ଗଞ୍ଜାମରେ ୧୩ ହସ୍ପିଟାଲର ରୂପ ବଦଳିବ

ଛତ୍ରପୁର,୬ା୨(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୫-ଟି ଆଧାରରେ ୧୩ ହସ୍ପିଟାଲର ରୁପାନ୍ତରୀକରଣ ଲାଗି ଚୂଡାନ୍ତ ହୋଇଛି ା ଜିଲାରେ ଥିବା ୧୩ ବିଧାନସଭା ନିର୍ବାଚମଣ୍ଡଳୀରେ ଗୋଟିଏ ଲେଖାଏ ହସ୍ପିଟାଲକୁ ଏଥିରେ ସାମିଲ କରାଯିବ। ସେଥିମଧ୍ୟରେ ବ୍ରହ୍ମପୁରର ସିଟି ହସ୍ପିଟାଲ (ଜିଲା ହେଡକ୍ୱାର୍ଟର ହସ୍ପିଟାଲ), ଛତ୍ରପୁର, ଭଞ୍ଜନଗର, ଆସିକା ଓ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟ ଏବଂ କୋଦଳା, ପୋଲସରା, ଖଲ୍ଲିକୋଟ, କେଳୁଆପଲ୍ଳୀ, ଆଡପଡା, ଚିକିଟି, ସୋରଡା ଓ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି ା ଏସବୁ ହସ୍ପିଟାଲ ରୁପାନ୍ତରୀକରଣ ଲାଗି ୭୭ କୋଟି ୪୯ ଲକ୍ଷ ୧୨ ହଜାର ଟଙ୍କା ଖର୍ଚ୍ଚ ହେବ ା ଏ ନେଇ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ପକ୍ଷରୁ ଏକ ଆକ୍ସନ ପ୍ଲାନ୍‌ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କମିଶନର ତଥା ସଚିବଙ୍କୁ ପଠାଯାଇଥିବା ସୂଚନା ମିଳିଛି ା ଏଥିସହ ରୁପାନ୍ତରୀକରଣ କାର୍ଯ୍ୟ ପାଇଁ ଆର୍କିଟେକ୍‌ମାନଙ୍କ ସହାୟତା ନିଆଯାଇଛି ା ୭ ତାରିଖ ସୁଦ୍ଧା ଆର୍କିଟେକର ବିସ୍ତୃତ ତଥା ଚୂଡାନ୍ତ ରିପୋର୍ଟ ଦାଖଲ ହେବ ା
ମିଳିଥିବା ସୂଚନା ଅନୁସାରେ ସିଟି ହସ୍ପିଟାଲ ଲାଗି ୧୧.୨୪ କୋଟି, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପାଇଁ ୬.୧୨ କୋଟି, ଛତ୍ରପୁର ପାଇଁ ୮.୨୭ କୋଟି, ହିଞ୍ଜିଳି ପାଇଁ ୫.୫୩ କୋଟି, ଆସିକା ପାଇଁ ୭.୬୨ କୋଟି, ପୋଲସରା ସିଏଚସି ପାଇଁ ୪.୦୭ କୋଟି, କୋଦଳା ପାଇଁ ୪.୦୯ କୋଟି, ଖଲ୍ଲିକୋଟ ପାଇଁ ୪.୨୩ କୋଟି, କେଲୁଆପଲ୍ଳୀ ପାଇଁ ୪.୭୭ କୋଟି, ଆଡପଡା ପାଇଁ ୬.୨୬ କୋଟି, ଚିକିଟି ପାଇଁ ୫.୪୫ କୋଟି, ସୋରଡା ପାଇଁ ୪.୭୧ କୋଟି ଏବଂ ଦିଗପହଣ୍ଡି ସିଏଚସି ପାଇଁ ୫.୦୬ କୋଟି ଖର୍ଚ୍ଚ ହେବ ା ହସ୍ପିଟାଲକୁ କୌଣସି ରୋଗୀ ଆସିଲେ ଯେପରି ସନ୍ତୋଷ ବ୍ୟକ୍ତ କରି ଫେରିବ ଏବଂ ଏହାକୁ ପ୍ରାଥମିକତା ଦେଇ ୫-ଟି ରୁପାନ୍ତରୀକରଣର ଉଦ୍ଦେଶ୍ୟ ବୋଲି କୁହାଯାଇଛି ା ରୁପାନ୍ତରୀକରଣ ହେବାକୁ ଥିବା ହସ୍ପିଟାଲ ଗୁଡିକର ଭିତ୍ତିଭୂମି ସୁଦୃଢ ସହ କୋଠାର ଉନ୍ନତୀକରଣ, ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଆଦି ଷ୍ଟାଫ୍‌ ସଂଖ୍ୟା ବୃଦ୍ଧି, ପାଇଖାନା, ପାନୀୟଜଳ, ପରିମଳ ସହ ବର୍ଜ୍ୟବସ୍ତୁ ପରିଚାଳନାକୁ ସୁଦୃଢ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri