Odisha Elections 2024
Posted inଜାତୀୟ

କୁନୋ ନ୍ୟାଶନାଲ ପାର୍କର ଚିତାଙ୍କୁ ମିଳିବେ ନୂଆ ବନ୍ଧୁ

ଭୋପାଳ,୧୬।୨: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଥିବା ଚିତାଙ୍କ ପାଇଁ ଆଉ କେତେକ ନୂଆ ବନ୍ଧୁ ଆସିିବାକୁ ଯାଉଛି। ଭାରତରେ ବିଲୁପ୍ତ ହୋଇଥିବା ଚିତାକୁ ପୁନଃସ୍ଥାପିତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହାର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୨ଟି ଚିତା ଭାରତକୁ ଅଣାଯିବ। ଗୁରୁବାର କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏନେଇ ସୂଚନା ଦେଇଛନ୍ତି। ପ୍ରୋଜେକ୍ଟ ଚିତା ଅଧୀନରେ ଫେବୃଆରୀ ୧୮ରେ କୁନୋ ନ୍ୟାଶନାଲ ପାର୍କକୁ ୧୨ଟି ନୂଆ ଚିତା ଆସିବେ। ଚଳିତ ଥର ସମସ୍ତ ଚିତା ଦକ୍ଷିଣ ଆଫ୍ରିକାରୁ ଅଣାଯାଉଛି। ସେଥିରେ ୭ଟି ପୁରୁଷ ଚିତା ଥିବା ବେଳେ ୫ଟି ମହିଳା ଚିତା ରହିଛନ୍ତି। ଏହି ୧୨ଟି ଚିତା ଆସିବା ପରେ ବର୍ତ୍ତମାନ ପାର୍କରେ ମୋଟ ଚିତା ସଂଖ୍ୟା ୨୦ ହେବ। ଏହି ଚିତାଗୁଡ଼ିକୁ ଭାରତ ଆଣିବା ପାଇଁ ଗୁରୁବାର ସକାଳେ ହିନ୍ଦନ ଏୟାରବେସରୁ ଏକ ସ୍ବତନ୍ତ୍ର ବାୟୁସେନା ବିମାନ ଉଡ଼ାଣ ଭରିଛି ବୋଲି ଚିତା ପ୍ରକଳ୍ପର ମୁଖ୍ୟ ଏସ୍‌ପି ଯାଦବ କହିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ୧୭ରେ ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଦେଇଥିବା ଉପହାରରେ ଆଉ ଏକ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ସେହିଦିନ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ନାମ୍ବିିଆରୁ ୮ଟି ଚିତା ଆଣି ଛାଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦଳ ହେବ ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ହେଡେନ୍‌

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲୀୟ ପୂର୍ବତନ କିମ୍ବଦନ୍ତୀ ମାଥ୍ୟୁ ହେଡେନ ଆଇପିଏଲ ୨୦୨୪ ବିଜେତା ସମ୍ବନ୍ଧରେ ପୂର୍ବାନୁମାନ କରିଛନ୍ତି। ଏକ ସାକ୍ଷାତକାରରେ ହେଡେନ ରାଜସ୍ଥାନ ଏଥର କପ୍‌ ନେବ...

Video: ସ୍ୱାତୀ ମାଲିୱାଲଙ୍କୁ ଏହିପରି ଦୁର୍ବ୍ୟବହାର କରିଥିଲେ ବୈଭବ କୁମାର

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲାରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। ଏହି...

କୋଭାକ୍ସିନ ନେବାର ବର୍ଷେ ପରେ ୩୦% ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ

ନୂଆଦିଲ୍ଲୀ,୧୭/୫:ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କମ୍ପାନୀ ପ୍ରସ୍ତୁତ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଓ ପ୍ଲେଟ୍‌ଲେଟ୍‌ କାଉଣ୍ଟ କମିଯିବା ଭଳି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା...

”୭-୮ ଚାପୁଡ଼ା, ଛାତି, ପେଟକୁ ଗୋଇଠା ମାରିଲେ”: FIR’ରେ ଲେଖିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲାରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। କେଜ୍ରିୱାଲଙ୍କ...

ତାସ ଭଳି ଅଲଗା ହୋଇଗଲେଣି ବିରୋଧୀ, ବାରାବାଙ୍କିରେ ମୋଦିଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶର ବାରବାଙ୍କି ଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏଠାରେ ସେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ...

ମହାରାଷ୍ଟ୍ରକୁ ନେଇ ବଡ ଭବିଷ୍ୟବାଣୀ କଲେ ଉଦ୍ଧବ ଠାକରେ

ମୁମ୍ବାଇ,୧୭।୫: ନିର୍ବାଚନ ପରିବେଶ ମଧ୍ୟରେ ଶିବସେନା (ୟୁବିଟି ଦଳ) ମୁଖ୍ୟ ଉଦ୍ଧବ ଠାକରେ ଏକ ବଡ଼ ଦାବି କରିଛନ୍ତି। ସେ ଆଶା କରୁଛନ୍ତି ଯେ ୨୦୨୪...

ରତନ ଟାଟାଙ୍କ ଏୟାର ଇଣ୍ଡିଆ ବିରୋଧରେ ମାମଲା ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୫: ଏୟାର ଇଣ୍ଡିଆ ଲିମିଟେଡ ସମ୍ବନ୍ଧରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ’ ୧୬ରେ ସୁପ୍ରିମକୋର୍ଟ କହିଛନ୍ତି, ଜାନୁଆରୀ ୨୦୨୨ରେ ଏୟାର...

ଓଡ଼ିଶା ପାଇଁ ଭାଜପା ଖୋଜୁଛି ମୁଖ୍ୟମନ୍ତ୍ରୀ ଫେସ୍‌, ଆଗରେ ଅଛନ୍ତି ଧର୍ମେନ୍ଦ୍ରଙ୍କ ସମେତ ଏସବୁ ନେତା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭।୫: ଲୋକ ସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। ରାଜ୍ୟରେ ନିର୍ବାଚନରେ ଭାଜପା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି। କାରଣ ବିଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri