Posted inଜାତୀୟ

୨୯ ମାସର କ୍ଷମତା ଲଢ଼େଇରେ ପାଇଲଟଙ୍କ ଜରୁରୀ ଅବତରଣ, ଏବେ ଅନ୍ତିମ ଘେରାବନ୍ଦୀ ପାଇଁ ୩ ରଣନୀତି…

ଜୟପୁର,୧୦।୧ : ରାଜସ୍ଥାନରେ ପାଗର ତାପମାତ୍ରା ଶୀତରେ କମୁଥିବାବେଳେ କଂଗ୍ରେସ ଦଳରେ ରାଜନୈତିକ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି। ଦଳର ହାଇକମାଣ୍ଡ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଏହା ସତ୍ତ୍ୱେ ପାଇଲଟ ଗ୍ରୁପ ବର୍ତ୍ତମାନ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବଜାଇବାକୁ ପ୍ରସ୍ତୁତ ହେଉଛି।

ସୂଚନାନୁସାରେ, ମକର ସଂକ୍ରାନ୍ତି ପରେ ସଚିନ ପାଇଲଟ ପ୍ରାୟ ୫ ଟି ରାଲି ଏବଂ ରୋଡ ଶୋ କରିବେ। ସମସ୍ତ ରାଲି କଂଗ୍ରେସ ଗଡ଼ରେ ଅନୁଷ୍ଠିତ ହେବ, ଯେଉଁଠାରେ ପାଇଲଟ ଗୋଷ୍ଠୀର ମନ୍ତ୍ରୀ ଏବଂ ବିଧାୟକମାନେ ଏଥିରେ ସାମିଲ ହେବେ। ଏହି ରାଲିରେ ବେକାରୀ ଏବଂ ମୁଦ୍ରାସ୍ଫୀତି ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଚର୍ଚ୍ଚା ହେଉଛି। ପାଇଲଟଙ୍କ ରାଲିକୁ ନେଇ ବଜେଟ ଅଧିବେଶନରେ ବ୍ୟସ୍ତଥିବା ଗେହଲଟ ସରକାରଙ୍କ ଚିନ୍ତା ବୃଦ୍ଧି ପାଇଛି।

ପାଇଲଟଙ୍କ ସମର୍ଥକ ଦୁଇଟି ଦାବି କରୁଛନ୍ତି। ପ୍ରଥମଟି ହେଉଛି ଅନୁଶାସନହୀନ ଅଭିଯୋଗ ଅଣାଯାଇଥିବା ଅଭିଯୁକ୍ତ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ଦୁଇ ମନ୍ତ୍ରୀ ଏବଂ ଜଣେ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ସେପ୍ଟେମ୍ବର ୨୫ରେ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅଜୟ ମାକେନଙ୍କୁ ଦିଲ୍ଲୀରୁ କଂଗ୍ରେସ ହାଇକମାଣ୍ଡ ପର୍ଯ୍ୟବେକ୍ଷକ ଭାବରେ ରାଜ୍ୟକୁ ପଠାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକଙ୍କ ଏକ ବୈଠକ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ୮୦ ରୁ ଅଧିକ ବିଧାୟକ ଏହି ବୈଠକକୁ ଆସି ନ ଥିଲେ।

ମନ୍ତ୍ରୀ ଶାନ୍ତି ଧରୱାଲ ଏବଂ ମହେଶ ଯୋଶୀଙ୍କ ବ୍ୟତୀତ ପର୍ଯ୍ୟବେକ୍ଷକ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଘନିଷ୍ଠ ସହଯୋଗୀ ଧର୍ମେନ୍ଦ୍ର ରାଠୋରଙ୍କୁ ଅଭିଯୁକ୍ତ ବୋଲି କୁହାଯାଉଛି। ଏହି ରିପୋର୍ଟ ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ଯେଉଁ କାରଣରୁ ପାଇଲଟଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସେହିପରି ଦ୍ୱିତୀୟ ଦାବି ହେଉଛି ପଞ୍ଜାବ ପରି ରାଜସ୍ଥାନରେ ମଧ୍ୟ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତନ ଆବଶ୍ୟକ। ପାଇଲଟଙ୍କ ସମର୍ଥକ ଯୁକ୍ତି କରିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ଶୀଘ୍ର ପରିବର୍ତ୍ତନ ନ ହୁଅନ୍ତି, ତେବେ ରାଜସ୍ଥାନର ଭୋଟରଙ୍କ ପରମ୍ପରା ଅନୁଯାୟୀ କଂଗ୍ରେସ ପରାସ୍ତ ହେବ।

୨୯ ମାସର କ୍ଷମତା ଲଢ଼େଇରେ ପାଇଲଟଙ୍କ ଜରୁରୀ ଅବତରଣ, ଏବେ ଅନ୍ତିମ ଘେରାବନ୍ଦୀ ପାଇଁ ୩ ରଣନୀତି ପ୍ରସ୍ତୁତ କରିଛନ୍ତି।
ସଚିନ ପାଇଲଟ ପର୍ବତସର, ଝୁନଝୁନ ଏବଂ ଶେଖୱଟିରେ ରାଲି କରିବେ। ଏହି କ୍ଷେତ୍ରକୁ କଂଗ୍ରେସର ଏକ ଗଡ଼ ବୋଲି ବିବେଚନା କରାଯାଏ। ପାଇଲଟ ସମର୍ଥକ ଏଠାରେ ଏକ ଭିଡ଼ ଜମା କରି ନିଜର ଶକ୍ତି ପ୍ରଦର୍ଶନ କରିବେ।

ପାଇଲଟ ଗ୍ରୁପ ସୋସିଆଲ ମିଡିଆରେ ପୁଣିଥରେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛି। ପାଇଲଟଙ୍କ ସମର୍ଥନରେ ଏକ ଅଭିଯାନ ଚଳାଇବାକୁ ପ୍ରସ୍ତୁତି ଚାଲିଛି। ଅନେକ ନେତା ସିଧାସଳଖ ଗେହଲଟଙ୍କ ବିରୋଧରେ ଟୁଇଟ କରୁଛନ୍ତି।

ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ପାଇଲଟଙ୍କ ସମର୍ଥକ ନେତାମାନେ ରାଜ୍ୟ ସ୍ତରରେ ହେବାକୁ ଥିବା ବୈଠକକୁ ବୟକଟ କରିବେ। ପାଇଲଟ ସୋମବାର ଏଭଳି ମଧ୍ୟ କରିସାରିଛନ୍ତି। ହେଗଲଟ ପାଇଲଟଙ୍କ ବିବାଦ ନେଇ ରାଜ୍ୟରେ କଂଗ୍ରେସ କ୍ଷତି ସହିବାର ଆଶଙ୍କା ଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri