Posted inଖେଳ

ଫଲ୍‌ଟନ ଭାରତୀୟ ହକି ଦଳର ନୂଆ କୋଚ୍‌

ନୂଆଦିଲ୍ଲୀ,୪ା୩(ପି.ଟି.): ଦକ୍ଷିଣ ଆଫ୍ରିକାର କ୍ରେଗ୍‌ ଫଲ୍‌ଟନ ଶୁକ୍ରବାର ଭାରତୀୟ ପୁରୁଷ ହକି ଦଳର ନୂଆ ମୁଖ୍ୟକୋଚ୍‌ ମନୋନୀତ ହୋଇଛନ୍ତି। ଫଲ୍‌ଟନଙ୍କର ୨୫ ବର୍ଷର କୋଚିଂ ଅଭିଜ୍ଞତା ରହିଛି। ଗତ ବିଶ୍ୱକପ୍‌ରେ ଜାତୀୟ ପୁରୁଷ ହକି ଦଳ ନୈରାଶ୍ୟଜନକ ପ୍ରଦର୍ଶନ ସହ ୯ମ ସ୍ଥାନରେ ରହିବା ପରେ ଅଷ୍ଟ୍ରେଲିଆର ଗ୍ରାହମ ରିଡ୍‌ ମୁଖ୍ୟକୋଚ୍‌ ପଦରୁ ଓହରି ଯାଇଥିଲେ। କେବଳ ରିଡ୍‌ ନୁହନ୍ତି ଟିମ୍‌ ଆନାଲିଟିକାଲ କୋଚ୍‌ କ୍ରେଗ୍‌ କ୍ଲାର୍କ ଓ ସାଇଣ୍ଟିଫିକ୍‌ ପରାମର୍ଶଦାତା ମିଚେଲ ପେମ୍ବରଶନ ମଧ୍ୟ ସେମାନଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ। ରିଡ୍‌ଙ୍କ ତତ୍ତ୍ୱାବଧାନରେ କିନ୍ତୁ ଭାରତୀୟ ଦଳ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଭାରତୀୟ ହକିକୁ ପରବର୍ତ୍ତୀ ସ୍ତରକୁ ନେବାକୁ ସେ ଉଦ୍ୟମ କରିବେ ବୋଲି ନୂଆ ନିଯୁକ୍ତି ପାଇବା ପରେ ଫଲ୍‌ଟନ ପ୍ରକାଶ କରିଛନ୍ତି। କୋଚ୍‌ ଭାବେ ଫଲ୍‌ଟନଙ୍କ ଦୃଷ୍ଟାନ୍ତମୂଳକ ଫଳାଫଳ ରହିଛି। ସେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଇରିଶ ପୁରୁଷ ହକି ଦଳର ମୁଖ୍ୟ କୋଚ୍‌ ଥିଲେ। ତାଙ୍କ ଅଧୀନରେ ଏହି ଦଳ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ୧୦୦ବର୍ଷରେ ଇରିଶ ଟିମ୍‌ର ଏହାଥିଲା ପ୍ରଥମ ଅଲିମ୍ପିକ ଯୋଗ୍ୟତା। ଏହି ଐତିହାସିକ ସଫଳତା ପାଇଁ ସେ ୨୦୧୫ରେ ଏଫ୍‌ଆଇଏଚ୍‌ କୋଚ୍‌ ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ। ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ବେଲଜିୟମ ଦଳର ସେ ସହକାରୀ କୋଚ୍‌ ଭାବେ କାର୍ଯ୍ୟ କରିଥିଲେ। ଭୁବନେଶ୍ୱରରେ ଅନୁଷ୍ଠିତ ୨୦୧୮ ବିଶ୍ୱକପ୍‌ରେ ସେ ବେଲଜିୟମ କୋଚିଂ ଷ୍ଟାଫ୍‌ର ଅଂଶବିଶେଷ ଥିଲେ। ଫଲ୍‌୍‌ଟନ ଏହି ବର୍ଷ ବେଲଜିୟମ କୋଚ୍‌ ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଦଳରେ ଜଣେ ହକି ଖେଳାଳି ଭାବେ ତାଙ୍କ ଉଜ୍ଜ୍ୱଳ କ୍ୟାରିୟର ରହିଛି। ସେ ୧୦ବର୍ଷ ମଧ୍ୟରେ ୧୯୫ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସ ଏବଂ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଦକ୍ଷିଣ ଆଫ୍ରିକା ଦଳର ସଦସ୍ୟ ରହିଥିଲେ। ସେ ବିଶ୍ୱକପ୍‌ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଖେଳିଛନ୍ତି। ଫଲ୍‌ଟନଙ୍କ ନିଯୁକ୍ତି ସମ୍ପର୍କରେ ନିଜର ବକ୍ତବ୍ୟ ରଖି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି, ଅତୀତରେ ସେ ଫଲ୍‌ଟନଙ୍କ ବିପକ୍ଷରେ ଖେଳିଛନ୍ତି। ବର୍ତ୍ତମାନ ତାଙ୍କ ସହିତ ପୁରୁଷ ହକି ଦଳ ପାଇଁ କାର୍ଯ୍ୟ କରିବାର ସମୟ ଉପନୀତ ହୋଇଛି। ଦକ୍ଷିଣ ଆଫ୍ରିକୀୟଙ୍କର କୋଚିଂରେ ଅତୁଳନୀୟ ଅଭିଜ୍ଞତା ରହିଛି। ତାଙ୍କ ଆଗମନ ଦ୍ୱାରା ଭାରତୀୟ ଦଳର ନୈତିକ ମନୋବଳ ବୃଦ୍ଧି ପାଇବ ବୋଲି ଆଶା। ଚଳିତ ମାସରେ ଭାରତ ରାଉରକେଲାରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ବିପକ୍ଷରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ ଖେଳିବ। ଏହି ସମୟରେ ଫଲ୍‌ଟନ ଦଳ ସହ ଯୋଗ ଦେବେ ବୋଲି ଆଶା କରାଯାଉଛି। ଭାରତ ମାର୍ଚ୍ଚ ୧୦ରେ ଏହାର ପ୍ରଥମ ମ୍ୟାଚ ଜର୍ମାନୀ ବିପକ୍ଷରେ ଖେଳିବ। ପରେ ମାର୍ଚ୍ଚ ୧୩ରେ ରିଟର୍ନ ଲେଗ୍‌ ମ୍ୟାଚ ଖେଳିବ। ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ମାର୍ଚ୍ଚ ୧୨ ଓ ୧୫ରେ ଖେଳିବ। ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଅଷ୍ଟ୍ରେଲିଆର ଡେଭିଡ୍‌ ଜନ୍‌ ଓ ବିଜେ କାରିଆପ୍ପା କାମଚଳା କୋଚ୍‌ ଦାୟିତ୍ୱରେ ରହିବେ। ସେମାନଙ୍କ ସହ ଶିବେନ୍ଦ୍ର ସିଂ ରହିବେ। ଜନ୍‌ ଓ କାରିଆପ୍ପା ଓଡ଼ିଶା ହକି ଫେଡେରେଶନ ସହ କାର୍ଯ୍ୟ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri