ସପ୍ତାହେ ହେଲା ବିନା ଡାକ୍ତରରେ ଚାଲିଛି ରୋଗୀ ସେବା

ବେଗୁନିଆପଡା,୧୪।୨(ଡି.ଏନ.ଏ.): ଗଞ୍ଜାମ ଜିଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏକ ସପ୍ତାହରୁ ଅଧିକ ସମୟ ହେବ ବିନା ଡାକ୍ତରରେ ଚାଲିଛି। ଆଇପିଏଚ ଷ୍ଟାଣ୍ଡାର୍ଡ ୧ର ମାନ୍ୟତା ପାଇଥିବା ଏହି ଡାକ୍ତରଖାନାଟି ଉପରକୁ ଚକ୍‌ାଚକ ଭିତର ଫମ୍ପା। ଅର୍ଥାତ୍‌ ଜଣେ ବି ଡାକ୍ତର ଏଠି ନାହାନ୍ତି। ୪ ଜଣ ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ମିଶାଇ ୧୦ ରୁ ଉଦ୍ଧର୍‌ବ ଡାକ୍ତର ରହିବା କଥା। ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜଣେ ଡାକ୍ତରଙ୍କୁ ଏଠାକୁ ୪ ଦିନ ପାଇଁ ଡେପୁଟେଶନରେ ଅଣାଯାଇଥିବା ବେଳେ ସେ ୪ ଦିନ ପରେ ଚାଲି ଯାଇଛନ୍ତ। ଫଳରେ ରୋଗୀ ସେବା ଠପ ହୋଇଯାଇଛି । ଗରିବ ଅସହାୟ ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜନେତା ତଥା ଜନପ୍ରତିନିଧି ମାନେ କିନ୍ତୁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉ ନାହାନ୍ତି। ବିଧାୟିକା ଲତିକା ପ୍ରଧାନ ଉକ୍ତ ମେଡିକାଲ ପାଇଁ ଅନେକ କିଛି କରୁଛି ବୋଲି କହୁଥିବା ବେଳେ ବର୍ତ୍ତମାନ ମେଡିକାଲରେ ଡାକ୍ତର ନ ଥିବା କଥା ତାଙ୍କୁ ଜଣା ଅଛି ନା ନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତ। ୮ ପଞ୍ଚାୟତ ସମେତ କୋଦଳା ଏନ୍‌ଏସିର ଜନତା ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ଅନ୍ୟପଟେ, ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଦିନେ ୨ ଦିନ ମଧ୍ୟରେ ଡାକ୍ତର ଦେବାକୁ କହିଥିଲେ ମଧ୍ୟ ଏଯାଏ ଡାକ୍ତରଙ୍କ ନିଯୁକ୍ତି ହୋଇନି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ କେବେ ଡାକ୍ତର ନିଯୁକ୍ତି ହେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳ ବୈଶାଖୀ: ଉପୁଡିଲା ଗଛ, ଘର କାନ୍ଥ ପଡି ୩ ଗୁରୁତର

ପାଟଣା,୨।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଏବଂ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଛି। କାଳ ବୈଶାଖୀ ପ୍ରଭାବରେ ପ୍ରବଳ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri