ବ୍ରହ୍ମପୁର ବଜାରରେ ବେଙ୍ଗାଲୁରୁ ଗୋଲାପର ଚାହିଦା

ବ୍ରହ୍ମପୁର ଅଫିସ,୮।୨: ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ପଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସାରା ପୃଥିବୀରେ ଏହା ପ୍ରେମୀ ଯୁଗଳଙ୍କ ମଧ୍ୟରେ ବେଶ ଆଦୃତ ହେଉଛି। ଏହି ସପ୍ତାହ ସାରା ବିଶ୍ୱରେ ଫେବୃୟାରୀ ୭ ରୁ ୧୪ ପର୍ଯ୍ୟନ୍ତ ପାଳିତ ହେଉଛି। ପ୍ରଥମ ଦିନ ଗୋଲାପ ଦିବସ ବା ରୋଜ ଡ଼େପ୍ରୋପୋଜ ଡ଼େ, ଚକୋଲେଟ ଡ଼େ, ଟେଡ଼ି ଡ଼େ, ପ୍ରମିଜ ଡ଼େ, ହଗ୍‌ ଡ଼େ, କିସ ଡ଼େ ଏବଂ ଶେଷରେ ସେଣ୍ଟ ଭାଲେଣ୍ଟାଇନଙ୍କ ଦିବସ ପାଳିତ ହୋଇଥାଏ।
ସପ୍ତାହର ପ୍ରଥମ ଦିନ ମଙ୍ଗଳବାର ରୋଜଡ଼େ’ ବା ଗୋଲାପ ଦିବସ ପାଳିତ ହୋଇଛି। ଏହି ଦିନ ପ୍ରେମୀମାନେ ନିଜ ପ୍ରେମିକାକୁ ପ୍ରେମର ପ୍ରତୀକ ସ୍ବରୁପ ଲାଲ ଗୋଲାପ ଦେଇ ନିଜ ପ୍ରେମ ବ୍ୟକ୍ତ କରିଥାନ୍ତିି। ଏହି ପରମ୍ପରା ବର୍ତ୍ତମାନ ରେଶମ ସହରରେ ମଧ୍ୟ ଦେଖିବାକୁ ମଳିଛି। ସେହିପରି ସହରରେ ପୁରୁଣା ବସ୍‌ଷ୍ଟାଣ୍ଡ, ବଡ଼ବଜାର, ଗୋଇଲୁଣ୍ଡି, ସୁବାରାଓ ଛକ ଗୁଡିକରେ ଥିବା ଫୁଲ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। କଲେଜ ପଢ଼ୁଆ ଛାତ୍ରୀଛାତ୍ର, ଯୁବତୀ ଯୁବକ ଓ ନବ ବିବାହିତ ସର୍ବାଧିକ ଗୋଲାପ ଫୁଲ କ୍ରୟ କରିଥିବା ବ୍ୟବସାୟୀଙ୍କଠାରୁ ପ୍ରକାଶ। ଗୋଲାପ ଦିବସ ଅବସରରେ ସାଧାରଣ ଦିନରେ ୧୦ରୁ ୧୫ ଟଙ୍କାରେ ବିକ୍ରି ହେଉଥିବା ଫୁଲ ଦର ମଙ୍ଗଳବାର ୨୦ରୁ ୩୦ଟଙ୍କା ବୃଦ୍ଧି ପାଇଛି। ସେହିପରି ଗ୍ରାହକଙ୍କ ମଧ୍ୟରେ ବେଙ୍ଗାଲୁରୁ ଗୋଲାପ ଚାହିଦା ଅଧିକ ରହିଛି। ଲାଲ ଗୋଲାପ ସମେତ ହଳଦିଆ, ଧଳା ଓ ପିଙ୍କ୍‌ ଭଳି ବିଭିନ୍ନ ରଙ୍ଗର ଗୋଲାପ ଓ ଅନ୍ୟାନ୍ୟ ଫୁଲ ମଧ୍ୟ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri