Posted inଫୁରସତ

‘ଭ୍ୟାଲି ଅଫ୍‌ ବ୍ଲୁ ଫ୍ଲାଓ୍ବାର୍‌ସ’, ଭିଡିଓ ଶେୟାର କରି ଆଇଏଏସ୍‌ କହିଲେ…

ସମସ୍ତଙ୍କ ପାଇଁ ବସନ୍ତ ଋତୁ ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ଏହ ଋତୁକୁ ରାଜା କୁହାଯାଏ। ଏହା ମଧ୍ୟ ଭଗବାନ କୃଷ୍ଣଙ୍କର ପ୍ରିୟ ଋତୁ ବୋଲି କୁହାଯାଏ। ଏହି ଋତୁରେ ପ୍ରକୃତି ବହୁତ ଖୁସି ଦେଖାଯାଏ ଏବଂ ନୂତନ ପତ୍ର, ଫୁଲ ଏବଂ ଫଳ ସହିତ ନିଜକୁ ସଜାଇଥାଏ। କିନ୍ତୁ ପୃଥିବୀରେ ଏପରି ଏକ ସ୍ଥାନ ଅଛି, ଯେଉଁଠାରେ କେବଳ ନୀଳ ରଙ୍ଗର ଫୁଲରେ ନିଜକୁ ସଜାଇଥାଏ ଏବଂ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏହି ଦୃଶ୍ୟ ଦେଖିବାକୁ ଆସନ୍ତି। ଆଜିକାଲି ଏହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହରି ଚନ୍ଦନା ଏହି ଭିଡିଓ ଶେୟାର କରିଛନ୍ତି। ସେବେଠାରୁ ଲୋକମାନେ ଏହାକୁ ଦେଖି ଆକର୍ଷିତ ହେଉଛନ୍ତି। ଭିଡିଓରେ, ନୀଳ ଫୁଲରେ ସଜାଯାଇଥିବା ଏକ ଉପତ୍ୟକା ଦେଖାଯାଉଛି। ଯାହା ଏକ ସୁନ୍ଦର ଚିତ୍ର ପରି ଦେଖାଯାଉଛି। ଏହି ଛୋଟ ନୀଳ ଫୁଲ ପାହାଡ଼ ଉପରେ ଫୁଟିଥିବା ଦେଖିବା ପରେ ଆଶ୍ଚର୍ଯ୍ୟ ହେବେ।

ଏହି ସ୍ଥାନଟି ହେଉଛି ଜାପାନର ‘ଭ୍ୟାଲି ଅଫ୍‌ ବ୍ଲୁ ଫ୍ଲାଓ୍ବାର୍‌ସ’। ପର୍ଯ୍ୟଟକମାନଙ୍କ ପାଇଁ ବସନ୍ତ ଋତୁରେ ଏହି ସ୍ଥାନ ସ୍ବତନ୍ତ୍ର। କାରଣ ମାର୍ଚ୍ଚ-ଏପ୍ରିଲ ମାସରେ ‘ଚେରି ବ୍ଲଜମ୍‌ସ’ ସବୁଆଡ଼େ ଫୁଟୁଥିବାର ଦେଖାଯାଏ। ଏହା ଜାପାନର ଜାତୀୟ ଫୁଲ। ଏହାକୁ ଫୁଟିବା ଦେଖି ଲୋକେ ଆନନ୍ଦିତ ହୁଅନ୍ତି। ‘ଚେରି ବ୍ଲଜମ୍‌ସ’ ଜାପାନରେ ‘ସକୁରା’ ଭାବରେ ମଧ୍ୟ ଜଣାଶୁଣା।

ମାତ୍ର ୧୪ ସେକେଣ୍ଡରେ ଏହି ଭିଡିଓକୁ ୩୧ ହଜାର ଲୋକ ଦେଖିସାରିଲେଣି। ଶହଶହ ଲୋକ ଭିଡିଓକୁ ଲାଇକ୍‌ କରିଛନ୍ତି। ୟୁଜରମାନେ ଏହା ଉପରେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହା ଏମିତି ଅନୁଭବ ଦେଉଛି, ଯେମିତି ନୀଳ ଆକାଶ ପୃଥିବୀକୁ ଚୁମ୍ବନ ଦେଉଛି। ଅନ୍ୟ ଜଣେ ଲେଖିଛନ୍ତି, ଲାଗୁଥିଲା ଯେପରି ସ୍ବର୍ଗ ପୃଥିବୀକୁ ଓହ୍ଲାଇଛି। ଅନ୍ୟ ଜଣେ ୟୁଜର କହିଛନ୍ତି, ‘ନୀଳ ପକ୍ଷୀ’ର ତରଙ୍ଗ ଚାରିଆଡ଼େ ବ୍ୟାପିଛି। ‘ଚେରି ଫୁଲ’ ଆସିବା ପରେ ଜାପାନର ଲୋକମାନେ ଏହାକୁ ଏକ ପର୍ବ ଭାବରେ ପାଳନ କରନ୍ତି, ଯାହାକୁ ‘ହନାମୀ ପର୍ବ’ କୁହାଯାଏ। ଏହା ପ୍ରତିବର୍ଷ ବସନ୍ତ ଆଗମନରେ ଜାପାନରେ ପାଳନ କରାଯାଏ। ଏହି ପର୍ବ ଦେଖିବାକୁ ହଜାର ହଜାର ପର୍ଯ୍ୟଟକ ଛୁଟି ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri