Posted inଖେଳ

ଫୁଟ୍‌ବଲ କିମ୍ବଦନ୍ତୀ ତୁଳସୀଦାସଙ୍କ ପରଲୋକ

କୋଲକାତା, ୧୭ା୨(ପି.ଟି.):ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ତଥା ଅଲିମ୍ପିଆନ ତୁଳସୀଦାସ ବଳରାମଙ୍କ ୮୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ୧୯୫୦ ଦଶକରୁ ୬୦ ଦଶକ ମଧ୍ୟରେ ଭାରତୀୟ ଫୁଟବଲର ଶ୍ରେଷ୍ଠ ସମୟରେ ବଳରାମ, ଚୁନି ଗୋସ୍ବାମୀ ଓ ପିକେ ବାନାର୍ଜୀ କମ୍ବିିନେଶନ ଜାତୀୟ ଦଳର ତ୍ରିମୂର୍ତ୍ତି ଭାବେ ପରିଚିତ ଥିଲେ। ସିକନ୍ଦରାବାଦ ସହର ଉପକଣ୍ଠସ୍ଥିତ ଆମୁଗୁଡାରେ ଜନ୍ମଗ୍ରହଣ କରିଥିବା ବଳରାମ ଶେଷ ସମୟରେ ହୁଗୁଳି ନଦୀକୂଳସ୍ଥିତ ଉତ୍ତରପଡ଼ାର ଏକ ଫ୍ଲାଟ୍‌ରେ ବାସ କରୁଥିଲେ। ୧୯୬୨ ଏସିଆନ ଗେମ୍ସ ଚାମ୍ପିୟନ ଗତବର୍ଷ ଡିସେମ୍ବର ୨୬ରେ ମୂତ୍ର ସଂକ୍ରମଣଜନିତ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୧୯୬୦ ରୋମ୍‌ ଅଲିମ୍ପିକ୍ସରେ ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ। ଅଲିମ୍ପିକ୍ସର ଏହି ସଂସ୍କରଣରେ ହଙ୍ଗେରୀ, ଫ୍ରାନ୍ସ ଓ ପେରୁ ସହିତ ଭାରତ ‘ଗ୍ରୁପ୍‌ ଅଫ୍‌ ଡେଥ୍‌’ରେ ସ୍ଥାନ ପାଇଥିଲା। ଭାରତ ଏହାର ଓପନିଂ ମ୍ୟାଚ ହଙ୍ଗେରୀଠାରୁ ୧-୨ରେ ପରାସ୍ତ ହୋଇଥଲା। ବଳରାମ ଭାରତ ତରଫରୁ ଏକ ମାତ୍ର ଗୋଲ ୭୯ତମ ମିନିଟ୍‌ରେ ସ୍କୋର କରିଥିଲେ। ସେ ଆହୁରି ମଧ୍ୟ ଗେମ୍ସରେ ପେରୁ ବିପକ୍ଷରେ ଏକ ଗୋଲ ଦେଇଥିଲେ। ଏହାର କିଛିଦିନ ପରେ ବଳରାମଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଫ୍ରାନ୍ସ ବିପକ୍ଷ ମ୍ୟାଚ୍‌ରେ ଭାରତ ବିପର୍ଯ୍ୟୟ ସୃଷ୍ଟି କରିବା ପରିସ୍ଥିତି ସୃଷ୍ଟି କରିଥିଲା। ଜାକର୍ତ୍ତା ଏସିଆନ ଗେମ୍ସ ସ୍ବର୍ଣ୍ଣ ବେଳେ ଭାରତ ଫାଇନାଲରେ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ହରାଇ ଦେଇଥିଲା। ଭାରତର ଏହା ଥିଲା ଦ୍ୱିତୀୟ ଅନ୍ତର୍ଜାତୀୟ ସଫଳତା। ଏପର୍ଯ୍ୟନ୍ତ ଏହାର ପୁନରାବୃତ୍ତି ଘଟି ନାହିଁ। ଗୋଲ ସ୍କୋରିଂ ବ୍ୟତୀତ ତାଙ୍କ ନିକଟରେ ଚମତ୍କାର ବଲ୍‌ କଣ୍ଟ୍ରୋଲ, ଡ୍ରିବଲିଂ ଓ ପାସିଂ ଦକ୍ଷତା ରହିଥିଲା। ମାତ୍ର ସ୍ବାସ୍ଥ୍ୟଜନିତ ସମସ୍ୟା ଯୋଗୁ ତାଙ୍କ କ୍ୟାରିୟର (୧୯୫୫ରୁ ୧୯୬୩) ସଂକ୍ଷିପ୍ତ ହୋଇଯାଇଥିଲା। ମାତ୍ର ୨୭ ବର୍ଷ ବୟସରେ ସେ ଖେଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ୧୯୫୬ ମେଲବୋର୍ନ ଅଲିମ୍ପିକ୍ସରେ ବଳରାମ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପ୍ରତିଯୋଗିତାରେ ଭାରତ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଦେଶ ପକ୍ଷରୁ ସେ ମୋଟ ୩୬ଟି ମ୍ୟାଚ ଖେଳି ୧୦ ଗୋଲ ସ୍କୋର କରିଥିଲେ। ତନ୍ମଧ୍ୟରେ ଏସିଆନ ଗେମ୍ସରେ ୪ ଗୋଲ ସାମିଲ ଥିଲା। ସନ୍ତୋଷ ଟ୍ରଫିରେ ସେ ଉଭୟ ବେଙ୍ଗଲ ଓ ହାଇଦ୍ରାବାଦ ତରଫରୁ ଖେଳି ସଫଳ ହୋଇଛନ୍ତି। ଜଣେ ସକ୍ରିୟ ଫୁଟ୍‌ବଲର ହିସାବରେ ଅବସର ନେବା ପରେ ସେ ସ୍ବିଡେନରେ ଗୋଥିଆ କପ୍‌ରେ ଭାଗ ନେଇଥିବା କଲିକତା ମେୟର୍ସ ଟିମ୍‌ର କୋଚ୍‌ ଭାବେ କାର୍ଯ୍ୟ କରିଥିଲେ। ସେ ଆହରି ମଧ୍ୟ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘର ଜଣେ ଟ୍ୟାଲେଣ୍ଟ ସ୍ପଟର ଭାବେ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri