ଆରମ୍ଭରୁ ଅବ୍ୟବସ୍ଥା, ଅଭାବୀ ବିକ୍ରି ଆଶଙ୍କା

ପଦ୍ମପୁର,୨୪।୧୧(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୈତିକ ତାତି ଯେପରି ବୃଦ୍ଧି ପାଉଛି ଚାଷୀଙ୍କ ଅସନ୍ତୋଷ ତାତି ମଧ୍ୟ ସମପରିମାଣରେ ବୃଦ୍ଧି ପାଉଛି। ଡିସେମ୍ବର ୫ରେ ମଣ୍ଡି ଖୋଲିବା ଯୋଜନା ଥିଲେ ମଧ୍ୟ ପଦ୍ମପୁର ଉପନିର୍ବାଚନରେ ଏଥର ଚାଷ ଓ ଚାଷୀ ମୁଖ୍ୟ ପ୍ରସଙ୍ଗ ହୋଇଥିବାରୁ ପ୍ରଶାସନ ଗତ ୨୧ ତାରିଖରୁ ଜିଲାର ସମସ୍ତ ମଣ୍ଡି ଖୋଲିଦେଲେ। ମାତ୍ର ମଣ୍ଡିଗୁଡିକରେ ଆବଶ୍ୟକ ଭିତ୍ତିଭୂମି ଅଭାବ ସହିତ ଚାଷୀମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇ ନ ଥିବାରୁ ମଣ୍ଡି ଖୋଲିବାର ୨ଦିନ ପରେ ବି ପଦ୍ମପୁର ଉପଖଣ୍ଡର ୮୦ଟିରୁ ମାତ୍ର ୨୦ଟି ମଣ୍ଡିକୁ ୧ ଲକ୍ଷ ୫ ହଜାର ୭୬୩ ପ୍ୟାକେଟ ଧାନ ଆସିଛି। ସେହିପରି ମାତ୍ର ୧୮ ଜଣ ଚାଷୀଙ୍କ ୨୭୦୨ ପ୍ୟାକେଟ ଧାନ ଉଠିଥିବା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ତ୍ରିନାଥ ରାଉତ ସୂଚନା ଦେଇଛନ୍ତି। ଟୋକନ ସମସ୍ୟା ମଣ୍ଡିକୁ ଧାନ ନ ଆସିବାର ମୁଖ୍ୟ କାରଣ ହୋଇଛି। ଧାନ ଉତ୍ପାଦନ ଓ ଜମି ଅନୁଯାୟୀ ଟୋକନ ଆସୁନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ପଦ୍ମପୁର ବ୍ଲକର ଚାଷୀ ମିତ୍ରଭାନୁ ବେହେରା କହିଛନ୍ତି, ସେ ପ୍ରାୟ ୧୦୦ କୁଇଣ୍ଟାଲ ଧାନ ଅମଳ କରିଛନ୍ତି । ତାଙ୍କ ପାଖକୁ ମାତ୍ର ୨୧କୁଇଣ୍ଟାଲ ୫୭ କେଜିର ଟୋକନ ଆସିଛି। ଅବଶିଷ୍ଟ ଧାନକୁ ବେପାରୀ ହାତରେ କମ୍‌ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହେବେ ବୋଲି ସେ କହିଛନ୍ତି। ଅପରପକ୍ଷେ ଅନେକ ଚାଷୀ ଧାନ ଅମଳ କରିସାରିଥିବା ବେଳେ ଟୋକନ ଆସିବାରେ ବିଳମ୍ବ ହେଉଥିବାରୁ ଅଭାବୀ ବିକ୍ରି ଚାଲିଛି। ସେମାନେ ବାଧ୍ୟହୋଇ ମିଲ୍‌ ମାଲିକ ଓ ବେପାରୀଙ୍କୁ ଧାନ ବିକ୍ରି କରୁଥିବା ଦେଖାଯାଉଛି। ପ୍ରଶାସନର ସ୍ଥାଣୁତା, ଯୋଗାଣ ବିଭାଗ, ମିଲରଙ୍କ ଅସାଧୁ ମେଣ୍ଟ ଯୋଗୁ ଏଠି ଖୋଲାଖୋଲି ଚାଷୀଙ୍କୁ ଲୁଟ ଚାଲିଛି ବୋଲି ରାଜବୋଡାସମ୍ବର କୃଷକ ସଙ୍ଗଠନ ଅଭିଯୋଗ କରିଛି। ସେହିପରି ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ଥିବାବେଳେ ଚାଷୀ ଆରମ୍ଭରୁ ୧୨୦୦ କିମ୍ବା ୧୩୦୦ ଟଙ୍କାରେ ବିକ୍ରି କରୁଛି । ସରକାର ଧାନ କିଣା ଟାର୍ଗେଟକୁ ପ୍ରତିବର୍ଷ କମାଇ ଚାଲିଛନ୍ତି । ମରୁଡି ସମୟରେ ସରକାର ବରଗଡ଼ ଜଲାରେ ୬୭ ଲକ୍ଷ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖିଥିଲେ। ମାତ୍ର ଏଥର ବମ୍ପର ଧାନ ଅମଳ ସତ୍ତ୍ୱେ ୫୭ ଲକ୍ଷ ଟନ୍‌ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି । ଯାହାକି ଅନ୍ୟ ବର୍ଷ ଅପେକ୍ଷା ଆହୁରି ଜଟିଳ ସ୍ଥିତ ସୃଷ୍ଟି ହେବ ବୋଲି ଚାଷୀନେତା ରମେଶ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବ୍ଲକ୍‌ସ୍ତରୀୟ ମତ୍ସ୍ୟ, ପ୍ରାଣିସମ୍ପଦ ମେଳା

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ମଙ୍ଗଳବାର ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲା ଉପନିର୍ଦ୍ଦେଶକ ଡା. କୋଟନି ପାର୍ଥସାରଥି...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri