Posted inଖେଳ

ଟପ୍‌ ଅର୍ଡର ଚିନ୍ତାରେ ଭାରତ

ନୂଆଦିଲ୍ଲୀ,୧୭ା୨(ପି.ଟି):ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହେବ। ଭାରତ ଏହି ମ୍ୟାଚ୍‌ ପାଇଁ ଫେଭରିଟ୍‌ ରହିଥିବା ବେଳେ ଟପ୍‌ ଅର୍ଡର ବ୍ୟାଟିଂକୁ ନେଇ ଦଳ ସାମାନ୍ୟ ଚିନ୍ତାରେ ରହିଛି। ଅଧିନାୟକ ରୋହିତ ଶର୍ମା ଶତକ ହାସଲ କରି ଫର୍ମକୁ ଫେରିଥିଲେ ମଧ୍ୟ ଲୋକେଶ ରାହୁଲଙ୍କ ଫର୍ମ ଭାରତୟ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି। ନାଗପୁରର ଧିମା ଟ୍ରାକ୍‌ରେ ଚମତ୍କାର ଧୈର୍ଯ୍ୟର ପରିଚୟ ଦେଇ ରୋହିତ ଶର୍ମା ଶତକ ହାସଲ କରିଥିଲେ। ତେବେ ଟପ୍‌ ଅର୍ଡରରେ ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ। ୩ ନେଟ୍‌ ବୋଲର ସୌରଭ କୁମାର, ପୁଲକିତ ନାରଙ୍ଗ ଓ ହ୍ରିତିକ ଶୋକିନଙ୍କୁ କୋହଲି ବୁଧବାର ଖେଳିଥିଲେ। ଭାରତୀୟ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ସେସନ୍‌ ପାଇଁ ପିଚ୍‌ରେ ରଫ୍‌ ମାର୍କ ତିଆରି କରାଯାଇଥିଲା। ତେଣୁ ଦ୍ୱିତୀୟ ଟେଷ୍ଟରେ ନାଥନ ଲିୟନ୍‌ ଓ ଟଡ୍‌ ମର୍ଫିଙ୍କ ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ।
ରାହୁଲଙ୍କ ପାଇଁ ଶେଷ ସୁଯୋଗ: ନୂଆଦିଲ୍ଲୀ ଟେଷ୍ଟ ଓପନିଙ୍ଗ ବ୍ୟାଟର ଲୋକେଶ ରାହୁଲଙ୍କ ପାଇଁ ଶେଷ ସୁଯୋଗ। ଭାରତୀୟ ଦଳରେ ଓପନିଙ୍ଗ ସ୍ଥାନ ପାଇଁ ଏକାଧିକ ବିକଳ୍ପ ରହିଛି। ରେଡ୍‌ ହଟ୍‌ ଫର୍ମରେ ଥିବା ଶୁବମନ ଗିଲ୍‌ଙ୍କୁ ବାଦ୍‌ ଦେଇ ଦଳ ଲୋକେଶ ରାହୁଲଙ୍କୁ ଦଳରେ ସ୍ଥାନ ଦେଇଛି। ରାହୁଲ ଭାରତ ପାଇଁ ୪୬ ଟେଷ୍ଟ ଖେଳି ସାରିଥିବା ବେଳେ ତାଙ୍କର ଆଭରେଜ ମାତ୍ର ୩୪ ରହିଛି। ଦ୍ୱିତୀୟ ଟେଷ୍ଟରେ ବିଫଳ ହେଲେ ରାହୁଲଙ୍କ ପାଇଁ ଭାରତୀୟ ଦଳର ରାସ୍ତା ବନ୍ଦ ହେବାର ସମ୍ଭାବନା ରହିଛି। ଶୁବମାନ ଗିଲ୍‌ଙ୍କ ଅଷ୍ଟ୍ରେଲିଆ ବିପକ୍ଷ ରେକର୍ଡ ଚମତ୍କାର ଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ ନ ଦେଲେ ରାହୁଲ ବାଦ୍‌ ପଡିବାର ସମ୍ଭାବନା ଅଧିକ।
ମଧ୍ୟକ୍ରମ ଉପରେ ଗୁରୁତ୍ୱ: ଦ୍ୱିତୀୟ ଟେଷ୍ଟ ପୂର୍ବରୁ ମଧ୍ୟକ୍ରମ ବ୍ୟାଟିଂକୁ ବେଶ୍‌ ପ୍ରଶଂସା କରିଛନ୍ତି ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌। ନିକଟ ଅତୀତରେ ଭାରତୀୟ ଦଳର ଟପ୍‌ ଅର୍ଡର ସଂଘର୍ଷ କରିଥିବା ବେଳେ ଶ୍ରେୟସ ଆୟାର, ରିଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜା ହିଁ ଦଳକୁ ସଙ୍କଟରୁ ଉଦ୍ଧାର କରିଛନ୍ତି। ପ୍ରଥମ ଟେଷ୍ଟରେ ମଧ୍ୟ ଜାଡେଜା ଓ ଅକ୍ଷର ପଟେଲ ସମାନ ଦାୟିତ୍ୱ ନିର୍ବାହ କରିଥିଲେ। ଜମଥା ପରି ଧିମା ନ ହେଲେ ମଧ୍ୟ ଅରୁଣ ଜେଟଲୀ ଷ୍ଟାଡିୟମର ପିଚ୍‌ ଧିମା ରହିବ। ଏହା ସହିତ ପୁନର୍ବାର ଭାରତୀୟ ମିଡିଲ ଅର୍ଡର ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ। ଏହି ଷ୍ଟାଡିୟମର ଉଭୟ ପାର୍ଶ୍ୱର ବାଉଣ୍ଡାରି ସାମାନ୍ୟ ଛୋଟ ଥିବାରୁ ବ୍ୟାଟର ଏହାର ଫାଇଦା ଉଠାଇବାକୁ ପ୍ରୟାସ କରିପାରନ୍ତି।
ଶ୍ରେୟସ ବନାମ ସୂର୍ଯ୍ୟକୁମାର: ୩୧ ଦିନ ଧରି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟରୁ ଦୂରେଇ ରହିବା ପରେ ଶ୍ରେୟସ ଆୟାର ଦଳକୁ ଫେରିଛନ୍ତି। ଦ୍ୱିତୀୟ ଟେଷ୍ଟରେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ସେ ଚୂଡାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି। ତେବେ ପ୍ରତ୍ୟାବର୍ତ୍ତନ ପରେ ତୁରନ୍ତ ୫ ଦିନିଆ ମ୍ୟାଚର କାର୍ଯ୍ୟଭାର ସମ୍ଭାଳିବାରେ ଆୟର ସମର୍ଥ ହେବେ କି ନାହିଁ ତାହା ବଡ ପ୍ରଶ୍ନ ରହିଛି। ଅନ୍ୟ ପକ୍ଷରେ ଯଦି ଆୟର ନ ଖେଳନ୍ତି ତେବେ ସୂର୍ଯ୍ୟକୁମାରଙ୍କୁ ଆଉ ଏକ ସୁଯୋଗ ମିଳିବ।
ପୂଜାରାଙ୍କ ଶତକୀୟ ଟେଷ୍ଟ:
ଭାରତୀୟ ଟେଷ୍ଟ ବ୍ୟାଟିଂର ମେରୁଦଣ୍ଡ ଭାବରେ ବିଗତ ୧୩ ବର୍ଷ ଧରି ଖେଳିଥିବା ଚେତେଶ୍ୱର ପୂଜାରା ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ନିଜର ୧୦୦ ତମ ଟେଷ୍ଟ ଖେଳିବେ। ୧୩ତମ ଭାରତୀୟ ଖେଳାଳି ଭାବରେ ସେ ଏହି ସଫଳତା ହାସଲ କରିବାକୁ ଯାଉଛନ୍ତି। ୯୯ ଟେଷ୍ଟରୁ ୪୪ ଆଭରେଜରେ ୧୯ ଶତକ ଓ ୩୪ ଅର୍ଦ୍ଧଶତକ ସହିତ ୭୦୨୧ ରନ୍‌ ସଂଗ୍ରହ କରିଛନ୍ତି। ଶତକୀୟ ଟେଷ୍ଟରେ ପୂଜାରା କ୍ୟାରିୟରର ବିଂଶତମ ଶତକ ହାସଲ କରିବା ଲକ୍ଷ୍ୟରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri