Odisha Elections 2024

ମଶା ଦାଉରେ କଲବଲ ରାଜଧାନୀବାସୀ

ଭୁବନେଶ୍ୱର, ୧୭।୧୨ (ବ୍ୟୁରୋ): ମଶା ଦାଉରେ କଲବଲ ରାଜଧାନୀବାସୀ। ରାତି ହେଉ କି ଦିନ ଘରେ, ବାହାରେ ସାଲୁବାଲୁ ହେଉଛନ୍ତି ମଶା। ବସ୍ତିରୁ ଆପାର୍ଟମେଣ୍ଟ, ସ୍କୁଲରୁ ଅଫିସ ସବୁଠି ମଶା ଲାଗି ଅତିଷ୍ଠ ହେଉଛନ୍ତି ଲୋକେ। ମଶା ଯୋଗୁ ସହରରେ ଅସମ୍ଭାଳ ପରିସ୍ଥିତି। ସହରରେ ମଶାର ସାନ୍ଦ୍ରତା ୧୦୦ ଟପିଛି। ଅର୍ଥାତ୍‌ ଘଣ୍ଟାଏ ମଧ୍ୟରେ ଜଣେ ଲୋକକୁ ୧୦ଟି ମଶା କାମୁଡ଼ିବାକୁ ଜଗିଛନ୍ତି। ମଶାଙ୍କ ଦାଉରୁ ବର୍ତ୍ତିବାକୁ ଘରେ ବ୍ୟବହାର ହେଉଥିବା ମଶାଧୂପ, ଲିକ୍ୱିଡ୍‌, ଝୁଣା ଧୂଆଁ କିଛି କାମ କରୁନି। ଏମିତି ମଶା ମାରିବାକୁ ବ୍ୟବହାର ହେଉଥିବା ବ୍ୟାଟ୍‌ ବି ଆଉ କାମ ଦେଉନି। ସ୍ଥିତି ଏପରି ହେଲାଣି ଯେ, ପିଲାମାନେ ମଶାରି ଭିତରେ ବସି ପାଠ ପଢୁଥିବା ଦେଖିବାକୁ ମିଳୁଛି। ଅପରପକ୍ଷେ ସହରବାସୀ ମଶାଙ୍କୁ ନେଇ ଅତିଷ୍ଠ ହେବା ପରେ ଏବେ ବିଏମ୍‌ସିର ଚେତା ପଶିଛି। ଡ୍ରୋନ ସାହାଯ୍ୟରେ ମଶାଙ୍କୁ ଦମନ କରାଯିବ ବୋଲି ମେୟର, କମିଶନର କହିଛନ୍ତି। ଏଥିସହ ବୈଷୟିକ ବିଶେଷଜ୍ଞଙ୍କ ଦ୍ୱାରା ମଶାଙ୍କ ବଂଶବୃଦ୍ଧିର କାରଣ, ନିରାକରଣ ଉପରେ ଦୃଷ୍ଟି ଦିଆଯିବ ବୋଲି ମଧ୍ୟ କୁହାଯାଇଛି। ବିଶେଷକରି ବର୍ଷା ଋତୁ ପରେ ବିଏମ୍‌ସି ଜଳ ଉତ୍ସଗୁଡିକରେ ମଶାତେଲ ନ ପକାଇ ନିଦରେ ଶୋଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ସେହିପରି ହକି ପାଇଁ ସହରର ସୌନ୍ଦର୍ଯ୍ୟକରଣ ନେଇ ବ୍ୟସ୍ତ ଥିବା ବିଏମ୍‌ସି ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବାରେ ଅସମର୍ଥ ହୋଇଛି। ସ୍ଥିତିର ଗମ୍ଭୀରତାକୁ ଦେଖି ବିଏମ୍‌ସି ଏବେ ତତ୍ପରତା ଦେଖାଉଥିଲେ ବି ମଶାଙ୍କ ଉତ୍ପାତ ବଢିଚାଲିଛି। ତେଣୁ ଏହାକୁ ଦମନ କରିବା ପାଇଁ ବିଏମ୍‌ସି କେତେଦୂର ସମର୍ଥ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ଆଗକୁ ହକି ବିଶ୍ୱକପ୍‌ ଥିବାରୁ ବାହାରୁ ଆସିବାକୁ ଥିବା ଖେଳାଳି, ପ୍ରଶଂସକ ଯେପରି ରାଜଧାନୀରୁ ମଶା କାମୁଡ଼ା ଅଭିଜ୍ଞତା ନେଇ ନ ଫେରନ୍ତି ତାହା ଦେଖିବାକୁ ପଡ଼ିବ। ଏ ସମ୍ପର୍କରେ କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ମଶା ଦମନ ପାଇଁ ଆମେ ପଦକ୍ଷେପ ନେଉଛୁ। ପୂର୍ବରୁ ସହରରେ ୧୦ଟି ଫଗିଂ ଟିମ୍‌ ଥିଲେ ଏବଂ ଏବେ ଆଉ ୪ଟି ଟିମ୍‌କୁ ନିୟୋଜିତ କରାଯାଇଛି। ଏମାନେ ନିୟମିତ ସହରରେ ମଶାଧୂଅଁା ଛାଡ଼ିବେ। ସେହିପରି ରବିବାରଠାରୁ ଡ୍ରୋନ୍‌ ସାହାଯ୍ୟରେ ମଶା ମରାଯିବ। ଏହାବାଦ୍‌ ମଶାତେଲ ସିଞ୍ଚନ ଏବଂ ଅନାବନା ଗଛ କଟା ଆଦି ବିଭିନ୍ନ ପଦକ୍ଷେପ ନିଆଯାଉଛି। ଖୁବ୍‌ଶୀଘ୍ର ମଶାଙ୍କ ପ୍ରାଦୁର୍ଭାବ କମିବ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

ଭୁବନେଶ୍ୱରରେ ମୋଦି, ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୯।୫: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିର୍ବାଚନୀ ହିଂସା: ଖଲ୍ଲିକୋଟ ହତ୍ୟା ଘଟଣାରେ ଆଉ ଦୁଇ ଗିରଫ

ଛତ୍ରପୁର,୧୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଗିରଫ ହୋଇଛନ୍ତି। ଗିରଫମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର...

ବାତ୍ୟାର ଆସିବାର କୌଣସି ପୂର୍ବାନୁମାନ କରାଯାଇ ନାହିଁ: ପାଣିପାଗ ବିଭାଗ

ଭୁବନେଶ୍ୱର,୧୯ା୫: ରବିବାର ଭୁବନେଶ୍ୱର ଆଇଏମଡି ନିର୍ଦ୍ଦେଶକ ମନୋରାମା ମହାନ୍ତି ସୂଚନା ଦେଇଛନ୍ତି ଯେ ବାତ୍ୟା ସୃଷ୍ଟି ହେବାର କୌଣସି ପୂର୍ବାନୁମାନ କରାଯାଇ ନ ଥିବାରୁ ଭୟଭୀତ...

‘ୱାର୍ଡମେମ୍ବର ନିର୍ବାଚନ ଲଢ଼ିନାହାନ୍ତି, ମୋତେ ପଚାରୁଛନ୍ତି କ’ଣ କରିଛ’: ଅପରାଜିତା

ଭୁବନେଶ୍ୱର,୧୯।୫: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଭାଜପା ନେତ୍ରୀ ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri