Posted inଜାତୀୟ

ପଦାରେ ପଡିଲା ଆମ ଆଦମୀ ପାର୍ଟିର ମିଥ୍ୟା ଅଭିଯୋଗ

ଅହମ୍ମଦାବାଦ,୧୬।୧୧: ଗୁଜରାଟ ବିଧାନସଭା ନିର୍ବାଚନ ରୋଚକ ହେବାରେ ଲାଗିଛି। ଆମ ଆଦମୀ ପାର୍ଟି(ଏଏପି)ର ସୁରଟ (ପୂର୍ବ) ପ୍ରାର୍ଥୀ କାଞ୍ଚନ ଜରିୱାଲା ବୁଧବାର ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। କୌଣସି ଚାପରେ ନୁହେଁ ବରଂ ସ୍ବେଚ୍ଛାକୃତ ଭାବେ ତାଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଏହାପୂର୍ବରୁ ଏଏପି ଭାଜପା ନାଁରେ ଜରିୱାଲାଙ୍କୁ ଅପହରଣ ଏବଂ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିବାକୁ ବାଧ୍ୟ କରିଥିବା ଅଭିଯୋଗ କରିଥିଲା।
ୟଏଥିସହିତ ଜରିୱାଲା ନିଜ ପାର୍ଟିକୁ ଟାର୍ଗେଟ କରି କହିଥିଲେ, ମୋ ସହ କିଛି ପାରିବାରିକ ଘଟଣା ଘଟିଛି। ସେଥିପାଇଁ ମୁଁ ମୋର ନାମାଙ୍କନ ପ୍ରତ୍ୟାହାର କରିନେଲି। ଭାଜପା ମୋ ଉପରେ କୌଣସି ଚାପ ପକାଇ ନାହିଁ କିମ୍ବା କୌଣସି ଚାପରେ ମୁଁ ମୋର ନାମାଙ୍କନ ପ୍ରତ୍ୟାହାର କରିନାହିଁ। ମୁଁ ଆମ ଆଦମୀ ପାର୍ଟିରେ ଅଛି କି ନାହିଁ ତାହା ଉପରେ ମୁଁ ଶୀଘ୍ର ମୋର ଆଭିମୁଖ୍ୟ ବିଷୟରେ କହିବି।
ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଚାର ଅଭିଯାନ ସମୟରେ ଲୋକମାନେ ମୋତେ ପଚାରିଥିଲେ ଯେ ମୁଁ କାହିଁକି ଜାତୀୟ ବିରୋଧୀ ତଥା ଗୁଜରାଟ ବିରୋଧୀ ଦଳର ପ୍ରାର୍ଥୀ ହେଲି। ଏହା ପରେ ମୁଁ ମୋର ବିବେକ ଅନୁସରଣ କଲି ଏବଂ ମୁଁ କୌଣସି ଚାପ ବିନା ମୋର ନାମାଙ୍କନ ପ୍ରତ୍ୟାହାର କଲି। ଗୁଜରାଟ ବିରୋଧୀ ଏବଂ ଜାତୀୟ ବିରୋଧୀ ଦଳକୁ ମୁଁ ସମର୍ଥନ କରିପାରିବି ନାହିଁ।
ଏଏପିର ବରିଷ୍ଠ ନେତା ମନୀଷ ସିସୋଡିଆ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଅଭିଯୋଗ କରିଥିଲେ ଯେ, ସୁରଟ (ପୂର୍ବ) କାଞ୍ଚନ ଜରିୱାଲାଙ୍କୁ ଭାଜପା ଅପହରଣ କରି ନେଇଛି। ୫୦୦ରୁ ଅଧିକ ପୋଲିସ ଜବରଦସ୍ତ କାଞ୍ଚନ ଜରିୱାଲାଙ୍କୁ ରିଟର୍ନିଂ ଅଫିସ କାର୍ଯ୍ୟାଳୟକୁ ନେଇଥିଲେ ଏବଂ ବନ୍ଧୁକ ମୁନରେ ତାଙ୍କ ନାମାଙ୍କନ ଫେରାଇ ଆଣିଥିଲେ। ଯାହା ଘଟୁଛି ତାହା ନିର୍ବାଚନ ଆୟୋଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଅଭିଯୋଗ ପରେ ନିର୍ବାଚନ ଆୟୋଗ ମନୀଷ ସିସୋଡିଆଙ୍କ ନେତୃତ୍ୱରେ ଏଏପିର ୪ ଜଣିଆ ପ୍ରତିନିଧୀଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଏମ୍‌ପି ପଚାରିଲେ ଏମିତି କଥା: ହସି ହସି ପ୍ରଧାନମନ୍ତ୍ରୀ ଖୋଲିଦେଲେ…

ନୂଆଦିଲ୍ଲୀ,୧୯।୧୨: ସଂସଦର ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିବା ପରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନରେ ଥିବା ତାଙ୍କ...

ଭାରତର ନିଦ ହଜାଇଲା ଚାଇନା: ଶେଷରେ ବନ୍ଧୁତା ପଡ଼ିଲା ଭାରୀ

ଓ୍ବାଶିଂଟନ୍‌,୧୯।୧୨: ଆମେରିକା ଦ୍ୱାରା ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରାଯିବା ପରେ ସରକାର ରପ୍ତାନିକାରୀଙ୍କ ପାଇଁ ବିକଳ୍ପ ବଜାର ଖୋଜିବାର ରଣନୀତି ଗ୍ରହଣ କରିଥିଲେ।...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ଓମାନରେ ମୋଦିଙ୍କୁ ଭବ୍ୟ ସ୍ବାଗତରେ ଥରି ଉଠିଲା ମୁସଲମାନ ଦେଶ, ପାକିସ୍ତାନୀ ବିଶେଷଜ୍ଞ କହିଲେ…

ମସ୍କାଟ୍‌/ନୂଆଦିଲ୍ଲୀ,୧୯ା୧୨: ଜୋର୍ଡାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମାନରେ ମିଳିଥିବା ଭବ୍ୟ ସ୍ବାଗତରେ ପାକିସ୍ତାନ ରାଗରେ ଖପ୍ପା ହୋଇଉଠିଛି। ମୁସଲମାନ ଦେଶଗୁଡ଼ିକରେ ତାଙ୍କୁ ମିଳିଥିବା ସ୍ବାଗତ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri