ସ୍ବଚ୍ଛତା କ୍ଷେତ୍ରରେ ଜାତୀୟ ପୁରସ୍କାର ପାଇଲେ ସସ୍ମିତା

ଭଦ୍ରକ ଅଫିସ, ୨୨ା୧୨: ପରିମଳ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଇଣ୍ଡିଆ ସାନିଟେସନ କୋଆଲିସନ ପକ୍ଷରୁ ସ୍ବଚ୍ଛତା ପରିବର୍ତ୍ତନକାରୀ ମହିଳା-୨୦୨୨ ଜାତୀୟ ପୁରସ୍କାର ପାଇଇନ୍ତି ଭଦ୍ରକ ପୌରପାଳିକା ୧୭ନଂ. ୱାଡର୍ର୍ର ସ୍ବଚ୍ଛ ସାଥି ସସ୍ମିତା ବାରିକ। ଜାତୀୟସ୍ତରରେ ଓଡ଼ିଶାରୁ ୩ ଜଣ ଜାତୀୟ ପୁରସ୍କାର ପାଇଥିବା ବେଳେ ଭଦ୍ରକରୁ ସସ୍ମିତା ଏହି ପୁରସ୍କାର ପାଇ ଜିଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଗତ ୭ ତାରିଖରେ ନୂଆଦିଲ୍ଲୀରେ ତାଙ୍କୁ ଏହି ପୁରସ୍କାର ସହ ସମ୍ବର୍ଦ୍ଧିତ କରାଯାଇଛି। ଭଦ୍ରକ ୧୭ ନଂ. ୱାଡର୍ର୍ର ନରେନ୍ଦ୍ର ବାରିକ ଓ ଲକ୍ଷ୍ମୀପ୍ରିୟା ବାରିକଙ୍କ ମଝିଆ ଝିଅ ହେଉଛନ୍ତି ସସ୍ମିତା। ଗ୍ରାଜୁଏସନ ପରେ ୨୦୧୯ରେ ଭଦ୍ରକ ପୌରପାଳିକାରେ ସ୍ବଚ୍ଛସାଥି ଭାବେ କାର୍ଯ୍ୟ କରୁଛନ୍ତି। ନିଜ ୱାଡର୍ର୍କୁ ସ୍ବଚ୍ଛ ରଖିବା ପାଇଁ ସବୁବେଳେ ଲୋକମାନଙ୍କୁ ସଚେତନ କରାଇଥାନ୍ତି। ପ୍ରତ୍ୟେକ ଦିନ ସକାଳ ୭ଟାରୁ ସାଇକେଲରେ ବାହାରି ନିଜ ୱାର୍ଡ ସହିତ ଅନ୍ୟ ୱାର୍ଡର ଘର ଘର ବୁଲି ଲୋକମାନଙ୍କୁ ଶୁଖିଲା ଅଳିଆ ଓ ଓଦା ଅଳିଆ ପୃଥକ ପୃଥକ୍‌ ପକାଇବା ପାଇଁ ବୁଝାଇଥାନ୍ତି। ପାଇଖାନା ଟାଙ୍କି ପୌରପାଳିକା ଗାଡ଼ି ଦ୍ୱାରା ସଫେଇ କରିବା ପାଇଁ ଲୋକମାନଙ୍କୁ ବୁଝାଇଥାନ୍ତି। ଅଳିଆ ଗାଡ଼ିରେ ବସି ଅଳିଆ ଏଣେ ତେଣେ ନ ପକାଇ ଅଳିଆ ଗାଡ଼ିରେ ପକାଇବା ପାଇଁ କୁହନ୍ତି। ତାଙ୍କର ଏପରି ନିଷ୍ଠାପର କାର୍ଯ୍ୟ ପାଇଁ ପୌରପାଳିକା ପକ୍ଷରୁ ମଧ୍ୟ ସ୍ବଚ୍ଛସାଥି ଭାବେ ପୁରସ୍କୃତ ହୋଇଛନ୍ତି। ଏହି ପୁରସ୍କାର ତାଙ୍କୁ ଆଗକୁ କାମ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ସସ୍ମିତା। ଏହି ଜାତୀୟ ପୁରସ୍କାର ପାଇବା ପରେ ସେ ପୌରପାଳିକାର ସମସ୍ତ ଅଧିକାରୀଙ୍କୁ ଏହାର ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri