ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ ତଦାରଖ କଲେ ଜିଲାପାଳ

ଗୋପାଳପୁର,୧୧ା୨(ଡି.ଏନ.ଏ.): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟରେ ଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ବିମାନ ଚଳାଚଳ ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲା। ଏନେଇ ଶୁକ୍ରବାର ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ବିଭୀଗୀୟ କର୍ତ୍ତୃପକ୍ଷଙ୍କ ସହ ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାର୍ଯ୍ୟ ତଦାରଖ କରିଛନ୍ତି। ବର୍ତ୍ତମାନ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ୯୭୫ ମିଟର ଲମ୍ବା, ଓସାର ୧୫୦ ମିଟର, ରନୱେ ୭୫୦ ମିଟର ରହିଥିବା ହେତୁ ବିମାନ ଉଡ଼ାଣରେ ବାଧା ସୃଷ୍ଟି ହେଉଥିବାରୁ ସଂପ୍ରସାରଣ ନିମନ୍ତେ ବେସରକାରୀ ଓ ସରକାରୀ ଜମି ଚିହ୍ନଟ କରାଯାଇଥିଲା। ସଂପ୍ରସାରଣ ପାଇଁ ଆବଶ୍ୟକ ରହିଥିବା ପାଚେରୀ ଠାରୁ ହଷ୍ଟେଲ ପଟେ ପ୍ରାୟ ୯୦ ମିଟର, ପାଚେରୀ ଠାରୁ ବିଶ୍ୱବିଦ୍ୟାଳୟ ପ୍ରଶାସନିକ କୋଠା ପଟେ ପ୍ରାୟ ୪୦ ମିଟର, ବ୍ରହ୍ମପୁରଠାରୁ ମୁଖ୍ୟ ରାସ୍ତା ପଟେ ପାଚେରୀ ଠାରୁ ପ୍ରାୟ ୨୫୦ ମିଟର ଲମ୍ବା, ମୋନାର୍କ ଛକ ପାଚେରୀ ଠାରୁ ପ୍ରାୟ ୩୦ ମିଟର ଲମ୍ବା ସଂପ୍ରସାରଣ କରାଯିବ। ବିଶ୍ୱବିଦ୍ୟାଳୟର ପ୍ରାୟ ୧୫ ଏକର ଜମି ଦରକାର ପଡୁଥିବାରୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ଏ ନେଇ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁ ଜମି ଚିହ୍ନଟ କରି ଚିଠି କରିଛନ୍ତି। ଜିଲାପାଳଙ୍କ ସହ ଯୋଗାଯୋଗ ବେଳେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପକୁ ଉନ୍ନତମାନର ପ୍ରସ୍ତୁତି କରାଯିବ, ତାହାସହ ଟେଣ୍ଡର ପ୍ରକ୍ରିୟା ସରିଛି, ରହିଥିବା ଟେକନିକାଲ ସ୍ଥିତିକୁ ସର୍ଭେ କରିବା ପାଇଁ ଆଲୋଚନା କରାଯାଇଛି। ଶୀଘ୍ର କାମ ସରିବା ପରେ ସରକାର ଉଡ଼ାଣ ପାଇଁ ନିଷ୍ପତି ନେବେ ବୋଲି କହିଛନ୍ତି। ଜିଲାପାଳଙ୍କ ସମେତ ବ୍ରହପୁର ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣି, ଜମି ଅଧିଗ୍ରହଣ ଅଧିକାରୀ ଉମାକାନ୍ତ ବାରିକ, ଡ଼ିଏଫଓ ଅମ୍ଲାନ ନାୟକ, ପୂର୍ତ୍ତ ବିଭାଗର ଏସ୍‌ଇ ତପନ ପାଣିଗ୍ରାହୀ, ଇଣ୍ଡିଆ ୱାନ ଏୟାରପୋର୍ଟ ଅଧିକାରୀ ରାହୁଲ କୁମାର, ଏନସିସି ଗ୍ରୁପ କମାଣ୍ଡେଣ୍ଟ ସଚିନ ଗୁପ୍ତା, ଇଂ ନିର୍ମଳ ନାୟକ, ଏଇ ଚିନ୍ମୟ ତ୍ରିପାଠୀ, ଜେଇ ଲକ୍ଷ୍ମଣ ମାରାଣ୍ଡି, କନିସି ଆଡିସିନାଲ ତସିଲଦାର କୁଲଦିପ କୁମାର, କରାପଲ୍ଲୀ ଆରଆଇ ନିରାକାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri