ବାରିମୂଳ ଆଶ୍ରମରେ ଇଡିର ନୋଟିସ, ଜବତ ଜମିରେ ସର୍ବସାଧାରଣଙ୍କ ଯାତାୟାତ ମନା

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୮।୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ବାରିମୂଳ ଆଶ୍ରମ ମୁଖ୍ୟ ସାରଥି ଓରଫ ସନ୍ତୋଷ ରାଉଳ ଗତ ୨୫ ତାରିଖରେ ଜେଲରୁ ସର୍ତ୍ତମୂଳକ ଜାମିନ୍‌ରେ ମୁକୁଳିଛନ୍ତି। ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତତ୍ପର ହୋଇଉଠିଛି ା ୨୦୧୭ ସେପ୍ଟେମ୍ବର ୧ ରେ ଇଡି ପକ୍ଷରୁ ବାରିମୂଳ ମୌଜାରେ ସାରଥିଙ୍କ ୩ ଏକର ୪୨ ଡିସିମିଲ ଜମି ଜବତ କରାଯାଇଥିଲା। ଏନେଇ ସେତେବେଳେ ମାମଲା (ଓସି ନଂ. ୭୨୮/ ୧୭)ରୁଜୁ କରାଯାଇଥିଲା। ଶନିବାର ଜବତ ହୋଇଥିବା ଏହି ସବୁ ଜମି ଉପରେ ଇଡି ପକ୍ଷରୁ ସର୍ବସାଧାରଣଙ୍କ ଯାତାୟାତ ବାରଣ କରାଯାଇଛି। ଇଡିର ଏକ ୩ ଜଣିଆ ଟିମ୍‌ ଦିନ ୧୨ଟା ୪୫ରେ ବାରିମୂଳ ଆଶ୍ରମରେ ପହଞ୍ଚତ୍ଥିଲା। ଇଡିର ସହ ନିର୍ଦ୍ଦେଶକ ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ଟିମ୍‌ ଆସି ଆଶ୍ରମର ମୁଖ୍ୟ ଦ୍ୱାର ନିକଟରେ ଏକ ନୋଟିସ ବୋର୍ଡ ଲଗାଇଥିଲେ। ଏ ସମ୍ପର୍କରେ ମିଶ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ, ବିଭାଗର ପକ୍ଷରୁ ଏହି ନୋଟିସ ବୋର୍ଡ ଲଗାଯାଇଛି ା ବାରିମୂଳ ମୌଜାର ୨୬ ପ୍ଲଟ ଏଥିରେ ସାମିଲ କରାଯାଇଛି ା ବିଭାଗର ଜବତ ତାଲିକାରେ ଏହି ଜମିର ମାଲିକ ସନ୍ତୋଷ କୁମାର ରାଉଳ, ଶ୍ରୀମଦ ସାରଥି, ସତ୍ୟମ ଚାରିଟେବୁଲ ଟ୍ରଷ୍ଟ, ସତ୍ୟମ ଶେଖର ରାଉଳ, ପ୍ରବୀଣ କୁମାର ରାଉଳ ଓ ବିଚିତ୍ରାନନ୍ଦ ଭୂୟଁା ରହିଛନ୍ତିି ା ମାମଲା ନ ସରିବା ପର୍ଯ୍ୟନ୍ତ ଏହି ଜମିକୁ କେହି ଅଧିକାରକୁ ନେଇ ପାରିବେ ନାହିଁ ଅଥବା ହସ୍ତାନ୍ତର କରାଯାଇ ପାରିବ ନାହିଁ ବୋଲି ନୋଟିସ୍‌ରେ ଦର୍ଶାଯାଇଛି। ଏନେଇ ସମ୍ପୃକ୍ତ ତହସିଲଦାରଙ୍କୁ ଜଣାଇ ଦିଆଯାଇଛି ବୋଲି ମିଶ୍ର କହିଛନ୍ତି ା ସେକ୍ସନ୍‌ ୮(୪) ଅନୁଯାୟୀ, ଏଥିରେ ଖିଲାପକଲେ ଦଣ୍ଡିତ ହେବେ ବୋଲି ନୋଟିସ୍‌ ବୋର୍ଡରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri