Posted inଜାତୀୟ

ଧାନବିଲରୁ ନିର୍ଗତ ଗ୍ରୀନହାଉସ୍‌ ଗ୍ୟାସ୍‌ ଏସିଆରେ ସର୍ବାଧିକ

ନୂଆଦିଲ୍ଲୀ, ୨୬।୫(ପି.ଟି.):୨୦୦୧ରୁ ୨୦୨୦ ମଧ୍ୟରେ ଧାନବିଲରୁ ନିର୍ଗତ ହେଉଥିବା ବିଶ୍ୱର ମୋଟ ସବୁଜ ଗୃହ ବାଷ୍ପ(ଗ୍ରୀନହାଉସ ଗ୍ୟାସ୍‌)ର ୯୦%ରୁ ଅଧିକ କେବଳ ଏସିଆରୁ ନିର୍ଗତ ହୋଇଛି, ଯେଉଁଥିରେ ଦକ୍ଷିଣ-ପୂର୍ବ ଏସିଆର ରାଷ୍ଟ୍ରଗୁଡ଼ିକରେ ସବୁଠାରୁ ଅଧିକ ରହିଛି ବୋଲି ‘ନେଚର ଫୁଡ୍‌’ ଜର୍ନାଲରେ ଏକ ରିପୋର୍ଟ ପ୍ରକାଶ ପାଇଛି। ବିଶେଷକରି
୧୯୬୦ ଦଶନ୍ଧିଠାରୁ ଧାନ କ୍ଷେତ୍ରରୁ ଗ୍ରୀନ୍‌ହାଉସ ଗ୍ୟାସ୍‌ ନିର୍ଗମନ ଦ୍ୱିଗୁଣିତ ହୋଇ ବାର୍ଷିକ ୧.୧ ବିଲିୟନ ଟନ୍‌ ଅଙ୍ଗାରକାମ୍ଳ ସହ ସମାନ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଚାଷ କାର୍ଯ୍ୟରେ ବ୍ୟବହାରିକ ପରିବର୍ତ୍ତନ ସହ ଖାଦ୍ୟ ଉତ୍ପାଦନ ନ କମାଇ ମଧ୍ୟ ମିଥେନ ନିର୍ଗମନକୁ କିପରି ହ୍ରାସ କରାଯାଇପାରିବ ଏବଂ ବିଶ୍ୱସ୍ତରୀୟ ଜଳବାୟୁ ଲକ୍ଷ୍ୟକୁ ହାସଲ କରାଯାଇପାରିବ ସେନେଇ ଆମେରିକାର ବୋଷ୍ଟନ କଲେଜର ଏକ ଟିମ୍‌ର ଗବେଷଣାରୁ ଜଣାପଡ଼ିଛି।
ବୋଷ୍ଟନ କଲେଜର ପୃଥିବୀ ଏବଂ ପରିବେଶ ବିଜ୍ଞାନର ପ୍ରଫେସର ହାନ୍‌କିନ୍‌ ତିଆନ୍‌ କହିଛନ୍ତି, ଧାନ ଚାଷ ପ୍ରଣାଳୀର ସମ୍ପୂର୍ଣ୍ଣ ଜଳବାୟୁ ପ୍ରଭାବକୁ ବୁଝିବା ଆମର ଲକ୍ଷ୍ୟ ଥିଲା। କେବଳ ମିଥେନ ନୁହେଁ, ବରଂ ସମସ୍ତ ପ୍ରମୁଖ ଗ୍ରୀନ୍‌ହାଉସ ଗ୍ୟାସକୁ ଏକତ୍ର କରି ଦେଖିବା ଏବଂ ଏହାର ପ୍ରଶମନ ପାଇଁ ବାସ୍ତବବାଦୀ ମାର୍ଗ ଚିହ୍ନଟ କରିବା ମଧ୍ୟ ଗବେଷଣାର ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ରହିଥିଲା। ଧାନ ବିଶ୍ୱର ଅଧାରୁ ଅଧିକ ଜନସଂଖ୍ୟାର ପେଟ ପୂରାଉଥିବା ବେଳେ ଏହାର ଜଳବାୟୁ ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଉଛି। ପାଣି ଜମି ରହୁଥିବା ଧାନ ବିଲଗୁଡ଼ିକରୁ ମିଥେନ ଏବଂ ନାଇଟ୍ରସ ଅକ୍ସାଇଡ୍‌ ଭଳି ଦୁଇଟି ଶକ୍ତିଶାଳୀ ଗ୍ରୀନ୍‌ହାଉସ ଗ୍ୟାସ୍‌ ନିର୍ଗତ ହୋଇଥାଏ।
ଏହି ଅନୁଧ୍ୟାନ ପାଇଁ ଗବେଷକମାନେ ୨୧,୦୦୦ରୁ ଅଧିକ କ୍ଷେତ୍ର ନିରୀକ୍ଷଣ ଉପରେ ଆଧାରିତ ଏକ ମେଶିନ୍‌ ଲର୍ନିଂ ଆଲ୍‌ଗୋରିଦମ, ଏକ ପ୍ରକ୍ରିୟା-ଆଧାରିତ ବାସ୍ତୁସଂସ୍ଥାନ ମଡେଲ ଏବଂ ଏକ ଗ୍ଲୋବାଲ ମେଟା-ଆନାଲିସିସର ସହାୟତା ନେଇଥିଲେ। ଏହି ଟିମ୍‌ ମୋଟ ନିର୍ଗମନର ପରିମାଣ ନିର୍ଦ୍ଧାରଣ କରିବା ସହ ଜମି ସମ୍ପ୍ରସାରଣ ଏବଂ ଅବଶିଷ୍ଟାଂଶ ପରିଚାଳନା ଭଳି ମୁଖ୍ୟ କାରଣଗୁଡ଼ିକୁ ଚିହ୍ନଟ କରିଛି। ଏହାସହ ଅନ୍ତର୍ଜାତୀୟସ୍ତରରେ ମିଥେନ ହ୍ରାସ କରିବା ଲକ୍ଷ୍ୟ ସମେତ ଆଗାମୀ ଦିନର ପ୍ରଶମନ ରଣନୀତି କିଭଳି ଜଳବାୟୁ ଲକ୍ଷ୍ୟ ହାସଲରେ ସହାୟକ ହେବ, ତାହାର ମଧ୍ୟ ମୂଲ୍ୟାଙ୍କନ କରିଛନ୍ତି। ବିଶ୍ୱବ୍ୟାପୀ ଧାନ ଚାଷର ଚାହିଦା ବଢୁଥିବାରୁ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ନ କରି ଏହାର ମିଥେନ ପ୍ରଭାବକୁ ବୁଝିବା ଏବଂ ଏହାକୁ କିପରି ହ୍ରାସ କରାଯିବ, ତାହା ଏବେ ଏକ ବିଶ୍ୱସ୍ତରୀୟ ପ୍ରାଥମିକତା ପାଲଟିଛି ବୋଲି ଗବେଷକମାନେ କହିଛନ୍ତି।
ଅଧ୍ୟୟନରୁ ଜଣାପଡ଼ିଛି ଯେ, ପୂର୍ବ ଏସିଆ ଭଳି ଅଞ୍ଚଳରେ ମିଥେନ ଏକ ପ୍ରମୁଖ କାରକ ସାଜିଥିବାବେଳେ ଆଫ୍ରିକାରେ ଧାନଚାଷର ସମ୍ପ୍ରସାରଣ ଯୋଗୁ ଏହା ଏକ ନୂତନ ହଟ୍‌ସ୍ପଟ୍‌ ଭାବେ ଉଭା ହୋଇଛି। ପ୍ରଫେସର ତିଆନ୍‌ କହିଛନ୍ତି, ଏହି ଅଧ୍ୟୟନ ୧୯୬୧ରୁ ୨୦୨୦ ମଧ୍ୟରେ ମିଥେନ, ନାଇଟ୍ରସ ଅକ୍ସାଇଡ୍‌ ଏବଂ ମୃତ୍ତିକା ଅଙ୍ଗାରକ ପରିବର୍ତ୍ତନକୁ ଅନ୍ତର୍ଭୁକ୍ତ କରି ଧାନ ସମ୍ବନ୍ଧୀୟ ଗ୍ରୀନ୍‌ହାଉସ ଗ୍ୟାସ୍‌ ନିର୍ଗମନର ସବୁଠାରୁ ବ୍ୟାପକ ବିଶ୍ୱସ୍ତରୀୟ ମୂଲ୍ୟାଙ୍କନ ପ୍ରଦାନ କରୁଛି। ଏଥିସହିତ ୨୦୦୧-୨୦୨୦ ମଧ୍ୟରେ ବିଶ୍ୱର ମୋଟ ନିର୍ଗମନରେ ଏସିଆର ବିଭିନ୍ନ ରାଷ୍ଟ୍ରଗୁଡ଼ିକରେ ୯୦.୨% ଥିଲା। ସେହିପରି ୧୯୬୧ରୁ ୧୯୮୦ ତୁଳନାରେ ବିଶ୍ୱର ମୋଟ ବୃଦ୍ଧିରେ ଏହାର ଅଂଶ ୬୧.୧% ଥିଲା, ଯେଉଁଥିରେ ଦକ୍ଷିଣ-ପୂର୍ବ ଏସିଆର ସବୁଠାରୁ ବଡ଼ ଭାଗ ରହିଛି ବୋଲି ତିଆନ୍‌ କହିଛନ୍ତି।
ବାର୍ଷିକ ବିଶ୍ୱସ୍ତରୀୟ ଧାନଚାଷର ପରିମାଣ ୨୦୧୫ରେ ୩୯୭.୪ ମିଲିୟନ ଏକର ଥିବାବେଳେ ୨୦୨୪ରେ ଏହା ବୃଦ୍ଧି ପାଇ ୪୨୬ ମିଲିୟନ ଏକର ମଧ୍ୟରେ ରହିଥିବା ଜଣାପଡ଼ିଛି।
ବିଶେଷ କରି ବିକାଶଶୀଳ ଦେଶଗୁଡ଼ିକରେ ଧାନଚାଷର ବୃଦ୍ଧି ଯୋଗୁ ବିଶ୍ୱସ୍ତରରେ ମୋଟ ନିର୍ଗମନ ବଢ଼ିଛି। ଏପରି କି ଚାଷଜମିରେ ଫସଲର ଅବଶିଷ୍ଟାଂଶକୁ ପୁନର୍ବାର ପାଣି ଜମି ରହିଥିବା ମାଟିରେ ମିଶାଇ ଦିଆଯାଉଥିବାରୁ ଏହା ମିଥେନ୍‌ ଉତ୍ପାଦନକୁ ଅଧିକ ବଢ଼ାଇ ଦେଉଛି। ତେଣୁ ମିଥେନ ଗ୍ୟାସ୍‌ ବୃଦ୍ଧିକୁ ରୋକିବା ପାଇଁ
ଜଳ ପରିଚାଳନାର ଠିକ୍‌ ବ୍ୟବହାର ସହ ମାଟିରେ ଅତ୍ୟଧିକ ପରିମାଣର ଫସଲ ଅବଶିଷ୍ଟାଂଶ ମିଶାଇବା ପ୍ରକ୍ରିୟାକୁ କମ୍‌ କରିବା ଏବଂ ନାଇଟ୍ରୋଜେନ ସାର ବ୍ୟବହାରର ଦକ୍ଷତାରେ ସୁଧାର ଆଣିବା ଜରୁରୀ ବୋଲି ଗବେଷକମାନେ ମତ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?