Posted inଜାତୀୟ

୨ ଲକ୍ଷ ଟଙ୍କାର ଘଣ୍ଟା ପିନ୍ଧନ୍ତି ନାଗାଲାଣ୍ଡର ପ୍ରଥମ ମହିଳା ବିଧାୟକ

କୋହିମା,୨।୩: ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ଏନଡିପିପି ଏବଂ ଭାଜପା ସହଯୋଗୀ ପ୍ରାର୍ଥୀ ହେକାନି ଜଖାଲୁ ଦିମାପୁର-୩ ବିଧାନସଭା ଆସନ ଜିତିଛନ୍ତି। ଏହା ସହ ସେ ନାଗାଲାଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ହୋଇଛନ୍ତି। ସେ ୧,୫୩୬ ଭୋଟରେ ଜିତିଥିଲେ।
୪୮ ବର୍ଷ ବୟସ୍କ ଏନଡିପିପି ନେତା ହେକାନି ଆଇନ ଅଧ୍ୟୟନ କରିଛନ୍ତି। ସେ ୨୦୧୩ରେ ସାନ ଫ୍ରାନ୍ସିସ୍କୋ ସ୍କୁଲ ଅଫ ଲ’ରୁ ମାଷ୍ଟର ଅଫ ଲରେ ସ୍ନାତକ ଅର୍ଜନ କରିଥିଲେ। ହେକାନିଙ୍କର ୫.୫୮ କୋଟି ମୂଲ୍ୟର ସମ୍ପତ୍ତି ଅଛି। ତାଙ୍କ ନିର୍ବାଚନ ପ୍ରମାଣପତ୍ରରେ ସେ ନିଜ ଉପରେ ୪୧.୯୫ ଲକ୍ଷରୁ ଅଧିକ ଋଣ ଥିବା କହିଛନ୍ତି। ହେକାନିଙ୍କ ନିର୍ବାଚନ ପ୍ରମାଣପତ୍ର ଅନୁଯାୟୀ, ହେକାନି ଏବଂ ତାଙ୍କ ସ୍ବାମୀଙ୍କର ଅଧଡଜନ କାର ଅଛି। ଏହାର ମୋଟ ମୂଲ୍ୟ ୧.୩୨ କୋଟିରୁ ଅଧିକ ଟଙ୍କା ବୋଲି କୁହାଯାଉଛି।
ସୂଚନାନୁସାରେ, ହେକାନି ୩୦,୦୦୦ ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ୨ ଲକ୍ଷ ଟଙ୍କା ମୂଲ୍ୟର ଘଣ୍ଟା ପିନ୍ଧନ୍ତି। ସେହିଭଳି ତାଙ୍କ ସ୍ବାମୀଙ୍କ ପାଖରେ ୬୦ ହଜାର ମୂଲ୍ୟର ସୁନା ରିଙ୍ଗ ଏବଂ ଦୁଇ ଲକ୍ଷ ମୂଲ୍ୟର ସୁନା ଚେନ ଅଛି। ତାଙ୍କର ମୋଟ ଚଳନ ସମ୍ପତ୍ତି ୩.୫୧ କୋଟିରୁ ଅଧିକ।
ହେକାନିଙ୍କ ନିଜ ନାମରେ କୌଣସି ଘର ନାହିଁ। ଏହି ପ୍ରମାଣପତ୍ରରେ ସେ ସୂଚନା ଦେଇଛନ୍ତି ଯେ, ତାଙ୍କର ୨୨.୫୦ ଲକ୍ଷ ଟଙ୍କା ଏବଂ ୧୫ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି କୃଷି ଜମି ଅଛି। ଏହା ବ୍ୟତୀତ ତାଙ୍କ ସ୍ବାମୀଙ୍କ ନାମରେ ଏକ ବ୍ୟବସାୟିକ ଏବଂ ଆବାସିକ କୋଠା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri