Posted inଫୁରସତ

କବିତା ମୋ ପାଇଁ ପଥ ନୁହେଁ ପାଥେୟ: ବନଜ ଦେବୀ

ଦୀର୍ଘ ଛଅ ଦଶନ୍ଧି ଧରି ଓଡିଆ ସାହିତ୍ୟ ଜଗତରେ ଏକ ସୁପରିଚିତ ନାମ ହେଲେ ବନଜ ଦେବୀ। ପଚାଶ ଦଶକରେ କବିତା କ’ଣ ବୁଝିବା ପୂର୍ବରୁ ସେ କବିତା ଲେଖା ଆରମ୍ଭ କରିଥିଲେ। ତାହା ମିନାବଜାରରେ ପ୍ରକାଶିତ ହୋଇଥିଲା। ଲେଖା ପ୍ରକାଶିତ ହେବା ଉତ୍ସାହରେ ସେ ଅଧିକରୁ ଅଧିକ ଲେଖି ଚାଲିଲେ। ଧୀରେ ଧୀରେ କବିତା ଲେଖିବା ତାଙ୍କର ନିଶା ପାଲଟିଗଲା।
ବିଶ୍ୱନାଥ ପଟ୍ଟନାୟକ ଓ ମାତା ସୁନ୍ଦରମଣି ଦେବୀଙ୍କ କନ୍ୟା ବନଜଙ୍କର ଜନ୍ମ ୧୯୪୧ ମସିହା ପୁରୀ ଜିଲାର ଡେଲାଙ୍ଗ ନିକଟସ୍ଥ ପୋଶଲ ଗ୍ରାମରେ। ବଡ଼ବାପା ଲୋକନାଥ ପଟ୍ଟନାୟକଙ୍କ ଦ୍ୱାରା ସେ ଲାଳିତ ପାଳିତ ହୋଇଥିଲେ। ବନଜଙ୍କ ପରିବାର ଥିଲା ବେଶ୍‌ ସଂସ୍କୃତିସମ୍ପନ୍ନ, ଧାର୍ମିକ ଓ ଜଗନ୍ନାଥପ୍ରେମୀ। ପିତା ଥିଲେ ସଙ୍ଗୀତଜ୍ଞ। ଗାଇବା ସହ ତବଲା, ବଂଶୀ ଓ ହାରମୋନିୟମ ଆଦି ସମସ୍ତ ବାଦ୍ୟଯନ୍ତ୍ର ବଜାଇବାରେ ବେଶ୍‌ ଧୁରନ୍ଧର । ନିତି ସାରେ ଭାଗବତ ଘରେ ଭାଗବତର ନବାକ୍ଷରୀ ପଦକୁ ଗାଉଥିଲେ। ବଡବାପାଙ୍କ ସହ ଛୁଟିରେ ଘରକୁ ଆସିଲେ ପିତାଙ୍କ ପାଖରୁ ସଙ୍ଗୀତ ଶିକ୍ଷା କରନ୍ତି। ବନଜ ଦେବୀ କୁହନ୍ତି,‘ବଡବାପା ଖୋର୍ଦ୍ଧାରେ ଏସଡିଓ ଥିବାବେଳେ ମୋର ଖଡିଛୁଆଁ ହୋଇଥିଲା। ଏହାପରେ ବ୍ରହ୍ମପୁର ବଦଳି ଯୋଗୁ ସେଠାକାର ମିଶନ୍‌ ସ୍କୁଲରେ ପ୍ରଥମ ଓ ଗାଁ ସ୍କୁଲରେ ଷଷ୍ଠ, ସପ୍ତମ ପଢିଥିଲି। ସେବେଠୁ ହୋଇଥିଲା ମୋ କବିତା ଲେଖିବାର ଆଦିପର୍ବ। ବଡବାପା ଥିଲେ ମୋ କବିତାର ପ୍ରଥମ ପାଠକ। କୁନ୍ତଳା କୁମାରୀଙ୍କ ‘ପରଶମଣି ’ ଓ ଗୋପୀନାଥ ମହାନ୍ତିଙ୍କ ‘ହରିଜନ’ ମୁଁ ପ୍ରଥମ ଶ୍ରେଣୀରେ ହିଁ ପଢିଥିଲି। ଛୋଟ ବୟସରେ ଏସବୁ ବହି ଲୁଚାଇ ପଢୁଥିବା ସମୟରେ ଧରାପଡ଼ି ଅନେକ ଥର ମାଡ ଗାଳି ମଧ୍ୟ ଖାଇଛି। ଏହାବାଦ୍‌ ପିଲାଦିନରୁ ପ୍ରକୃତି ସହ ଥିଲା ମୋର ବେଶ୍‌ ଅନ୍ତରଙ୍ଗତା । ଗଡନାୟକଙ୍କର କବିତା ‘କନିଅର ଫୁଲ’ ମୋତେ ଖୁବ୍‌ ପିଲାବେଳୁ ମତେ ବେଶ୍‌ ମୁଗ୍ଧ କରିଥିଲା। ଗପ ବହି ପଢିବା ପରି ଲୁଚାଇ ଲୁଚାଇ କବିତା ଲେଖିବା ଆରମ୍ଭ କଲି। ଏହାପରେ ବଡବାପାଙ୍କର ଅନୁଗୋଳ ବଦଳି ହେଲା। ଅନୁଗୋଳ ସ୍କୁଲରେ ପଢିବା ସମୟରେ ହିଁ ମୋର ପାଠପଢା ବନ୍ଦ ହେଲା। ଝିଅଟିଏ ପାଠପଢି କରିବ କ’ଣ? ରନ୍ଧାବଢା ଶିଖୁ। ପାଠପଢା ବନ୍ଦ ହେବା ପରେ ମନେମନେ ବହୁତ ବିଦ୍ରୋହ କରିଥିଲି। ସେଇ ବିଦ୍ରୋହ ଝରି ଯାଇଥଲା କବିତା ରୂପରେ।’

ମାତ୍ର ୧୭ବର୍ଷ ବୟସରେ ବନଜଙ୍କର ବିବାହ ହୋଇଥିଲା ଖୋର୍ଦ୍ଧା ଟିକିଝରି ଗ୍ରାମ ନିବାସୀ ପୂର୍ଣ୍ଣଚନ୍ଦ୍ର ହରିଚନ୍ଦନଙ୍କ ସହିତ। ବହୁ କୁଟୁମ୍ବରେ ସେ ହେଲେ ବଡବୋହୂ। ଗୃହିଣୀ ଜୀବନର କ୍ଳାନ୍ତ, ଅବସାଦ, ବେଦନା ଭିତରେ ବି ନିଜ ଖୁସି ପାଇଁ ସେ କବିତା ଲେଖନ୍ତି। ବନଜ କୁହନ୍ତି, ‘କବିତା ମୋ ପାଇଁ ପଥ ନୁହେଁ ପାଥେୟ। ଯାହା ମତେ ବାଟ ଚାଲିବାର ଶକ୍ତି ଦେଇଛି। ୧୯୫୯ ମସିହାରେ ମୋର ପ୍ରଥମ ଗଳ୍ପ ‘ଛିନ୍ନ ମେଘ’ ଆସନ୍ତାକାଲିରେ ପ୍ରକାଶିତ ହେଇଥିଲା। ୧୯୭୬ ମସିହାରେ ଆକାଶବାଣୀର ସର୍ବଭାଷା କବି ସମ୍ମିଳନୀରେ ଯୋଗ ଦେଇଥିଲି। ଯେଉଁଥିରେ ମୋର ‘ଭୂମିକା’ କବିତାଟି ନିର୍ବାଚିତ ହୋଇଥିଲା। ଏହି କବିତାଟି ମୁଁ ସର୍ବଭାଷୀ କବି ସମ୍ମିଳନୀରେ ପାଠ କରିଥିଲି।’ ନିଜର ପରିବାର ସଦସ୍ୟ ବିଶେଷ କରି ଦାଶରଥି ପଟ୍ଟନାୟକ (ଦାଶିଆ ଅଜା)ଙ୍କ ଉତ୍ସାହ ଓ ପ୍ରେରଣାକୁ ସ୍ମରଣ କରନ୍ତି ବନଜ। ଗଳ୍ପ, କବିତା ସହ ଉପନ୍ୟାସ ମଧ୍ୟ ଲେଖିଛନ୍ତି ସେ। ଯାହା ବିଭିନ୍ନ ପତ୍ରପତ୍ରିକାରେ ନିୟମିତ ପ୍ରକାଶିତ ହୋଇ ପରେ ପୁସ୍ତକ ଆକାରରେ ପ୍ରକାଶ ପାଇଛି। ୧୧ଟି ଗଳ୍ପ ସଂକଳନ, ୬ଟି କବିତା ସଂକଳନ, ୧୭ଟି ଉପନ୍ୟାସ, ୨ଟି ଜୀବନୀ ଓ ୨ଟି ଅନୁବାଦ ପୁସ୍ତକ, ୧୦୦ଟି ବେଦ ମନ୍ତ୍ରର ଓଡିଆ ପଦ୍ୟ ରୂପ ପୁସ୍ତକର ରଚୟିତା ବନଜ ଦେବୀ, ଓଡ଼ିଶା ଲେଖିକା ସଂସଦର ଉପସଭାପତି ରୂପେ ଦୀର୍ଘଦିନ କାର୍ଯ୍ୟ ତୁଲେଇଛନ୍ତି। ଲେଖିକା ସଂସଦ ଦ୍ୱାରା ଭୂମା ଦ୍ୱିତୀୟ, ଭୂମା ତୃତୀୟ, ଭୂମିକା ଆଦି ପୁସ୍ତକ ତାଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଛି।ନିଜର ଜୀବନ ବ୍ୟାପୀ ସାହିତ୍ୟ ସାଧନା ପାଇଁ ବନଜ ପାଇଛନ୍ତି ଅନେକ ପୁରସ୍କାର ଓ ସମ୍ମାନ। ଯାହାମଧ୍ୟରେ ମିନାବଜାର ବିଷୁବ ମିଳନ, ଆଗାମୀ ଶତାବ୍ଦୀ ପୁରସ୍କାର, ସାହିତ୍ୟ ଏକାଡେମୀ ପୁରସ୍କାର, ଫକୀର ମୋହନ ପୁରସ୍କାର, ପ୍ରତିଭା ଶତପଥୀ କବିତା ପୁରସ୍କାର, ଚଇତାଳି କବିତା ସମ୍ମାନ, ଆର୍ଯ୍ୟ ସମାଜ ସମ୍ମାନ, ଖୋର୍ଦ୍ଧା ସାହିତ୍ୟ ସଂସଦ ସମ୍ମାନ, ଯଦୁମଣି ସାହିତ୍ୟ ସଂସଦ ସମ୍ମାନ ଇତ୍ୟାଦି ଅନେକ ସ୍ବୀକୃତି, ପୁରସ୍କାର ଓ ସମ୍ମାନ।

କୁହନ୍ତି, ‘ଦିନେ ଯାହା ଆନନ୍ଦ ପାଇଁ ଲେଖୁଥିଲି, ଜଣା ନ ଥିଲା ତାହା ମୋତେ ଦିନେ ଲେଖିକାର ମାନ୍ୟତା ଦେବ। ଅନେକ କଷ୍ଟ ସହିଛି। ପାଇଛି କିନ୍ତୁ ନିରୋଳା ଆନନ୍ଦ। ମୁଁ ଦୁଃଖ ସାଉଁଟିଛି, ଦୃଶ୍ୟ ସାଉଁଟିଛି, ଯେତିକି ଲେଖିଛି, ଅଧିକ ବାକି ଅଛି । ଚାହୁଁଛି ବାରମ୍ବାର ଫେରିବା ପାଇଁ ଏଇ ମାଟି କୋଳକୁ, କବିଟିଏ ହୋଇ। ସେହି ଅସହ୍ୟ ବେଦନା ଭିତରେ ହିଁ ଲୁଚି ରହିଛି ମୋର ପରମ ଆନନ୍ଦ।’
-ପ୍ରିୟମ୍ବଦା ରଥ
ଆର୍‌ କେ ପୁରମ୍‌,
ସେକ୍ଟର-୪, ନୂଆ ଦିଲ୍ଲୀ
ମୋ:୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri