ଅମଳ ନ ସରୁଣୁ ଧାନ ଅଭାବୀ ବିକ୍ରି, ୨ ଗାଡ଼ି ଅଟକ

ଚାନ୍ଦବାଲି,୯ା୧୨(ଡି.ଏନ୍‌.ଏ.): ଚାଷୀମାନଙ୍କଠାରୁ ସରକାରୀ ଧାର୍ଯ୍ୟ ଦର କ୍ୱିଣ୍ଟାଲ ପ୍ରତି ୨୦୪୦ଟଙ୍କା ଦରରେ ଧାନ କ୍ରୟ ନିମନ୍ତେ ସମବାୟ ସମିତି ଓ ମହିଳା ମଣ୍ଡଳଗୁଡ଼ିକ ମାଧ୍ୟମରେ ଚାଷୀମାନଙ୍କୁ ଅନ୍‌ଲାଇନ ପଞ୍ଜୀକରଣ କରାଯାଇଛି। ଧାନ ଅମଳ ଆରମ୍ଭ ହେବା ମାତ୍ରେ ଭଦ୍ରକ ଜିଲା ଚାନ୍ଦବାଲିର ଚାଷୀ ଅଭାବୀ ବିକ୍ରିର ଶିକାର ହେବା ଆରମ୍ଭ ସୋଇଛି । ପଶ୍ଚିମବଙ୍ଗର ଦୁଇଟି ଧାନ ବୋଝେଇ ଟ୍ରକ୍‌କୁ ମତୋ ପୋଲିସ ଫାଣ୍ଡି ଗୁରୁବାର ରାତିରେ ଅଟକ ରଖିଛି। ଚାନ୍ଦବାଲି ଅଞ୍ଚଳରୁ ଧାନ ବେପାରୀମାନଙ୍କ ମାଧ୍ୟମରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ କ୍ୱିଣ୍ଟାଲ ଧାନ ଲୋଡ୍‌ କରି ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିବା ସମୟରେ ପାଞ୍ଚପଡ଼ା ନିକଟରେ ଥିବା ଆରଏମ୍‌ସି ଚେକ୍‌ ଗେଟ୍‌ର କର୍ମଚାରୀ ଅଟକାଇବା ପରେ ସେଠାରେ ନ ରହି ଉକ୍ତ ଦୁଇଟି ଟ୍ରକ୍‌ ଦ୍ରୁତ ଗତିରେ ପଳାଇ ଆସିଥିଲେ। ଖବର ପାଇ ମତୋ ଫାଣ୍ଡି ପୋଲିସ ଅଟକାଇବା ପରେ କିଛି ସମୟ ପାଇଁ ମୁଖ୍ୟ ରାସ୍ତା ଜନଗହଳି ହୋଇପଡ଼ିବା ଦ୍ବାରା ଚାନ୍ଦବାଲି ଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ବିନା ସରକାରୀ ଚାଲାଣରେ ଏତେ ପରିମାଣର ଧାନ ନେବାକୁ ବଙ୍ଗ ବେପାରୀମାନେ ସାହସ କଲେ କେମିତି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। କେତେକ ସରକାରୀ କର୍ମଚାରୀଙ୍କ ସଲାସୁତରାରେ ବଙ୍ଗ ବେପାରୀମାନେ ବହୁଳ ପରିମାଣର ଓଡ଼ିଶା ଧାନକୁ ଶାଗମାଛ ଦରରେ କ୍ରୟ କରି ନେବାର ଜଣାପଡ଼ିଛି। ଏହି ପରି ୬ଟି ଧାନ ବୋଝେଇ ଟ୍ରକ୍‌ ଖେରଙ୍ଗ ଆରଏମ୍‌ସି ଚେକ୍‌ ଗେଟ୍‌ରେ ଅଟକିଛି। ଖବର ପାଇ ତହସିଲଦାର ସୁଶାନ୍ତ ସୂତାର ଓ ଥାନାଧିକାରୀ କରୁଣାକର ରାଉତ ଘଟଣାସ୍ଥଳରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀର କିଶୋର ଦାଶ),୮ା୫:କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଫଟୋରେ କେହି ଜୋତାମାଳ ଝୁଲାଇବା...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri