ଏମ୍‌ବିବିଏସ୍‌ ପିଜି ସିଟ୍‌ ୨୫୦କୁ ବୃଦ୍ଧି

ବ୍ରହ୍ମପୁର ଅଫିସ,୨୮ା୨:ବ୍ରହ୍ମପୁର ବଡ଼ ମେଡିକାଲ କଲେଜ ଓ ହସ୍ପିଟାଲକୁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି)ର ଏକ ୭ ଜଣିଆ ଟିମ୍‌ ସୋମବାର ପହଞ୍ଚି ପିଜି ସିଟ୍‌ ବୃଦ୍ଧି ନେଇ ବିଭିନ୍ନ ଦିଗ ଉପରେ ଯାଞ୍ଚ କରିଛନ୍ତି। ପୂର୍ବରୁ ୧୫୦ସିଟ୍‌ ଥିଲା, ଏହାର ସ୍ଥିିିତି ବିଭିନ୍ନ ସମୟରେ ଟିମ୍‌ ଯାଞ୍ଚ କରିଥିଲା। ପରେ ଏହାକୁ ୨୫୦ ସିଟ୍‌ କରିବା ପାଇଁ ଏହି ଦଳ ଚୂଡ଼ାନ୍ତ ପର୍ଯ୍ୟାୟ ସମୀକ୍ଷା କରିଛନ୍ତି। ସେହିପରି ନୂତନ ଭାବେ ୟୁରୋଲୋଜି ବିଭାଗରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ବିଭାଗୀୟ ପ୍ରଫେସରଙ୍କ ସହିତ ଆଲୋଚନା କରିଛନ୍ତି। ଏହି ବିଭାଗରେ ୩ ସିଟ୍‌ରେ ପିଜି ନାମଲେଖା ଆରମ୍ଭ କରିବା ପାଇଁ ଏମ୍‌କେସିଜି କର୍ତ୍ତୃପକ୍ଷ ଏନ୍‌ଏମ୍‌ସିକୁ ପ୍ରସ୍ତାବ ଦେଇଥିଲେ। ସେହି ଅନୁସାରେ ଟିମ୍‌ ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରି ସିଟ୍‌ ବୃଦ୍ଧି ଲାଗି ଚୂଡାନ୍ତ କରିଛନ୍ତି । ସେହିଭଳି ଆନାଟୋମି ଏବଂ ମାନସିକ ରୋଗ ବିଭାଗରେ ଆରମ୍ଭ ହୋଇଥିବା ପିଜି ନାମଲେଖାକୁ ଚଳିତ ଶିକ୍ଷାବର୍ଷରେ ପୁନଃ ଅନୁମତି ପ୍ରଦାନ ଦିଗରେ ମଧ୍ୟ ଟିମ୍‌ ଆଲୋଚନା କରିଛନ୍ତି।
ଟିମ୍‌ରେ ତେଲଙ୍ଗାନା ସରକାରୀ ମେଡିକାଲ କଲେଜ ଆନାଟୋମି ବିଭାଗ ପ୍ରଫେସର ଡା. ଅନୀଲ ଶିବଶଙ୍କର ରାହୁଲ, ହାଇଦ୍ରାବାଦ ଏଆଇଆଇଏମ୍‌ସି ଫିଜିଓଲୋଜି ବିଭାଗ ପ୍ରଫେସର ଡା. ନୀତିନ ଜୋନ୍‌, ସିକନ୍ଦରାବାଦ ଗାନ୍ଧୀ ମେଡିକାଲ କଲେଜ ପାଥୋଲୋଜି ବିଭାଗ ପ୍ରଫେସର ଡା. ଦେବୋଜୀ ଏବଂ ହାଇଦ୍ରାବାଦ ନିଜାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ନେଫ୍ରୋଲୋଜି ବିଭାଗ ପ୍ରଫେସର ଡା. ଡି. ଶ୍ରୀଭୂଷଣ ରାଜୁ ରହିଛନ୍ତି। ଉକ୍ତ ଟିମ୍‌ ସହ ଏମ୍‌କେସିଜି ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ଓ ଅଧ୍ୟକ୍ଷ ଅବନୀକାନ୍ତ ମିଶ୍ର ଓ ବିଭାଗୀୟ ଅଧିକାରୀମାନେ ସାମିଲ ରହିଥିଲେ।
ବିଗତ ବର୍ଷରେ ଏମ୍‌କେସିଜିର ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ବୃଦ୍ଧି କରାଯାଇଥିଲା। ୨୫୦ ପିଲାଙ୍କ ପାଠପଢ଼ା ପାଇଁ କ୍ଲାସ୍‌ରୁମ୍‌, ଲାବରେଟୋରି, ଲାଇବ୍ରେରି ରହିଛି କି ନାହିଁ ତାହା ତଦାରଖ କରିଥିଲେ। ସେହିପରି ଆବଶ୍ୟକ ଅନୁସାରେ ଅଧ୍ୟାପକ ଅଛନ୍ତି କି ନାହାନ୍ତି ସେ ନେଇ ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ଏହା ସହିତ ପିଲାଙ୍କ ରହିବା ପାଇଁ ହଷ୍ଟେଲ୍‌, ୨୫୦ ପିଲାଙ୍କ ପାଇଁ ଥିବା ପାଠପଢ଼ା ସହିତ ଅନ୍ୟାନ୍ୟ ସୁବିଧାରେ ଏନ୍‌ଏମ୍‌ସି ଟିମ୍‌ ସନ୍ତୋଷ ପ୍ରକାଶ କରି ବିଗତ ଦିନରେ ଫେରିଥିଲା।
ସୂଚନାଯୋଗ୍ୟ, ପୂର୍ବରୁ ଆନାଟୋମି ଏବଂ ମାନସିକ ରୋଗ ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇଛି। ଚଳିତ ଶିକ୍ଷାବର୍ଷରେ ମଧ୍ୟ ଏହି ବିଭାଗରେ ପିଜିରେ ନାମଲେଖା ପାଇଁ ଅନୁମତି ଦେବାକୁ ଏନ୍‌ଏମ୍‌ସି ଟିମ୍‌ ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ଏହା ସହିତ ୟୁରୋଲୋଜି ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ପୂର୍ବରୁ ଏମ୍‌କେସିଜି କର୍ତ୍ତୃପକ୍ଷ ଆବେଦନ କରିଥିଲେ। ତେବେ ୟୁରୋଲୋଜି ବିଭାଗରେ ପିଜି ନାମଲେଖା ଆରମ୍ଭ କରିବା ପାଇଁ ଥିବା ଭିତ୍ତିଭୂମି ମଧ୍ୟ ଯାଞ୍ଚ କରାଯାଇଛି। ଏନ୍‌ଏମ୍‌ସିର ଏହି ଟିମ୍‌ରେ ବେଙ୍ଗାଲୁରୁର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନେଫ୍ରୋ-ୟୁରୋଲୋଜି ବିଭାଗ ପ୍ରଫେସର ଡା. ଶିବାଲିଙ୍ଗ ଏମ୍‌., ଅହମଦାବାଦ ମ୍ୟୁନିସିପାଲ କର୍ପୋରେଶନ ମେଡିକାଲ ଏଜୁକେସନ୍‌ ଟ୍ରଷ୍ଟ୍‌ ଓ କଲେଜ ଆନାଟୋମି ବିଭାଗ ପ୍ରଫେସର ଡା. ଦୀପା ଗୁପ୍ତା ଓ ତିରୁପତି ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ମେଡିକାଲ କଲେଜ ମାନସିକ ରୋଗ ବିଭାଗ ପ୍ରଫେସର ଡା. ଏନ୍‌. ନାଗେଶ୍ୱର ରାଓ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri