ବର୍ଷକରେ ୬.୦୫ କୋଟି ଜରିମାନା

ବ୍ରହ୍ମପୁର ଅଫିସ,୬ା୧: ଅମାନିଆଙ୍କୁ କୌଣସି ନିୟମ କାଟୁ କରୁନାହିଁ। ୨୦୨୨ ଜାନୁୟାରୀରୁ ଡିସେମ୍ବର ଶେଷ ସୁଦ୍ଧା ବ୍ର୍ରହ୍ମପୁର ଟ୍ରାଫିକ ଥାନା ପକ୍ଷରୁ ମୋଟ ୬ କୋଟି ୫ ଲକ୍ଷ ୪୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ହେଲ୍‌ମେଟ ନ ପିନ୍ଧିବା ଅଭିଯୋଗରେ ବର୍ଷକରେ ସର୍ବାଧିକ ୫ କୋଟି ୭୨ ଲକ୍ଷ ୫୫ ହଜାର ୬ ଶହ ଟଙ୍କା ଜରିମାନା ଆଦାୟ ହୋଇଛି। ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାର ମୋଟରଯାନ ଆଇନରେ ସଂଶୋଧନ ଆଣିଥିଲେ। ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ବିଶେଷକରି ହେଲ୍‌ମେଟ ଧରପଗଡ଼ ଅଭିଯାନ ଜୋର୍‌ଦାର କରାଯାଇଛି। ଅମାନିଆଙ୍କ ପାଇଁ ହେଲ୍‌ମେଟ ନ ପିନ୍ଧିଲେ ଏବେ ଆଉ ୫ଶହ ନୁହେଁ, ସଂଶୋଧିତ ନିୟମ ଅନୁସାରେ ୧ହଜାର ଟଙ୍କା ଜରିମାନା ଆଦାୟ କରିବା ବ୍ୟବସ୍ଥା କରାଯାଇଛି। ଏପରି କି ହେଲ୍‌ମେଟ ନ ପିନ୍ଧିଲେ ୩ ମାସ ପର୍ଯ୍ୟନ୍ତ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ରଦ୍ଦ କରିବା ପାଇଁ ପୋଲିସ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ)ଙ୍କୁ ସୁପାରିସ କରିବ ବୋଲି ନିୟମ କରାଯାଇଛି। ଏହି ଧାରାରେ ୨୦୨୨ରେ ବ୍ରହ୍ମପୁରରେ ଟ୍ରାଫିକ ଥାନା ପକ୍ଷରୁ ଜରିମାନା ବାବଦରେ ମାନୁଆଲ ଏବଂ ଇ-ଚାଲାଣ ବାବଦରେ ୬ କୋଟି ୫ ଲକ୍ଷ ୪୬ ହଜାର ଟଙ୍କା ଅମାନିଆ ଚାଳକଙ୍କ ଉପରେ ଧାର୍ଯ୍ୟ ହୋଇସାରିଲାଣି ବୋଲି ଟ୍ରାଫିକ ଥାନାଧିକାରୀ ରାମ ସୁବ୍ରମନ୍ୟମ୍‌ ପ୍ରଧାନ ସୂଚନା ଦେଇଛନ୍ତି। ଇତିମଧ୍ୟରେ ୬୩ ହଜାର ୨୯୪ ଗାଡ଼ି ଚାଳକଙ୍କୁ ଏହି ଜରିମାନା ଧାର୍ଯ୍ୟ କରାଯାଇଛି। ସେହିପରି ରାସ୍ତାରେ ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା, ଟ୍ରିପଲ ରାଇଡିଂ ଆଦି ନିୟମ ପାଳନ କରୁ ନ ଥିବା ଚାଳକଙ୍କଠାରୁ ୩୨ ଲକ୍ଷ ୯୦ ହଜାର ୪ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ୨୦୮୦ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ଆର୍‌ଟିଓଙ୍କୁ ସୁପାରିସ କରାଯାଇଛି ବୋଲି ଥାନାଧିକାରୀ ପ୍ରଧାନ ସୂଚନା ଦେଇଛନ୍ତି। ଏହି ଧରପଗଡ଼ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଣୁ ହେଲ୍‌ମେଟ ପିନ୍ଧି, ଟ୍ରାଫିକ ନିୟମ ପାଳନ କରି ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ ବୋଲି ପୋଲିସ ପକ୍ଷରୁ ଆହ୍ବାନ ଦିଆଯାଇଛି।
ବ୍ରହ୍ମପୁର ସହରରେ ହେଲ୍‌ମେଟ ଯାଞ୍ଚ ସହ ସହିତ ଟ୍ରିପଲ ରାଇଡିଂ, ରଙ୍ଗ୍‌ ପାର୍କିଂ ଅଭିଯାନ ଜୋରଦାର କରାଯାଇଛି। ଏପରି କି ସିଟ୍‌ ବେଲ୍ଟ ନ ପିନ୍ଧିଲେ ଓ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍‌ ବ୍ୟବହାର କଲେ ଜରିମାନା ଆଦାୟ କରାଯାଇଥିଲା। ସହରର ବିଭିନ୍ନ ଛକରେ ଲାଗିଥିବା ଆଇଟିଏମ୍‌ଏସ୍‌ ବ୍ୟବସ୍ଥାର ସିସି କ୍ୟାମେରାରେ ଯେଉଁମାନେ ଧରାପଡ଼ିବେ ସେମାନଙ୍କ ମୋବାଇକୁ ଇ-ଚାଲାଣ ପଠାଯାଉଥିଲା। ଏବେ ଏହାକୁ ଆହୁରି କଡ଼ାକଡ଼ି ଭାବେ ପାଳନ କରାଯାଇଛି। ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି କରିବା ପାଇଁ ୨୦୧୯ ସେପ୍ଟେମ୍ବର ୧ରୁ ବ୍ରହ୍ମପୁର ମହାନଗରରେ ଆଇଟିଏମ୍‌ଏସ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ବ୍ରହ୍ମପୁର ମହାନଗରରେ ୩ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟରେ କାନା ବୈଷୟିକ ଜ୍ଞାନକୌଶଳକୁ ଅବଲମ୍ବନ କରି ସମନ୍ବିତ ଟ୍ରାଫିକ ପରିଚାଳନା ସିଷ୍ଟମ(ଆଇଟିଏମ୍‌ଏସ୍‌)କୁ କାର୍ଯ୍ୟକାରୀ କରାଯାଇଥିଲା। ଏହା ଦ୍ବାରା ବିପର୍ଯ୍ୟସ୍ତ ଟ୍ରାଫିକ୍‌ରେ ସୁଧାର ଆଣିବା ସହ ସିସି କ୍ୟାମେରା ଜରିଆରେ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି। ପ୍ରଥମ ପର୍ଯ୍ୟାୟରେ ଟାଟା ବେଞ୍ଜ୍‌ ଛକ, କମାପଲ୍ଲୀ, କୋର୍ଟପେଟା ଛକ, ପିଭିଏନ୍‌ ରାଓ ପେଟ୍ରୋଲ ପମ୍ପ୍‌ ଛକ ଓ ଗେଟ୍‌ବଜାର ଛକରେ ଏହା କାର୍ଯ୍ୟକାରୀ କରାଯାଇଛି। ଏହାସହିତ ସହରର ବିଭିନ୍ନ ସ୍ଥାନରେ ଅତିରିକ୍ତ ୧୦୦ଟି ସିସି କ୍ୟାମେରା ଖଞ୍ଜାଯାଇଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri