ଚାଉଳ ରାଜନୀତି: ୧୫ରେ ଆନ୍ଦୋଳନ କରିବ ବିଜେଡି

ଭଞ୍ଜନଗର,୧୧ା୨(ଡି.ଏନ.ଏ): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଗତ ଡିସେମ୍ବର ମାସରୁ ବନ୍ଦ ହୋଇଯାଇଛି । ଏହାଦ୍ୱାରା ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ଏବଂ ୫ଟି ଏନ୍‌ଏସିର ପ୍ରାୟ ୯ ଲକ୍ଷ ହିତାଧିକାରୀ ପ୍ରଭାବିତ ହୋଇଛନ୍ତି । ଯାହାକୁ ନେଇ ଭଞ୍ଜନଗର ବ୍ଲକ ଏବଂ ଏନଏସି ବିଜେଡି ପକ୍ଷରୁ ଆସନ୍ତା ୧୫ ଓ ୧୬ ତାରିଖ ଦୁଇଦିନ ଧରି ଆନ୍ଦୋଳନ କରାଯିବ। ଏନେଇ ସୂଚନା ଦେଇଛନ୍ତି ଭଞ୍ଜନଗର ବ୍ଲକ ଏମ୍‌ପି ପ୍ରତିନିଧି ଦିବାକର ନାୟକ।
ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ୫ କେଜି ଚାଉଳ କିମ୍ବା ଗହମ ୫ ଟଙ୍କାରେ ମିଳୁଥିଲା। କୋଭିଡ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅତିରିକ୍ତ ୫ କେଜି ଚାଉଳ କିମ୍ବା ଗହମ ହିତାଧିକାରୀଙ୍କୁ ମିଳୁଥିଲା। ଏହି ଯୋଜନା ପ୍ରାୟ ୨ ବର୍ଷ ଚାଲିଥିଲା। ଗତ ଡିସେମ୍ବରମାସରୁ କେନ୍ଦ୍ର ସରକାର ଏହି ଯୋଜନା ବନ୍ଦ କରିଦେଇଛନ୍ତି। ଏହି ଯୋଜନାରେ ଆସିଥିବା ଚାଉଳ ଶୁକ୍ରବାର ମଧ୍ୟରେ ବାଣ୍ଟିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା, ଯାହା ଶେଷ ହୋଇଛି। ଏବେ ହିତାଧିକାରୀ ପିଛା କେବଳ ୫ କେଜି ଚାଉଳ ଜାନୁୟାରୀ ମାସର କୋଟା ମିଳିବ । କିନ୍ତୁ ତାହା ୫ଟଙ୍କା ବଦଳରେ ମାଗଣା ମିଳିବ । ଏଥିସହ ଅନ୍ତଦ୍ୟୋୟ ଯୋଜନାରେ ୩୫ କେଜି ଚାଉଳ ମଧ୍ୟ ହିତାଧିକାରୀଙ୍କୁ ମାଗଣାରେ ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିତ୍ବା ଗହମ ଗତ ଅଗଷ୍ଟ ମାସରୁ ୨୦୨୩ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଯୋଗାଣ ବନ୍ଦ ଅଛି। ଭଞ୍ଜନଗର ବ୍ଲକ ଓ ଏନଏସି, ବେଲଗୁଣ୍ଠା ବ୍ଲକ ଓ ଏନଏସି, ସୋରଡ଼ା ବ୍ଲକ ଓ ଏନଏସି, ବୁଗୁଡ଼ା ବ୍ଲକ ଓ ଏନଏସି, ଆସିକା ବ୍ଲକ ଓ ଏନଏସି, ଜଗନ୍ନାଥପ୍ରସାଦ, ଧରାକୋଟ, ଶେରଗଡ଼ ବ୍ଲକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ଲକ୍ଷ ୪୭ ହଜାର ୮୮୫ କାର୍ଡ଼ ଅଛି । ତାହାର ସୁଫଳ ୮ଲକ୍ଷ ୬୫ ହଜାର ୪୧୮ ହିତାଧିକାରୀ ପାଉଛନ୍ତି। ଅନ୍ତଦ୍ୟୋୟ ଯୋଜନାରେ ୨୬ ହଜାର ୩୭୧ଟି କାର୍ଡ଼ ଥିବାବେଳେ ଏଥିରେ ୭୩ ହଜାର ୯୨୦ ହିତାଧିକାରୀ ଅଛନ୍ତି। ଅନ୍ୟପଟେ ବିଜୁଳି ପ୍ରାୟ ଅଧିକାଂଶ ଘରେ ଥିତ୍ବା ବେଳେ କିରାସିନି ଦର ଅଧିକ ଯୋଗୁ ହିତାଧିକାରୀମାନେ କିରାସିନି କିଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଉପଖଣ୍ଡ ଯୋଗାଣ ବିଭାଗ ଅଧିକାରୀ ଅସିତ ମହାନ୍ତି କହିଛନ୍ତି, ସରକାରଙ୍କ ଯାହା ନିର୍ଦ୍ଦେଶ ଆସିଲା ତାହାକୁ ଆମେ କାର୍ଯ୍ୟକାରୀ କରୁଛୁ। ଅପରପକ୍ଷେ କେନ୍ଦ୍ର ସରକାରଙ୍କ ଏଭଳି ଜନବିରୋଧି ନୀତି ବିରୋଧରେ ବିଜେଡି ଆସନ୍ତା ୧୫ ତାରିଖରେ ଭଞ୍ଜନଗର ବ୍ଲକର ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟ ଓ ୧୬ ତାରିଖରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଭଞ୍ଜନଗର ବ୍ଲକ ଏମପି ପ୍ରତିନିଧି ଦିବାକର ନାୟକ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri