ଜମିବ ଜିରୋ ନାଇଟ୍‌

ଅନୁଗୋଳ ଅଫିସ, ୩୧ା୧୨: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ୨୦୨୨କୁ ଦିଆଯିବ ବିଦାୟ। ୨୦୨୩କୁ କରାଯିବ ଭବ୍ୟ ସ୍ବାଗତ। ଏଥିପାଇଁ ଅନୁଗୋଳରେ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ଭୋଜି, ବାଣ, ବାଜା ପାଇଁ ବିଭିନ୍ନ କ୍ଲବ, ସାହିରେ ଯୋଜନା ହୋଇଥିବା ବେଳେ ସହରର ଏକାଧିକ ହୋଟେଲରେ ଜିରୋ ନାଇଟ୍‌ ସେଲିବ୍ରେଶନର ଆୟୋଜନ କରାଯାଇଛି। ଏଥିପାଇଁ ବୁକିଂ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଜିରୋ ନାଇଟ୍‌ ସେଲିବ୍ରେଶନକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଦେଖାଦେଇଛି ବେଶ୍‌ ଉତ୍ସାହ ଓ ଉଦ୍ଦୀପନା।
କରୋନା କାରଣରୁ ୨୦୨୧ ଓ ୨୦୨୨ ନବବର୍ଷ ସ୍ବାଗତ କାର୍ଯ୍ୟକ୍ରମ ନିରାଡ଼ମ୍ବର ଥିଲା। କଡ଼ା କୋଭିଡ୍‌ କଟକଣା ଲାଗିଥିବାରୁ ଲୋକେ ଏହି ସ୍ବାଗତ କାର୍ଯ୍ୟକ୍ରମର ସ୍ବାଦ ପାଇପାରି ନ ଥିଲେ। ଏପରି କି ମହାମାରୀକୁ ନେଇ ଅନେକ ଆତଙ୍କିତ ମଧ୍ୟ ହୋଇପଡ଼ିଥିଲେ। ହେଲେ ଏଥର ସେହି ସ୍ଥିତି ନାହିଁ। କୋଭିଡ୍‌ ଶେଷ ହୋଇ ନ ଥିଲେ ବି କଟକଣା ଢିଲା ରହିଛି। ତେଣୁ ପୁରୁଣା ବର୍ଷକୁ ବିଦାୟ ଓ ନୂଆବର୍ଷକୁ ସ୍ବାଗତ ପାଇଁ ଅନୁଗୋଳ ଜିଲାର ଯୁବଗୋଷ୍ଠୀ ଓ ହୋଟେଲ ଗୁଡ଼ିକ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି। ଅନୁଗୋଳ ସହରର କମଲେସ ହୋଟେଲରେ ଜିରୋ ନାଇଟ୍‌ ସେଲିବ୍ରେଶନ୍‌ କରାଯିବ। ଏ ନେଇ ୮୦ ପ୍ରତିଶତ ବୁକିଂ ଶେଷ ହୋଇସାରିଛି। ଏଠାରେ ସେଲିବ୍ରେଶନ୍‌ରେ ସାମିଲ ଲୋକେ ଭରପୂର ମନୋରଞ୍ଜନ ପାଇବା ସହ ଖାଦ୍ୟପେୟର ମଜା ନେଇପାରିିବେ। କୌଣସି ଅଶ୍ଳୀଳ ନୃତ୍ୟ କରାଯିବ ନାହିଁ। ତେବେ ଲୋକଙ୍କ ପାଇଁ ହାଇଜନିକ୍‌ ଫୁଡ୍‌ ପ୍ରସ୍ତୁତ କରାଯିବ। ଚିକେନ୍‌ ଉପରେ ଅଧିକ ଆଇଟମ୍‌ ରହିବାକୁ ଥିବାବେଳେ ନିରାମିଷାଶୀଙ୍କ ପାଇଁ ଛତୁ, ପନିରରେ ଭଳିକି ଭଳି ଡିସ୍‌ ରଖାଯିବ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି। ସେହିଭଳି ସହରରେ ଥିବା କ୍ଲବ ଗୁଡ଼ିକରେ ମଧ୍ୟ ଭୋଜିର ଆୟୋଜନ କରାଯାଇଛି। କେତେକ କ୍ଲବ ପକ୍ଷରୁ ଡିଜେ ଓ ବାଣ ଯୋଗାଡ଼ ଶେଷ ହୋଇଛି। ତେବେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରରେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଦ୍ରୁତଗତିରେ ଗାଡ଼ି ଚାଳନା ରୋକିବା ଓ ମଦ୍ୟପଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜିଲାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୀମିତ ଲୋକଙ୍କୁ ନେଇ ସେଲିବ୍ରେଶନ
କରୋନା କଟକଣା ପାଇଁ ୨ ବର୍ଷ ହେବ ଜିରୋ ନାଇଟ୍‌ ସେଲିବ୍ରେଶନ ହୋଇ ନ ଥିଲା। ତେବେ ଚଳିତବର୍ଷ ଏ ନେଇ ହୋଟେଲରେ ବୁକିଂ ଆରମ୍ଭ ହୋଇଛି। ସାମିଲ ହେବାକୁ ଥିବା ସୀମିତ ଲୋକଙ୍କୁ ସୁସ୍ବାଦ ଖାଦ୍ୟ ସହ ମନୋରଞ୍ଜନ ଯୋଗାଇ ଦେବାର ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିସହ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
-ଶ୍ୱେତ ସ୍ବାଇଁ, ମାଲିକ, କମଲେସ୍‌ ହୋଟେଲ

ରକ୍ତଦାନ ଶିବିର କରାଯିବ
ବନ୍ଧୁମାନଙ୍କ ଗହଣରେ ନୂଆବର୍ଷକୁ ସ୍ବାଗତ କରାଯିବ। କିଭଳି ଏହି ଦିନକୁ ସ୍ମରଣୀୟ କରାଯିବ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ଏକ ରକ୍ତଦାନ ଶିବିର ଆୟୋଜନ କରିବାକୁ ମଧ୍ୟ ଯୋଜନା ରଖାଯାଇଛି।
-ଅନୁପ କୁମାର ସାମଲ, ମହିମା ନେହେରୁ କ୍ଲବ, ଶିମିଳିପଡ଼ା

ଭୋଜି, କେକ୍‌ କଟାଯିବ
ଜିରୋ ନାଇଟ୍‌ ସେଲିବ୍ରେଶନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଭୋଜିଭାତ ସାଙ୍ଗକୁ ନୃତ୍ୟ କାର୍ଯ୍ୟକ୍ରମ ରଖାଯାଇଛି। ରାତିରେ କେକ୍‌ କଟାଯାଇ ନୂଆବର୍ଷକୁ ସ୍ବାଗତ କରାଯିବ। ଏଥିସହ ବାଣ ମଧ୍ୟ ଫୁଟାଯିବ।
-ଶିବାନୀ ଶଙ୍କର ଗୌଡ଼, ମହାବିନାୟକ କ୍ଲବ, ଅମଲାପଡ଼ା

ପରିବାର ସହ ରହି ମଜା ଉଠାଇବୁ
କଲେଜ ଛୁଟି ଥିବାରୁ ପରିବାର ସଦସ୍ୟଙ୍କ ଗହଣରେ ନୂଆବର୍ଷ ପାଳନ ପାଇଁ ଯୋଜନା କରାଯାଇଛି। ପିଲାବେଳର ସାଙ୍ଗମାନଙ୍କ ସହ ବହୁ ମଜା କରାଯିବ। ଭୋଜି, ନାଚ ଗୀତରେ ନୂଆବର୍ଷକୁ ସ୍ବାଗତ କରାଯିବ।
-ରୋସନ ଦାସ, ଛାତ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ମନ ଜିଣୁଛି ପ୍ରାର୍ଥୀଙ୍କ ଭାଇରାଲ୍‌ ଭାଷଣ

ଖଇରା,୬ା୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଜୋରଦାର ପ୍ରଚାରରେ ଲାଗିପଡ଼ିଛନ୍ତି। ଏଥର ଏଠାରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେବ...

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

‘ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି’: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ଭାଜପାର...

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଠାରେ କନିଷି ନିର୍ବାଚନୀ ସଭାରେ ଯୋଗ...

ପାଣି ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ ଚେତାବନୀ

ଚିତ୍ରକୋଣ୍ଡା,୬।୫(କ୍ଷିରୋଦ ବେହେରା):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ହେଡ୍‌କ୍ୱାର୍ଟର୍‌ ତଥା କଲୋନୀ ପାଖରେ ପାଣି ସମସ୍ୟାକୁ ନେଇ ଲୋକଙ୍କ ବିରୋଧ ପ୍ରଦର୍ଶନ ଚାଲିଛି। ଚିତ୍ରକୋଣ୍ଡାରେ ଥିବା ବାଲିମେଳା...

ଘରେ ଭୋଟ ଦେଲେ ୧୦୩ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା

କୋରାପୁଟ,୬।୫(ଅମିତାଭ ବେହେରା): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ (ଘରେ ମତଦାନ)। ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ନ...

ବିନା କାଗଜପତ୍ରରେ ଚାଲିଛି ଏକାଧିକ ଖାଦାନ

କୋରେଇ,୬।୫( ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବିଭିନ୍ନ ବାଲି ଖାଦାନରୁ ଦୀର୍ଘ ଦିନ ହେବ ବ୍ୟବସାୟୀମାନେ ବିପୁଳ ମାତ୍ରାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri