ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ ସ୍ବାମୀ ଖପରାଖାଇ ଗ୍ରାମରେ ଏକ ରାସ୍ତା କାର୍ଯ୍ୟର ସମୀକ୍ଷା କରୁଥିଲେ । ସମୀକ୍ଷା ସମୟରେ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ହୋଇଥିଲା । ୨ ମହିଳା ଭିଆରପି ବିଜୟଲକ୍ଷ୍ମୀ ରାଉତ ଓ ପ୍ରମିଳା ବରାଳଙ୍କୁ ବ୍ୟକ୍ତି ଜଣକ ଠେଲି ଦେବାରୁ ସେମାନେ ତଳେ ପଡିଯାଇ ଆହତ ହୋଇଥିଲେ । ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏ ନେଇ ଖବର ମିଳିବା ପରେ ସୋସୋ ପୋଲିସକୁ ଜଣାଯାଇଥିବା ବିଡ଼ିଓ ରଞ୍ଜନ କୁମାର ପରିଡା କହିଛନ୍ତି । ସୋସୋ ଥାନାଧିକାରିଣୀ କାନନ ସାହୁ କହିଛନ୍ତି ଯେ କୌଣସି ଲିଖିତ ଅଭିଯୋଗ ହୋଇନି l ବିଡ଼ିଓଙ୍କ ଫୋନ କଲ ପାଇ ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲୁ ।କୌଣସି ଠେଲାପେଲା ହୋଇନଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡିଛି ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସଭାପତିଙ୍କ କେସିଙ୍ଗା ଗସ୍ତ, କର୍ମୀଙ୍କ ଏକାଠି କରି…

କେସିଙ୍ଗା,୧୦ା୭(ତୁମେଶ୍ୱର ସାହୁ): ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର କେସିଙ୍ଗା ଗସ୍ତ କରି କର୍ମୀମାନଙ୍କୁ ନେଇ ଏକ ସାଙ୍ଗଠାନିକ କାର୍ଯ୍ୟକ୍ରମକୁ ସୁଦୃଢ କରିବା ପାଇଁ ଜଣେ…

IND vs ENG 5th T20I Playing-11: ବୈଭବ ସୂର୍ଯ୍ୟବଂଶୀ ଆଉଟ, ସଞ୍ଜୁ ସାମସନ ଇନ୍‌… ଇଜ୍ଜତ ବଞ୍ଚାଇବାକୁ ଗମ୍ଭୀର ଖେଳିବେ ଶେଷ ଗଣିତ

ନୂଆଦିଲ୍ଲୀ,୧୦।୭: ଗୁରୁବାର ରାତିରେ ବ୍ରିଷ୍ଟଲରେ ଭାରତୀୟ କ୍ରିକେଟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପୁଣି ଥରେ ଦେଖାଯାଇଥିଲା, ଯାହା ଫଳରେ ମ୍ୟାଚ ଏବଂ ସିରିଜ ଉଭୟ ହାରିଯାଇଥିଲା ଟିମ୍‌।…

ପୁଣି ଜେଲ୍‌ ଯିବେ ରାଜପାଲ ଯାଦବ, କୋର୍ଟ କହିଲେ ତାଙ୍କୁ ଅନେକ ସୁଯୋଗ ଦେବା ପରେ ବି…

ମୁମ୍ବାଇ,୧୦ା୭: ବଲିଉଡ୍‌ ଅଭିନେତା ରାଜପାଲ ଯାଦବ ତାଙ୍କ ଚେକ୍‌ ବାଉନ୍ସ ମାମଲା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୭ଟି…

ରୋଷେଇ ଘରୁ ବାହାରିଲା ୮ ଫୁଟ୍‌ ଅହିରାଜ, ଉଦ୍ଧାର ବେଳେ ପାଟିରୁ ବାହାରିଲା ଢମଣା ସାପ, ଦେଖିବାକୁ ଲୋକଙ୍କ ଭିଡ଼

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ଜୟନଗର ଗ୍ରାମର ସିମାଞ୍ଚଳ ସ୍ବାଇଁଙ୍କ ଘରୁ ଏକ ୮ ଫୁଟ୍‌ ଲମ୍ବର କିଙ୍ଗକୋବ୍ରା…

ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କହିଲେ ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୧୦ା୭: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆ ଆବେଦନକାରୀଙ୍କ ସମୀକ୍ଷା ପରେ ପ୍ରଭାତୀ କହିଛନ୍ତି, ସୁଭଦ୍ରା ପାଇଁ…

ଗାଁ ପୋଖରୀରେ ଗାଧୋଉଥିବାବେଳେ ଗଭୀର ପାଣିରେ ବୁଡ଼ିଗଲେ ପିଣ୍ଟୁ, ହସ୍ପିଟାଲରେ ଡାକ୍ତର କଲେ ମୃତ ଘୋଷଣା

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମ ପୋଖରୀରୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ…

‘ମୋତେ ଚୁପ୍ କରିବାକୁ ହେଲେ ମାରିବାକୁ ପଡିବ’, ଭାଜପାକୁ ଚ୍ୟାଲେଞ୍ଜ ଦେଲେ ଦିଦି

କୋଲକାତା,୧୦।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ…

‘କେନ୍ଦୁଝର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ରାଜ୍ୟ ସରକାର ଅଣଦେଖା କଲେ ଆନ୍ଦୋଳନ ହେବ’

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ୱ ରକ୍ଷା ନ ହେଲେ ଆନ୍ଦୋଳନ ହେବ। ଆମ ଆଦ୍‌ମୀ ପାର୍ଟି, କେନ୍ଦୁଝରର ସ୍ପଷ୍ଟ ମତ ହେଉଛି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri