ତ ବୀର ଫଳକ ରହିଥିବା ଦେଖିବାକୁ ମିଳିଛି। ସମସ୍ତ ବୀର ଫଳକ ବାଲିପଥରରେ ତିଆରି l ଫଳକର ମଧ୍ୟ ଭାଗରେ ବାମ ହାତରେ ଢାଲ ଓ ଡାହାଣ ହାତରେ ଖଡ୍ଗ ଧାରଣ କରିଥିବା ଯୋଦ୍ଧାଙ୍କ ମୂର୍ତ୍ତି ଖୋଦିତ ହୋଇଛି। କେବଳ ଝିଣ୍ଟିପାଳ ଫଳକର ପ୍ରଥମ ଭାଗରେ ଯୋଦ୍ଧା ଜଣକ ବୀରଗତି ପ୍ରାପ୍ତ ହେବାପରେ ସ୍ବର୍ଗ ଲୋକକୁ ଯାଇ ଶିବ ଲିଙ୍ଗ ପୂଜା କରୁଥିବାର ଚିତ୍ର ଖୋଦିତ ହୋଇଛି। ଉପରୋକ୍ତ ୨୮ ବୀର ଫଳକ ମଧ୍ୟରୁ କୌଣସି ଫଳକରେ ଅଭିଲେଖ ନ ଥିବାରୁ ସେଗୁଡିକର ପ୍ରତିଷ୍ଠା କାଳ ନିରୂପଣ କରି ହୁଏନାହିଁ l ତେବେ ଭାସ୍କର୍ଯ୍ୟ କଳା ଦୃଷ୍ଟିରୁ ଏହି ବୀର ଫଳକଗୁଡିକ ଅଷ୍ଟମରୁ ଦଶମ ଶତାବ୍ଦୀ ମଧ୍ୟରେ ସ୍ଥାନିତ ନେଇ ଅନୁମାନ କରାଯାଉଥିବା ରମା ମଞ୍ଜରୀ ସାହୁ ମତବ୍ୟକ୍ତ କରିଛନ୍ତି। ଏହି ବିରଳ ସ୍ଥାପତ୍ୟଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ପ୍ରଶାସନ ଯତ୍ନବାନ ହେବା ଆବଶ୍ୟକ ବୋଲି ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri