ପ୍ରାଣୀ ମିତ୍ର, କୃଷି ମିତ୍ର ପଦବୀ ପରୀକ୍ଷାର ବାହାରୁନି ଫଳାଫଳ

ଗୋପ, ୨୬।୭(ଡି.ଏନ୍‌.ଏ.) : ଓଡ଼ିଶା ଜୀବିକା ମିଶନ ଜରିଆରେ ଗୋପ ବ୍ଲକର ୩୧ଟି ପଞ୍ଚାୟତ ପାଇଁ ପ୍ରାଣୀ ମିତ୍ର ଓ କୃଷି ମିତ୍ର ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ଏଥିପାଇଁ ଆରମ୍ଭରୁ ଅନିୟମିତତା ହୋଇଥିବା ଦେଖାଦେଇଛି। ଗୋପ ଜୀବିକା ମିଶନର ପ୍ରକଳ୍ପ ପରିଚାଳିକା ଗତ ୧ ତାରିଖରେ ବ୍ଲକ୍‌ର ବଉଳାଙ୍ଗ, ଏରବଙ୍ଗ ଏବଂ ଧୂମାଳ ପଞ୍ଚାୟତରେ ଏଥିପାଇଁ ପରୀକ୍ଷା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଫଳାଫଳ ପ୍ରକାଶ ହୋଇନାହିଁ। ଫଳରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଓଡ଼ିଶା ଜୀବିକା ମିଶନ ତରଫରୁ ଗୋପ ବ୍ଲକ୍‌ର ୩୧ଟି ପଞ୍ଚାୟତ ପାଇଁ ୬୨ଟି ପ୍ରାଣୀ ମିତ୍ର, ୯୩ଟି କୃଷି ମିତ୍ର ଓ ୩୧ଟି ସିଆର୍‌ପି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପଞ୍ଚାୟତ ମହିଳା ମହାସଂଘ ଜରିଆରେ ଶହ ଶହ ଆଶାୟୀ ଆବେଦନ କରିଥିଲେ। ପରୀକ୍ଷା ସରିବା ମାତ୍ରେ ସଙ୍ଗେ ସଙ୍ଗେ ଫଳ ପ୍ରକାଶିତ କରି ଚୟନ ହୋଇଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ନିୟମ ରହିଛି। ମାତ୍ର ପରୀକ୍ଷା ପରେ ଖାତା ବ୍ଲକ କାର୍ଯ୍ୟାଳୟରେ ରହିଥିବାରୁ ଏଥିରେ ଅନିୟମିତତା ହୋଇଥିବା ନେଇ ଆଶାୟୀମାନେ ଅଭିଯୋଗ କରିଛନ୍ତି। ଏନେଇ ଆଶାୟୀମାନେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ରାଜ୍ୟ ସରକାର ରାଜ୍ୟର ଉନ୍ନତୀକରଣ ଓ ମହିଳା ସଶକ୍ତୀକରଣର ଠିକ୍‌ କାର୍ଯ୍ୟଧାରାକୁ ନେଇ ଏପରି ଏକ ଯୋଜନା ପ୍ରସ୍ତୁତ କରିଥିବାବେଳେ ବ୍ଲକ୍‌ରେ କାର୍ଯ୍ୟ କରୁଥିବା ଓଡ଼ିଶା ଜୀବିକା ମିଶନର ଅଧିକାରିଣୀମାନେ ଏହି ଯୋଜନାକୁ ଠିକ୍‌ ଭାବରେ ପରିଚାଳନା ନ କରିବାରୁ ସରକାରଙ୍କ ଯୋଜନା ବାଟବଣା ହେବାର ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ଗୋପ ଜୀବିକା ମିଶନ ପ୍ରକଳ୍ପ ପରିଚାଳିକା ଦୀପାଳି ଛାଟୋଇଙ୍କୁ ପଚାରିବାରେ ପରୀକ୍ଷା କରାଯାଇଛି। ଖୁବ୍‌ ଶୀଘ୍ର ଫଳ ପ୍ରକାଶ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ସବୁଠାରୁ ଗରିବ ଏମପି ପ୍ରାର୍ଥୀ , ପାଖରେ ମାତ୍ର ଏତିକି ଟଙ୍କା

ଭୁବନେଶ୍ୱର,୪।୫: କୁହାଯାଏ ପାଖରେ ଟଙ୍କା ନ ଥିଲେ ରାଜନୀତି କରି ହୁଏନି। ପ୍ରଚାର ଠାରୁ ଆରମ୍ଭ କରି ପୋଷ୍ଟର ଛାପିବା ଯାଏଁ ବିଡା ବିଡା ଟଙ୍କା...

ସ୍କୁଲ ମାଟି ମାଡି ନ ଥିବା ଓଡିଶାର ବିଧାୟକ ପ୍ରାର୍ଥୀ, ଜାଣନ୍ତୁ ରୋଚକ ତଥ୍ୟ

ଭୁବନେଶ୍ୱର,୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ୪ ଲୋକ ସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ...

ବିଜୟ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ୱର ଫେରିଲେ

ଭୁବନେଶ୍ୱର,୪।୫: କଂଗ୍ରେସର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅସୁସ୍ଥ। ପ୍ରଚଣ୍ଡ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଯାଇଥିଲା।...

‘ଓଡ଼ିଶାର ନେତା ମାଟିର ପୁଅ ହୁଅନ୍ତୁ’

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଏକ ଖବରଦାତା ସମ୍ମିଳନୀରେ ମୋଦିଙ୍କ ବିକାଶଧାରା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି।...

୧୦ରେ ଭୁବନେଶ୍ୱରରେ ରୋଡ୍‌ ଶୋ’ କରିବେ ମୋଦି

ଭୁବନେଶ୍ୱର,୪।୫: ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ୫ ଓ ୬ ତାରିଖ ପରେ ଆସନ୍ତା ୧୦...

ଏତେ କୋଟି ଟଙ୍କାର ମାଲିକାଣୀ ସୋଫିଆ ଫିର୍ଦ୍ଦୋସ

ଭୁବନେଶ୍ୱର,୪।୫: କଟକ-ବାରବାଟୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୋଫିଆ ଫିର୍ଦ୍ଦୋସ। ସେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ଅଟନ୍ତି। ତେବେ ସେ...

୩୭ ଏମ୍‌ପି ପ୍ରାର୍ଥୀରୁ ୧୭ କୋଟିପତି, କଳାହାଣ୍ଡି ଲୋକ ସଭା ପ୍ରାର୍ଥୀ ମାଳବିକା ସବୁଠୁ ଧନୀ

ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭...

ସୁଚରିତା ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୪।୫: ପୁରୀ ଲୋକ ସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରାର୍ଥୀ ବଦଳାଇବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri