ମାଫିଆଙ୍କ କବ୍‌ଜାରେ ଠାକୁର ଜମି

ପୁରୁଷୋତ୍ତମପୁର,୨୭ା୧୨(ଡି.ଏନ.ଏ.): ପୁରୁଷୋତ୍ତମପୁର ସହର ଉପକଣ୍ଠରେ ରାଧାକୃଷ୍ଣ ଠାକୁରଙ୍କ ନାମରେ ଥିବା ପ୍ରାୟ ଏକ ଏକରରୁ ଉର୍ଦ୍ଧ୍ୱ ଜମିକୁ ମାଫିଆମାନେ କବଜା କରିନେଇଥିବା ଅଭିଯୋଗ ହୋଇଛି। ଏହି ଜମିକୁ ଜଣେ ବ୍ୟକ୍ତି ତହସିଲରେ ନିଜ ନାମରେ ପଟ୍ଟା କରାଇ ନେଇଥିଲେ। ଗତ କିଛିଦିନ ତଳେ ତାହାକୁ ସେ ବିକ୍ରି ମଧ୍ୟ କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅଞ୍ଚଳର କେତେଜଣ ବ୍ୟକ୍ତି ଏ ନେଇ ଗଞ୍ଜାମ ଜିଲାପାଳ, ଦେବୋତ୍ତର କମିସନରଙ୍କ ନିକଟକୁ ଯାଇ ଫେରାଦ ହେବେ ବୋଲି ଜଣାପଡିଛି। ଆବଶ୍ୟକ ପଡିଲେ ଅଦାଲତର ଆଶ୍ରୟ ନେଇ ଯେ କୌଣସି ମତେ ଠାକୁର ଜମି ଫେରାଇ ଆଣିବା ଲାଗି ପ୍ରସ୍ତୁତ ହୋଇଛନ୍ତି। ଏ ନେଇ ସବ ରେଜିଷ୍ଟ୍ରର କାଳୀପ୍ରସାଦ ଧଳଙ୍କ ସହ ଯୋଗାଯୋଗ କରିିବାରେ ସେ ଛୁଟିରେ ଅଛନ୍ତି। ଫେରିଲେ ଏହାର ତଦନ୍ତ କରି ସତ୍ୟତା ଥିଲେ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ପରିବାର: ଶୁଦ୍ଧିକ୍ରିୟା ପାଇଁ ସହାୟତା ଯୋଗାଇ ଦେଲେ ସରପଞ୍ଚ

କେସିଙ୍ଗା,୧୫।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ପରଲସିଙ୍ଗା ପଞ୍ଚାୟତ ରଏନପଡା ଗ୍ରାମର ବିରଞ୍ଚି ନାଏକ (୩୨)ଙ୍କୁ ଯୋଜନା ମୁତାବକ ହତ୍ୟା କରି ଫିଙ୍ଗି...

ଭାଜପାରେ ଯୋଗଦେଲେ ବିଜେଡି ଏମପିଙ୍କ ପ୍ରତିନିଧି

ପୋଲସରା, ୧୫/୫ (ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରାରେ ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେଡି ଏମପି ପ୍ରତିନିଧି ମୋତିରାମ ସାହୁଙ୍କ ନେତୃତ୍ୱରେ ଲଙ୍ଗଳେଶ୍ବର...

ବିଜେଡି, ଭାଜପା ପାଇଁ ସମ୍ମାନର ଲଢ଼େଇ

ଯାଜପୁର,୧୫ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୧୯ରେ ବିଜୟୀ ହୋଇଥିବା ବିଜେଡିର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏଥର ସମ୍ବଲପୁର ଲୋକ...

ବରୀ ବିଜେଡିରେ ଦଳଡିଆଁଙ୍କୁ ନେଇ ଚିନ୍ତା

ରସୁଲପୁର,୧୫ା୫(ରଂଜିତ ରାଉତ): ବରୀ ନିର୍ବାଚନମଣ୍ଡଳୀରେ ୩ପ୍ରମୁଖ ଦଳ ବିଜେଡି, ଭାଜପା, କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କପତ୍ର ଦାଖଲ ପରେ ଦଳୀୟ ପ୍ରଚାର ତୀବ୍ର ହେବାକୁ ଯାଉଛି। ଏଭଳି...

୧ କୋଟି ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ବୌଦ୍ଧ,୧୫ା୫( ଅଜିତ କୁମାର ବାରିକ ): ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ରଖା ଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜିଲା ଅବକାରୀ...

ନିର୍ମାଣ ଆରମ୍ଭରୁ ବିଭ୍ରାଟ

ଖଇରା,୧୫।୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଓ ଔପଦା ୨ ବ୍ଲକକୁ ସଂଯୋଗ କରୁଥିବା ଖଇରା-ଭଞ୍ଜପଦା ଗ୍ରାମ୍ୟ ଉନ୍ନୟନ ରାସ୍ତା କାମ ଆରମ୍ଭ ହୋଇଛି  ।...

ଘର ଘର ବୁଲି ପ୍ରଚାର କରୁଛନ୍ତି ନିରଞ୍ଜନ

ବନ୍ତ,୧୫।୫(ହରି ନାରାୟଣ ମହାନ୍ତି): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଘର ଘର ବୁଲି ପ୍ରଚାର ଜୋରଦାର କରିଛନ୍ତି।...

୧୦୫ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ତିହିଡ଼ି,୧୫।୫ (ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ୧୦୫ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ବିଭିନ୍ନ କାରଣ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri