କେନାଲରେ ପାଣି ନାହିଁ, ରବି ଫସଲ ଚାଷୀ ନିରାଶ

କେନ୍ଦ୍ରାପଡା ଅଫିସ, ୭ା୧୨: ଖରିଫ ଧାନ ଚାଷ ସରିଛି। କେନ୍ଦ୍ରାପଡ଼ା ଜିଲାର ଚାଷୀ ରବି ଫସଲ ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ଏଥିରେ କ୍ଷେତକୁ ଜଳସେଚନ ଏବେ ବାଧକ ହୋଇଛି। କେନାଲରେ ବହୁ ବର୍ଷ ଧରି ରହିଥିବା ବିଲାତି ଦଳ ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ବାକୁ ଦେଉନାହିଁ। କୃଷି ଭିତ୍ତିକ ଅର୍ଥନୀତିରେ ପର୍ଯ୍ୟବେସିତ ଜିଲାରେ ଏହି ବୃହତ ଅର୍ଥନୀତିକୁ ଜଳ ସମ୍ପଦ ବିଭାଗ ଦ୍ୱାରା ମାରି ଦିଆଯାଉଛି। ଏପରି ଅଭିଯୋଗ ଆଣି କୃଷକ ନେତା ଓ ଚାଷୀମାନେ ଗତ ସୋମବାର ଜିଲାସ୍ତରୀୟ ପ୍ରଶାସନିକ ଅଭିଯୋଗ ଶୁଣାଣି ଶିବିର ଓ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଖ୍ୟ କେନାଲରୁ ଦଳ ବାହାର କରିବା, ଶାଖା କେନାଲର ଉନ୍ନତିକରଣ ସହିତ କ୍ରିକ ବନ୍ଧ ଓ ଉପକୂଳ କେନାଲ ଖୋଳାଇବାକୁ ଦାବି ଜଣାଇଛନ୍ତି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ, ବିଧୁଭୂଷଣ ମହାପାତ୍ର, ଉମେଶ ସିଂ, ବିଜୟ କୁମାର ପରିଡା, ଜଗତଜୀବନ ଦାସ, କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଜଗଦୀଶ ପତି, କଂସାର ଗଁାର ଚାଷୀ ନିରଞ୍ଜନ ପରିଡା, ଭରତପୁର ଗଁାର ଚିତ୍ତରଞ୍ଜନ ଦାସ, ଇଚ୍ଛାପୁରର ଚିତ୍ତରଞ୍ଜନ ସାହୁ, ଆୟେବାର ବୀରେନ୍ଦ୍ର କୁମାର ଦାସ ପ୍ରମୁଖ କହିଛନ୍ତି, ରାଜ୍ୟର ଦ୍ୱିତୀୟ ସର୍ବବୃହତ ଜଳପଥ କେନ୍ଦ୍ରାପଡ଼ା ଜିଲାରେ ଅଛି। ଏହାସତ୍ତ୍ୱେ ଜଳ ପରିଚାଳନା ଚାଷୀଙ୍କ ପାଇଁ ସମସ୍ୟା ହୋଇଛି। ଖରିଫ ଚାଷ ସମୟରେ ପ୍ରାୟ ୩୭ ହଜାର ହେକ୍ଟର ଚାଷ ଜମିରେ ମରୁଡି ପରିସ୍ଥିତି ସୃଷ୍ଟି କରିଛି। ସେହିପରି ଜଳସେଚନ ଭିତ୍ତିଭୂମିକୁ ଉନ୍ନତି କରଣ କରାଗଲେ ଜିଲାରେ ପ୍ରାୟ ୮୦ ହଜାର ହେକ୍ଟର ଚାଷ ଜମିରେ ରବି ଫସଲ ସହିତ ଅର୍ଥକାରୀ ଫସଲ ହୋଇପାରନ୍ତା। ତେବେ ଏହି ଜିଲାରେ ମାତ୍ର ୮ରୁ ୧୦ ହଜାର ହେକ୍ଟର ଜମିରେ ରବି ଫସଲ ସହିତ ପନିପରିବା ହେଉଛି। ରାଜସ୍ବ ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ମୋଟ ୮୫,୯୨୦ ଏକର ଜମି ପାଇଁ ଜଳକର ଧାର୍ଯ୍ୟ ହୋଇଛି। ଅପରପକ୍ଷରେ କୃଷି ବିଭାଗ, ଜଳ ସମ୍ପଦ ବିଭାଗ ଓ ଉଠା ଜଳସେଚନ ବିଭାଗ ତଥ୍ୟ ଅନୁଯାୟୀ, କେନାଲ ମାଧ୍ୟମରେ ୧,୧୫,୪୪୫ ଏକର ଜମିକୁ ଜଳ ଯୋଗାଣ ହେଉଛି। ତେବେ ବାସ୍ତବ ତଥ୍ୟ ହେଉଛି, କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଜମ୍ବୁ, ଗୋବରୀ ଆଦି କେନାଲରେ ବିଲାତି ଦଳ ଭର୍ତ୍ତି ହୋଇ ରହିଛି। ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ ସତ୍ତ୍ୱେ କେନାଲରେ ଆଦୌ ପାଣି ଛଡା ଯାଇନାହିଁ। ଜଳପଥ ଉପରେ ଜବରଦଖଲ ବଢ଼ି ଚାଲିଛି। ଏହା ଉପରେ କେତେଜଣ ବ୍ୟକ୍ତି ଘର ନିର୍ମାଣ କରି ଜଳପଥକୁ ସଙ୍କୁଚିତ କରିଛନ୍ତି। ସେହିପରି ସହରର ଅଳିଆ ଆବର୍ଜନା, ପାଇଖାନା ପାଇପ, ପ୍ଲାଷ୍ଟିକ ଆଦି ଅଧିକ ସମସ୍ୟା ସୃଷ୍ଟି କରିଛି। କେତେକ ସ୍ଥାନରେ ମାଛ ପାଇଁ ଆଡି ବନ୍ଧ ହୋଇଛି। ରାଜ୍ୟ ସରକାର ପ୍ରତି ବ୍ଲକ ଅଞ୍ଚଳର ଚାଷ ଜମି ମଧ୍ୟରୁ ଅନ୍ୟୁନ୍ୟ ୩୫ ପ୍ରତିଶତ ଜମିକୁ ଜଳସେଚନ ପାଇଁ ଘୋଷଣା କରିଛନ୍ତି। ତେବେ ଜିଲାରେ ୨୫ ବର୍ଷ ମଧ୍ୟରେ ଗୋଟିଏ ଇଞ୍ଚ କେନାଲ ଖୋଳାଯାଇନାହିଁ। ଜିଲାର ବହୁ କେନାଲ ପୋତି ହୋଇପଡିବାରୁ ଖେଳପଡିଆରେ ପରିଣତ ହୋଇଛି। ବିଲାତି ଦଳ ମଶା, ମାଛିଙ୍କ ଉତ୍ପତିି ସ୍ଥଳ ହୋଇଥିବା ବେଳେ ଜଳବାହିତ ରୋଗର କାରଣ ହୋଇଛି। ଉନ୍ନତିକରଣ ନାମରେ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ। ଏପରି କି କେନାଲ ନିକଟସ୍ଥ ଜମି ଜଳସେଚିତ ନ ହେବାରୁ ଜଳକର ନ ଦେବା ପାଇଁ ଆନ୍ଦୋଳନ ହେଉଛି। ମୁଖ୍ୟ କେନାଲରୁ ବିଲାତି ଦଳ ବାହାର କରିବାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଯାଇପାରନ୍ତା। ସେହିପରି କ୍ରିକ୍‌ ବନ୍ଧ ଓ ଉପକୂଳ କେନାଲ ଖୋଳା ଗଲେ ବନ୍ୟାରୁ ମୁକ୍ତି ମିଳିବା ସହ ମଧୁର ଜଳ ସଂରକ୍ଷଣ ହୋଇପାରିବ। ଏହି ମଧୁର ଜଳ ପାନୀୟ ଜଳ ସହିତ କ୍ଷେତକୁ ଜଳ ମିଳିବାରେ ସହାୟକ ହୋଇପାରିବ। ତୁରନ୍ତ ଏଥିପ୍ରତି ଜିଲାପାଳ, ଆର୍‌ଡିସି ଓ ଜଳ ସମ୍ପଦ ବିଭାଗ ନଜର ଦେବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଏ ନେଇ ଜଳ ସମ୍ପଦ ବିଭାଗ ସହ ଆଲୋଚନା କରାଯାଇ ରବି ଫସଲ ପାଇଁ ଜଳ ଛଡାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି  ଏନେଇ ବିଭିନ୍ନ ଜ୍ୟୋତିଷ ବିସାରଦ ବିଭିନ୍ନ ଗ୍ରହ ନକ୍ଷତ୍ରର ଚାଲିକୁ ଦେଖି ନୂଆ ବର୍ଷର ଭବିଷ୍ୟବାଣୀ କରିବା ଜାରି ରଖିଛନ୍ତି  ଏହାରି ମଧ୍ୟରେ ଶନିଙ୍କ ଚାଲି ଯୋଗୁଁ ନୂଆ ବର୍ଷରେ ଉପୁଜିବାକୁ ଥିବା ବିପଦ ପ୍ରାୟ ସମସ୍ତ ରାଶିର ବ୍ୟକ୍ତି ବିସେଷଙ୍କ ଧ୍ୟାନ ଆକର୍ଷଣ କରିଛି । ଜ୍ୟୋତିଷ ଗଣନା ଅନୁସାରେ ୨୦୨୬ ମସିହାରେ ଶନିଙ୍କର କୈଣସି ଗୋଚର ଚାଲି ନାହିଁ । ଏଣୁ ୨୦୨୫ ଭଳି ୨୦୨୬ରେ ମଧ୍ୟ ମେଷ, କୁମ୍ଭ ଓ ମୀନ ରାଶିରେ ଶନିଙ୍କ ସାଢେ ସାତ ଚାଲି ଜାରି ରହିବ । ଏହି ସାଢେ ସାତ ଚାଲିର ପ୍ରଥମ ସୋପାନ ମେଷ ରାଶିରେ, ତୃତୀୟ ସୋପାନ କୁମ୍ଭ ରାଶିରେ ଓ ଦ୍ୱିତୀୟ ସୋପାନ ମୀନ ରାଶିରେ ସଂଗଠିତ ହେବାକୁ ଯାଉଛି ।  ମୀନ ରାଶିରେ ଶନିଦେବଙ୍କ ସାଢେ ସାତ ଚାଲିର ଦ୍ୱିତୀୟ ସୋପାନ ରହୁଥିବାରୁ ଏହି ରାଶିତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଚାକିରି, ବ୍ୟବସାୟ ଓ କ୍ୟାରିୟର କ୍ଷେତ୍ରରେ ବଡ ବାଧା ଉପୁଜିବ । ବାରମ୍ୱାର ଅସପଳତା ଯୋଗୁଁ ମନ ସର୍ବଦା ନିରାଶ ରହିବ । ଏହାଛଡା ଆପଣ ମାନସିକ ଚାପ ଅନୁଭବ କରିପାରନ୍ତି । ସଫଳତା ପାଇଁ ଅପଣଙ୍କୁ ଅବଶ୍ୟକତାଠୁ ଢେର ଅଧିକ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ମାମଲାରେ ଆପଣଙ୍କୁ ଅଧିକ କ୍ଷତି ସହିବାକୁ ପଡିବ । ଆପମଙ୍କ ଲାଭ ତଥା ଆୟ ତଲମୁହାଁ ହେବ । ଆପମଙ୍କର ଖର୍ଚ୍ଚ ବଢିବା ସହ ସଞ୍ଚୟର ପରିମାଣ କମିକମି ଯିବ । ଏହାଛଡା ଆପଣ ବିଭିନ୍ନ ସ୍ଥାନରେ କରିଥିବା ନିବେଶ ବୁଡିଯିବାର ଆଶଙ୍କା ମଧ୍ୟ ରହିଛି ।

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri