ଘରୁ ଆରମ୍ଭ ହେଉ ପରିବେଶ ସୁରକ୍ଷା

ଇଞ୍ଜିନିୟରିଂ ପାଠ ପଢ଼ି କ୍ୟାରିୟର ଆରମ୍ଭ କଲେ। କିନ୍ତୁ ପରିବେଶ ପ୍ରତି ରହିଥିଲା ବିଶେଷ ଦୁର୍ବଳତା। ତେଣୁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ସେ ପରିବେଶ କ୍ଷେତ୍ରରେ ଉଚ୍ଚଶିକ୍ଷା କଲେ। ଏବେ ଯୁବ ପରିବେଶବିତ୍‌ ଭାବେ ସେ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱରେ ପରିଚିତ। ସେ ହେଉଛନ୍ତି ବାଲିଅନ୍ତାର ଝିଅ ନୀଳିମା ମିଶ୍ର। ଜାମଶେଦପୁରରେ ଜନ୍ମଗ୍ରହଣ କରିଥିବା ନୀଳିମାଙ୍କ ଛୋଟ ବେଳରୁ ପରିବେଶ ପ୍ରତି ରହିଥିଲା ଦୁର୍ବଳତା। ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଇଞ୍ଜିନିୟରିଂ ଶେଷ କରିବା ପରେ ସେ ଦୀର୍ଘ ୪ବର୍ଷ ଏ ଦିଗରେ କାର୍ଯ୍ୟ କରିଥିଲେ। କିନ୍ତୁ ଉଚ୍ଚଶିକ୍ଷା କରିବାର ଇଚ୍ଛା ଏବଂ ପ୍ରାକୃତିକ ସମ୍ପଦ ଉପରେ ଦୁର୍ବଳତା ରହିଥିବାରୁ ଇଞ୍ଜିନିୟରିଂ ଛାଡ଼ିଦେଲେ। ଭୋପାଳସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫରେଷ୍ଟ ମ୍ୟାନେଜ୍‌ମେଣ୍ଟରୁ ଫରେଷ୍ଟ ମ୍ୟାନେଜମେଣ୍ଟରେ ଏମ୍‌ବିଏ କଲେ। ଚଳିତବର୍ଷ ସେ ବ୍ରିଟେନ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଏନ୍‌ଭାଇରନ୍‌ମେଣ୍ଟାଲ ପଲିସିରେ ଏମ୍‌ଫିଲ ଶେଷ କରିଛନ୍ତି। ୨୦୧୯ରେ ହୋଇଥିବା କ୍ଲାଇମେଟ୍‌ ଫୋର୍ସ ଆର୍କଟିକ୍‌ ଏକ୍ସପେଡିଶନରେ ଅଂଶଗ୍ରହଣ କରି ଓଡ଼ିଶା ତଥା ଦେଶକୁ ଗୌରବାନ୍ବିତ କରିଥିଲେ। ସାରା ବିଶ୍ୱରେ ଏହି ଆର୍କଟିକ୍‌ରେ ୮୦ଜଣ ଅଂଶଗ୍ରହଣ କରିଥିବାବେଳେ ସେ ଏକମାତ୍ର ଅଂଶଗ୍ରହଣକାରୀ ଭାବେ ଓଡ଼ିଶାରୁ ମନୋନୀତ ହୋଇଥିଲେ। ଏଥିପାଇଁ ତାଙ୍କୁ ବିିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଥିଲା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଶଂସା କରିଥିଲେ।
ନୀଳିମା ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଗୁରୁତ୍ୱ ଦେଇଥାନ୍ତି। ନିଜ ବ୍ୟକ୍ତିଗତ ସାମର୍ଥ୍ୟରେ ସେ ସବୁବେଳେ ପରିବେଶ ସଚେତନତା ପ୍ରସାର ପାଇଁ କାର୍ଯ୍ୟ କରନ୍ତି। ଏପରିକି ସେ ବିଭିନ୍ନ କର୍ପୋରେଟ୍‌ ହାଉସ୍‌ରେ ମଧ୍ୟ ପରିବେଶ ସଚେତନତା ଦିଗରେ ଅଭିଭାଷଣ ଦେଇଛନ୍ତି। ସେ ନିଜ ଘରେ ଆବର୍ଜନାକୁ ପୃଥକ୍‌ କରି ରଖନ୍ତି, ବର୍ଜ୍ୟବସ୍ତୁକୁ ପୁନଃ ବ୍ୟବହାର କରନ୍ତି ଏବଂ ଘରେ କମ୍ପୋଷ୍ଟ ମଧ୍ୟ ପ୍ରସ୍ତୁତ କରନ୍ତି। ବର୍ଜ୍ୟବସ୍ତୁ ପୃଥକୀକରଣ, କମ୍ପୋଷ୍ଟ ତିଆରି କରିବା, ଲୋକମାନେ କିପରି ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ କମ୍‌ ବ୍ୟବହାର କରିବେ ସେ ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି। ‘ସିବା ଗ୍ରୀନ ସଲ୍ୟୁଶନ’ ନାମରେ ଏକ ସଂସ୍ଥା ମାଧ୍ୟମରେ ସେ ବିଭିନ୍ନ କର୍ପୋରେଟ୍‌ ହାଉସ୍‌ ସମେତ ସ୍କୁଲ, କଲେଜ ଏବଂ ସ୍ଥାନୀୟ ଲୋକଙ୍କୁ ସଚେତନ କରାଉଛନ୍ତି।
ନୀଳିମାଙ୍କ କହିବା ହେଲା ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ଆହ୍ବାନ। ସବୁ କ୍ଷେତ୍ରରେ ଆମେ ପରିବର୍ତ୍ତନ କରିପାରିବା ନାହିଁ। ତେବେ ଗୋଟେ ଜିନିଷରୁ ଆମେ ଘରୁ ଆରମ୍ଭ କରିପାରିବା। ତାହା ହେଉଛି ବର୍ଜ୍ୟବସ୍ତୁ। ଆମ ଘରେ ଯଦି ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁକୁ ଅଲଗା ଅଲଗା ରଖିବା ଏବଂ ଓଦା ବର୍ଜ୍ୟବସ୍ତୁକୁ ଖତ କରିପାରିବା, ତେବେ ଗ୍ରୀନ ହାଉସ୍‌ ଏମିଶନକୁ ହ୍ରାସ କରିପାରିବା। ଆମର ବର୍ଜ୍ୟବସ୍ତୁ ଯେପରି ମାଟିକୁ ନ ଯାଇ ତାକୁ କିପରି ପୁନଃବ୍ୟବହାର କରାଯାଇପାରିବ, ସେ ଦିଗରେ ଚିନ୍ତା କରିବା ଦରକାର। ଲୋକମାନେ ନିଜ ବର୍ଜ୍ୟବସ୍ତୁକୁ ପରିଚାଳନା କରିବା ପାଇଁ ଚାହୁଁ ନାହାନ୍ତି। କିନ୍ତୁ ସେହି ବର୍ଜ୍ୟବସ୍ତୁକୁ ଯଦି ସେମାନେ ପୁନଃବ୍ୟବହାର କରିପାରିବେ, ତାହା ସେମାନଙ୍କ ପାଇଁ ଏକ ସମ୍ବଳ ହୋଇପାରିବ। ଆମର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ଲୋକେ ଏହାକୁ ଆଗ୍ରହ ପ୍ରକାଶ କରି ଖତ କିପରି ତିଆରି ହେବ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଆମେ ତାଙ୍କୁ ଶିଖାଉଛୁ। ଖୁବ୍‌ଶୀଘ୍ର ଆପାର୍ଟମେଣ୍ଟଗୁଡ଼ିକରୁ ଆମେ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରିବାର ଯୋଜନା ରଖିଛୁ ବୋଲି ନୀଳିମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri