ବର୍ଷାରେ ଦବିଲା ରାସ୍ତା, ଇନ୍ଦ୍ରଦ୍ୟୁମ୍ନରେ ପଶିଲା ମଇଳା ପାଣି

ପୁରୀ ଅଫିସ, ୨୫ା୭: ବିପର୍ଯ୍ୟସ୍ତ ହୋଇପଡ଼ିିଛି ଶ୍ରୀକ୍ଷେତ୍ରର ଏକାଧିକ ଐତିହ୍ୟ ପୁଷ୍କରିଣୀ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଗୋଟିଏ ପରେ ଗୋଟିଏ ପୁଷ୍କରିଣୀର ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ସବୁଠୁ ପରିତାପର ବିଷୟ ହେଉଛି ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ଇନ୍ଦ୍ରଦ୍ୟୁମ୍ନ ଅବସ୍ଥା ଅଧିକ ଦୟନୀୟ ହୋଇପଡ଼ିଛି। ତିନି ପାର୍ଶ୍ୱରେ ପାଚେରି ଭୁଶୁଡି ଏହା ଅସୁନ୍ଦର ଲାଗୁଥିବାବେଳେ ଏଥିରେ ରାସ୍ତାରୁ ବୋହି ଆସୁଥିବା ମଇଳା ପାଣି ପଶୁଛି। ଭାଙ୍ଗି ଯାଇଥିବା ପାଚେରି ତିଆରି ହୋଇ ନ ଥିବାବେଳେ ଅସ୍ଥାୟୀ ଭାବେ ବାଲିବସ୍ତା ଓ ସିମେଣ୍ଟ କାନ୍ଥ ବାଡ଼ା କରାଯାଇଛି। ଗୁରୁବାର ହୋଇଥିବା ବର୍ଷାରେ ପୂର୍ବପାର୍ଶ୍ୱ ରାସ୍ତା ଦବିଯାଇ ମଇଳା ପାଣି ପବିତ୍ର ଇନ୍ଦ୍ରଦ୍ୟୁମ୍ନରେ ପଶୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କେବଳ ଇନ୍ଦ୍ରଦ୍ୟୁମ୍ନରେ ଏହି ମଇଳା ପାଣି ପଶୁଛି ତାହା ନୁହେଁ ଦବି ଯାଇଥିବା ସ୍ଥାନ ଖାଇଯାଉଥିବାରୁ ନିକଟସ୍ଥ ଘର ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି। ଏଥିସହ ସେହି ରାସ୍ତା ଦେଇ ଯା’ଆସ କରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।
ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ତୀର୍ଥ ହେଉଛି ଇନ୍ଦ୍ରଦ୍ୟୁମ୍ନ। ହିନ୍ଦୁଧର୍ମାଲମ୍ବୀମାନେ ପବିତ୍ର ପଞ୍ଚତୀର୍ଥରେ ବୁଡ଼ ପକାଇଲେ ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ ହୁଏ ବୋଲି ବିଶ୍ୱାସ ରହିଛି। ତେବେ ତୀର୍ଥଯାତ୍ରୀଙ୍କ ଭାବାବେଗ ସହ ଜଡ଼ିତ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନାହିଁ। ବିପଦପୂର୍ଣ୍ଣ ହୋଇପଡ଼ିଛି ପାଚେରି, ପ୍ରଦୂଷିତ ହୋଇଛି ଏହାର ପାଣି। ଗତବର୍ଷ ଅଗଷ୍ଟ ୬ରେ ଏହାର ପୂର୍ବ ପାର୍ଶ୍ୱ ପାଚେରି ପ୍ରାୟ ୫୬ ଫୁଟ ଏବଂ ଦକ୍ଷିଣ ପାର୍ଶ୍ୱରେ ପ୍ରାୟ ୫୦ ଫୁଟରୁ ଊର୍ଦ୍ଧ୍ୱ ପାଚେରି ଭୁଶୁଡ଼ି ପଡ଼ିିଥିଲା। ସେହିପରି ଗତବର୍ଷ ଅକ୍ଟୋବର ୧୧ତାରିଖ ରାତିରେ ହୋଇଥିବା ବର୍ଷାରେ ଉତ୍ତର ପାର୍ଶ୍ୱ ପାଚେରି ପ୍ରାୟ ୪୦ରୁ ୫୦ ଫୁଟ ପୁଷ୍କରିଣୀ ମଧ୍ୟକୁ ଭୁଶୁଡି ପଡ଼ିିଥିଲା। ପ୍ରାୟ ବର୍ଷେ ହେବ ପାଚେରି ତିଆରି କରାଯାଉନାହିଁ। ପୂର୍ବ ପାର୍ଶ୍ୱରେ ଭାଙ୍ଗିଥିବା ପାଚେରି କଡ଼ରେ ଶ୍ରୀମନ୍ଦିର ପ୍ରଶାସନ ସିମେଣ୍ଟ କାନ୍ଥବାଡ଼ା ତିଆରି କରିଥିବାବେଳେ ଉତ୍ତର ପାର୍ଶ୍ୱରେ ଇଟା ଯୋଡ଼େଇ କାନ୍ଥ କରିଛି। ଏହା ପାଚେରିଠାରୁ ପଛକୁ କରାଯାଇଛି ଏବଂ ଆଗରେ ବାଲିବସ୍ତା ପ୍ୟାକ୍‌ ଦିଆଯାଇଛି, ଯାହାକି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି। ବାଲିବସ୍ତା ମଧ୍ୟରୁ ଅଧିକାଂଶ ଫାଟିଗଲାଣି। ସେହିପରି ପୂର୍ବପଟେ ରାସ୍ତା ତଳେ ଯାଇଥିବା ସ୍ବେରେଜ ବୋର୍ଡ ନଳାର ଗୋଟିଏ ଜଏଣ୍ଟ ସ୍ଥାନ ଫାଟିଯିବାରୁ ଏଠାରୁ ମଇଳା ପାଣି ବାହାରି ବାଲିବସ୍ତା ଉପରଦେଇ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ମିଶୁଥିଲା। ଏ ନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିବା ପରେ କିଛିଦିନ ତଳେ ସ୍ବେରେଜ ବୋର୍ଡ ପକ୍ଷରୁ ଏହାର ମରାମତି କରାଯାଇଥିଲା। ରାସ୍ତା ଖୋଳି ଓ ପୁଷ୍କରିଣୀ କଡ଼ରେ ପଡିଥିବା ବାଲିବସ୍ତା ଉଠାଇ ମରାମତି କରାଗଲା, କିନ୍ତୁ ରାସ୍ତାର ସ୍ଥାୟୀ ମରାମତି ନ କରି କେବଳ ବାଲି ପକାଇ ଛାଡ଼ିଦିଆଗଲା। ସ୍ଥାନୀୟ ବାସିନ୍ଦା ବିଭୂତି ଭୂଷଣ ରଥ କହିଛନ୍ତି, ଗୁରୁବାର ବର୍ଷା ଯୋଗୁ ଏହି ସ୍ଥାନରେ ରାସ୍ତା ଦବିଯାଇ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ଘଳିଆ ପଡ଼ିଥିଲା। ଫଳରେ ରାସ୍ତାର ମଇଳା ପାଣି ଇନ୍ଦ୍ରଦ୍ୟୁମ୍ନରେ ମିଶିବା ସହ ଘଳିଆ ଯୋଗୁ ନିକଟସ୍ଥ ଘରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri