ଲୁହାପଥର ପରିବହନକୁ ନେଇ ବିବାଦ

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝରଗଡ଼ ରେଳ ଷ୍ଟେଶନ ନିକଟରେ ବେଆଇନ ଭାବରେ ଗଚ୍ଛିତଥିବା ଲୁହାପଥର ଗୁଣ୍ଡର ପରିବହନକୁ ନେଇ ବିବାଦ ଦେଖାଯାଇଛି। ଓଡ଼ିଶା ଖଣି ନିଗମ(ଓଏମ୍‌ସି)ପକ୍ଷରୁ ହୋଇଥିବା ନିଲାମ ପରେ ଏକ ସଂସ୍ଥା ଶୁକ୍ରବାର ପରିବହନ ଆରମ୍ଭ କରିଥିଲା। ଉକ୍ତ ଲୁହାଗୁଣ୍ଡ ବହୁ ବର୍ଷ ଧରି ପଡ଼ି ରହିଥିବାରୁ ଜମିର ଉର୍ବରତା ନଷ୍ଟ ହୋଇଯାଇଛି। ଏନେଇ ଭଡ଼ା ଦାବିରେ ଜମି ମାଲିକ ପରିବହନ ବନ୍ଦ କରିବାକୁ ଉଦ୍ୟମ କରିବାରୁ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ହାତାହାତି ପରିସ୍ଥିତି ଉପୁଜିବାରୁ ପୋଲିସ ଉପସ୍ଥିତିରେ ପରିବହନ କରାଯାଇଥିଲା।
ଯେ, ୨୦୦୪ ରେ ଉକ୍ତ ସ୍ଥାନରେ ଲୁହାପଥର ସାଇଡିଂ କରାଯାଇ ଲୁହାପଥର ପରିବହନ ହେଉଥିଲା। ଏହାକୁ ୨୦୦୮ରେ ବନ୍ଦ କରିଦିଆଯାଇଥିଲା। ଉକ୍ତ ସ୍ଥାନରେ ୧୨୭୪ ମେଟ୍ରିକ ଟନ୍‌ର ଲୁହାପଥର ଗୁଣ୍ଡ ମାସିକ ଭଡ଼ାରେ ରଖିବା ପାଇଁ ଜମି ମାଲିକଙ୍କ ସହିତ ବ୍ୟବସାୟୀ କଥା ହୋଇଥିଲେ। ଉକ୍ତ ବ୍ୟବସାୟୀ ଭାଜପାର ନେତା ହୋଇଥିବାରୁ ବିଶ୍ୱାସ କରି ଲୋକେ ମାସିକ ଭଡ଼ାରେ ସେହି ଜାଗା ଛାଡ଼ିଥିଲେ ବୋଲି ଜଣେ ଜମି ମାଲିକ ଚଗଲୁ ନାଏକ କହିଛନ୍ତି। ପାଖାପାଖି ୮ ଲୋକଙ୍କ ୫ ଏକର ଜମିରେ ଏହି ଲୁହାପଥର ଗୁଣ୍ଡ ଜମା ହୋଇଥିଲା। ପରବର୍ତ୍ତୀ ସମୟରେ ଲୁହାପଥର ଗୁଣ୍ଡକୁ ଖଣି ବିଭାଗ ଜବତ କରିଥିଲା। ଏହାର ଦାବିଦାର କେହି ନ ଆସିବାରୁ ନିୟମାନୁଯାୟୀ ଓଡ଼ିଶା ଖଣି ନିଗମ ନିଲାମ କରିଥିଲେ ବୋଲି ଖଣି ଉପନିର୍ଦ୍ଦେଶକ ସଲିଲ ବେହେରା କହିଛନ୍ତି। ନିଲାମ ଧରିଥିବା ସଂସ୍ଥା ଲୁହାପଥର ନେବାକୁ ଉଦ୍ୟମ କରିବା ବେଳେ ଜମି ମାଲିକମାନେ ଭଡ଼ା ଦାବି କରିଥିଲେ। ଫଳରେ ବିବାଦ ଉପୁଜିଥିଲା। ପରେ ପୋଲିସ ମୁତୟନ କରାଯାଇ ପରିବହନ ଚାଲିଥିବା ବେଳେ ନ୍ୟାୟ ପାଇଁ ଜମି ମାଲିକମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ କହିଛନ୍ତି, ଉଭୟ ପକ୍ଷଙ୍କୁ ଡକାଯାଇଛି। ଆଲୋଚନା ଓ କାଗଜପତ୍ର ଯାଞ୍ଚ ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri