ସଂରକ୍ଷିତ ଜଙ୍ଗଲ ନିକଟରେ ହଟ୍‌ ମିକ୍ସ ପ୍ଲାଣ୍ଟ୍‌

କେନ୍ଦୁଝର,୬ା୧(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ୍‌ ରଘୁନାଥପୁର ରାଜସ୍ବ ନିରୀକ୍ଷକଙ୍କ ଅଧୀନ ବଡ଼ ମନୋହରପୁର ନିକଟ ସଂରକ୍ଷିତ ଶାଳ ଜଙ୍ଗଲ ନିକଟରେ ବେଆଇନ ହଟ୍‌ ମିକ୍ସ ପ୍ଲାଣ୍ଟ୍‌ ଚାଲୁଛି। ଏଥିସହ ଉକ୍ତ ସ୍ଥାନରେ ବିନା ପ୍ରଦୂଷଣ ନିୟନ୍ତ୍ରଣରେ ଏକ ଚିପ୍ସ କ୍ରଶର ମଧ୍ୟ ଚାଲୁଥିବାରୁ ଶବ୍ଦ ଓ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଅନୁଯାୟୀ ଧୂଳିଧୂଆଁରୁ ରକ୍ଷା ପାଇଁ ଚାରିଆଡ଼େ ଉଚ୍ଚ ପାଚେରି (ୱିଣ୍ଡ୍‌ ବ୍ରେକିଂ ୱାଲ) କିମ୍ବା ସବୁଜ ବଳୟ ନାହିଁ। ସେହିପରି ବାୟୁ ପ୍ରଦୂଷଣ ରୋକିବା ପାଇଁ ନିୟମିତ ପାଣି ସିଞ୍ଚନ ହେଉନି। ଫଳରେ ପଥର ଗୁଣ୍ଡ ଉଡ଼ି ଚାରିଆଡ଼େ ପଡୁଥିବାରୁ ଜଙ୍ଗଲରେ ହାତୀ ସମେତ ଅନ୍ୟ ଜଙ୍ଗଲୀ ପ୍ରାଣୀ ପ୍ରଭାବିତ ହେଉଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ଧୂଳିଧୂଆଁରେ ଅତିଷ୍ଠ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ମୁତାବକ, କ୍ରଶର ଏବଂ ହଟ୍‌ ମିକ୍ସ ପ୍ଲାଣ୍ଟଠାରୁ ୫୦୦ ମିଟରରୁ କମ୍‌ ଦୂରତାରେ ରଘୁନାଥପୁର ସଂରକ୍ଷିତ ଜଙ୍ଗଲ ରହିଛି। ଏହି ସ୍ଥାନରେ ବର୍ଷର ସବୁ ସମୟରେ ହାତୀ ତଥା ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ଚଳପ୍ରଚଳ ରହିଥାଏ। ଦିନରାତି କ୍ରଶର ଓ ହଟ୍‌ମିକ୍ସ ପ୍ଲାଣ୍ଟ୍‌ ଚାଲୁଥିବାରୁ ବହୁ ପରିମାଣର ଶବ୍ଦ ପ୍ରଦୂଷଣ ହେଉଛି। ହଟ୍‌ ମିକ୍ସ ବା ପିଚୁ ଗୋଳା କାରଖାନାରୁ କଳା ଧୂଆଁ ବହୁ ପରିମାଣର ନିର୍ଗତ ହୋଇ ବାୟୁମଣ୍ଡଳକୁ ଦୂଷିତ କରୁଛି। ଏହାକୁ ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ରାଜସ୍ବ, ଜଙ୍ଗଲ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ବସାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନିଆଯାଇଛି କି ନାହିଁ ତାହା ତଦନ୍ତ ସାପେକ୍ଷ। ଉକ୍ତ ଶାଳ ଜଙ୍ଗଲ ପରିବେଷ୍ଟିତ ସ୍ଥାନର ପରିସୀମା ଚିହ୍ନଟ ହୋଇ ନ ଥିବାରୁ ଏଣେ ତେଣେ ମେଟାଲ, ଚିପ୍ସ, ବୋଲ୍ଡର ଗଦା ହୋଇରହୁଛି। ଏପରିକି ପାଖରେ ଥିବା ଜଙ୍ଗଲକୁ ଅନଧିକାର ବ୍ୟବହାର କରୁଥିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଅନ୍ୟପକ୍ଷରେ ଉକ୍ତ ସ୍ଥାନରେ ବହୁ ପରିମାଣରେ ପଥର ଜମା ହୋଇ ରହିଛି। ତେବେ ଏତେ ପରିମାଣର ପଥର ଜମା ହୋଇ ରହିଥିଲେ ହେଁ ତାହା କେଉଁଠୁ ଆସିଲା ତାହାର ଯାଞ୍ଚ କରାଯାଇ ପରିବେଶ ସୁରକ୍ଷା ଆଇନ ୧୯୮୮ ଅନୁଯାୟୀ କାଯର୍ର୍‌ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ପ୍ଲାଣ୍ଟର ମ୍ୟାନେଜର ବିରଞ୍ଚତ୍ ବେହେରା କହିଛନ୍ତି, ନିୟମାନୁଯାୟୀ ପ୍ରଦୂଷଣ ବିଭାଗର ଅନୁମତିରେ ପ୍ଲାଣ୍ଟ୍‌ ଚାଲିଛି। ନିଜର ଗୋପାଳପୁର କ୍ୱାରିରୁ ପଥର ଅଣାଯାଉଛି। ଏ ସମ୍ପର୍କରେ ସଦର ରେଞ୍ଜର ବିଜୟ ମହାନ୍ତ କୁହନ୍ତି, ସଂରକ୍ଷିତ ଜଙ୍ଗଲର ୫୦୦ ମିଟରରେ କୌଣସି ପ୍ରକଳ୍ପ ହୋଇପାରିବ ନାହିଁ। ଯଦି ସେଭଳି ସ୍ଥିତି ଆସେ ତେବେ ବନ ବିଭାଗର ଅନୁମତି ନେବା ଜରୁରୀ। ଏଥିରେ ଖିଲାପ ହୋଇଥିଲେ ଯାଞ୍ଚ କରି ପଦକ୍ଷେପ ନିଆଯିବ। ଏ ନେଇ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର କହିଛନ୍ତି, ଏହାର ସେ ତଦନ୍ତ କରି କହିପାରିବେ। ସଦର ତହସିଲଦାର ଆଶିଷ ମହାପାତ୍ର କହିଛନ୍ତି, ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri