Posted inଜାତୀୟ

ଏପିଜେ ଅବଦୁଲ କଲାମ ସାଟେଲାଇଟ ଲଞ୍ଚ ଭେହିକିଲ ମିଶନ-୨୦୨୩ ଶୁଭାରମ୍ଭ…

ଚେନ୍ନାଇ,୧୯।୨ : ମାର୍ଟିନ ଫାଉଣ୍ଡେଶନ ଡ.ଏପିଜେ ଅବଦୁଲ କଲାମ ସାଟେଲାଇଟ ଲଞ୍ଚ ଭେହିକିଲ ମିଶନ-୨୦୨୩ ଡ. ଏପିଜେ ଅବଦୁଲ କଲାମ ଇଣ୍ଟରନ୍ୟାଶନାଲ ଫାଉଣ୍ଡେଶନ ଏବଂ ସ୍ପେସ ଜୋନ ଇଣ୍ଡିଆର ସହଯୋଗରେ ତାମିଲନାଡୁର ପଟିପୋଲାମ ଗ୍ରାମରୁ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଉପସ୍ଥିତ ଥିଲେ। ଏହି ସୂଚନା ଏକ ସରକାରୀ ବିବୃତ୍ତିରେ ଦିଆଯାଇଛି।

ଏହି ପଦକ୍ଷେପ ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୦୦୦ ରୁ ଅଧିକ ଛାତ୍ରୀଛାତ୍ର ୧୫୦ଟି ପିଆଇସିଓ ଉପଗ୍ରହର ପରିକଳ୍ପନା ତଥା ବିକାଶ କରିବାରେ ସକ୍ଷମ ହୋଇଛନ୍ତି। ଯାହାକୁ ରକେଟ ମାଧ୍ୟମରେ ଉତକ୍ଷେପଣ କରାଯିବ।
ବିବୃତ୍ତି ଅନୁଯାୟୀ, ଏହି ମିଶନରେ ମନୋନୀତ ଛାତ୍ରୀଛାତ୍ରମାନଙ୍କୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ବିଷୟରେ ଅଧିକ ଜାଣିବାକୁ ଏକ ସୁଯୋଗ ପ୍ରଦାନ କରିଛି। ମାର୍ଟିନ ଫାଉଣ୍ଡେଶନ ଏହି ପ୍ରକଳ୍ପ ପାଇଁ ସମୁଦାୟ ୮୫ ପ୍ରତିଶତ ଅର୍ଥ ପ୍ରଦାନ କରିଛି। ମନୋନୀତ ଛାତ୍ରୀଛାତ୍ରମାନଙ୍କୁ ଭର୍ଚୁଆଲ କ୍ଲାସ ମାଧ୍ୟମରେ ଉପଗ୍ରହ ପ୍ରଯୁକ୍ତିବିଦ୍ୟା ବିଷୟରେ ଶିକ୍ଷା ଦିଆଯାଇଛି ଏବଂ ସେମାନଙ୍କୁ ପ୍ରକଳ୍ପ କ୍ଷେତ୍ର ଅନୁସନ୍ଧାନରେ ସାହାଯ୍ୟ କରିବାକୁ ବ୍ୟବହାରିକ ଅଧିବେଶନ କରାଯାଇଛି। ଏହି କ୍ଷେତ୍ରରେ ଉପଲବ୍ଧ ଅନେକ ସୁବିଧା ବିଷୟରେ ସେମାନଙ୍କୁ ମଧ୍ୟ ଅବଗତ କରାଯାଇଛି ।
୧୦୦ରୁ ଅଧିକ ସରକାରୀ ବିଦ୍ୟାଳୟର ମୋଟ ୨ ହଜାର ଛାତ୍ରୀଛାତ୍ର ଏହି ରକେଟ ପ୍ରକଳ୍ପର ଅଂଶ ଅଟନ୍ତି। ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ପାଇଁ ମହାକାଶ ବିଜ୍ଞାନରେ ତାଲିମ ପ୍ରାପ୍ତ ହେବା ଏବଂ ସେହି କ୍ଷେତ୍ରରେ ସେମାନଙ୍କ କ୍ୟାରିୟର ଅନୁସନ୍ଧାନ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବାରେ ଏକ ଉତ୍ତମ ମାଧ୍ୟମ ହେବ ବୋଲି ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନିତିନ ନବୀନ

ନୂଆଦିଲ୍ଲୀ,୧୫।୧୨:  ଭାଜପାର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ...

ନିଜ ହାତରେ ରାସ୍ତା ଖୋଳିଲେ ଭାଜପା ବିଧାୟକ: ଗୁଣବତ୍ତାର ଖୋଲିଲା ପୋଲ୍‌

ଭୋପାଳ,୧୫।୧୨: ମଧ୍ୟପ୍ରଦେଶର ଦିଣ୍ଡୋରୀର ଶାହପୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ଧୁର୍ଭେ ବିଭାଗୀୟ କର୍ମଚାରୀଙ୍କ ପର୍ଦ୍ଦାଫାସ କରୁଛନ୍ତି।...

ବିସିସିଆଇର କଡ଼ା ନିର୍ଦ୍ଦେଶ: ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ୨ଟି ମ୍ୟାଚ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସମସ୍ତ ଜାତୀୟ ଦଳର ଖେଳାଳିଙ୍କ ପାଇଁ ଏକ କଡ଼ା ନିୟମ ଲାଗୁ କରିଛି। ଆସନ୍ତା ଡିସେମ୍ବର ୨୪ରୁ...

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

MGNREGA ପାଇଁ ନୂଆ ଆଇନ ଆଣିବେ ସରକାର: ଏତିକି ଦିନର ମିଳିବ ନିଯୁକ୍ତି ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୧୫।୧୨: କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବାତିଲ କରି ଗ୍ରାମୀଣ ନିଯୁକ୍ତି ପାଇଁ ଏକ ନୂତନ ଆଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri