ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏକ ସ୍ବତନ୍ତ୍ର ପୋଲିସ ଦଳ ଚାରମାଳ ଥାନା ଅନ୍ତର୍ଗତ ଖୋଖୋ ଛକ ନିକଟରେ ଚାଉ କରି ଦୁଇଟି ଭାରିଯାନ(ଟ୍ରକ ଓ ଟିପର)ରେ ବେଆଇନ ଭାବେ ଚାଲାଣ ହେଉଥିବା ପ୍ରାୟ ୨୬୦ କେଜି ଗଞ୍ଜେଇ ସହିତ ଏକ ବନ୍ଧୁକ ଓ ୫ଟି ଜୀବନ୍ତ ଗୁଳି ଜବତ କରିଛି। ଏହା ସହିତ ଗଞ୍ଜେଇ ପରିବହନରେ ବ୍ୟବହୃତ ଟ୍ରକ(ଏନଏଲ-୦୧-ଏଇ-୩୦୦୮) ଏବଂ ଟିପର୍‌(ଓଡି-୧୫-ଏଇ-୧୭୧୦)କୁ ପୋଲିସ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଟ୍ରକ ଚାଳକ ବୌଦ୍ଧର ଜଗନ ମହାକୁ ପୋଲିସ ଗିରଫ କରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚାରମାଲ ଦେଇ ବୌଦ୍ଧରୁ ବିପୁଳ ମାତ୍ରାରେ ଗଞ୍ଜେଇ ଚୋରା ଚାଳାଣ ହେଉଥିନା ସମ୍ପର୍କରେ ଚାରମାଲ ଥାନାକୁ ଖବର ମିଳିଥିଲା । ଉକ୍ତ ସୂଚନା ପାଇ ଚାରମାଳ ଥାନା ଅଧିକାରୀ ଇନ୍ସପେକ୍ଟର ବେଦପ୍ରକାଶ ନନ୍ଦଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ପୋଲିସ ଦଳ ଖୋଖୋ ଛକ ନିକଟରେ ଛକି ରହିଥିଲେ । ସୋମବାର ସକାଳେ ଏହି ରାସ୍ତା ଦେଇ ଯାଉଥିବା ଉକ୍ତ ଭାରୀଯାନ ଦ୍ୱୟକୁ ସନ୍ଦେହରେ ଅଟକାଇ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଉଭୟ ଭାରୀଯାନରେ ଥିବା ସ୍ବତନ୍ତ୍ର ଭାବେ ନିର୍ମିତ ସିକ୍ରେଟ ଚ୍ୟାମ୍ବରରେ ଗଞ୍ଜେଇଥିବା ଦେଖିବାକୁ ପାଇଥିଲେ। ଏହାବାଦ ମାଜିଷ୍ଟ୍ରେଟ ଓ ସାକ୍ଷୀଙ୍କ ଉପସ୍ଥିତିରେ ଉଭୟ ଭାରୀଯାନରୁ ଗଞ୍ଜେଇ ଜବତ କରାଯାଇାଥିଲା । ଅଧିକ ଯାଞ୍ଚ କରାଯିବାରୁ ଟ୍ରକ୍‌ରେ ଲୁକାୟିତ ଭାବେ ଥିବା ଏକ ଦେଶୀ ବନ୍ଧିକ ଓ ୫ ରାଉଣ୍ଡ ଜୀବନ୍ତ ଗୁଳିକୁ ମଧ୍ୟ ପୋଲିସ ଜବତ କରିଥିଲା । ପ୍ରଥମେ ପୋଲିସକୁ ଦେଖି ଅଭିଯୁକ୍ତମାନେ ଫେରାର ହେବାକୁ ଉଦ୍ୟମ କରି ଜଣେ ସଫଳ ହୋଇଥିବା ବେଳେ ପୋଲିସ କେବଳ ଅଭିଯୁକ୍ତ ଜଗନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଏହାକୁ ନେଇ ଚାରମାଲ ଥାନାଉରେ କେସ ନମ୍ବର ୯୩/୨୦୨୬ ଅବକାରୀ ଓ ଅସ୍ତ୍ରଶସ୍ତ୍ର ନିଷେଧ ଆଇନ୍‌ରେ ମାମଲା ରୁଜୁ କରି ସୋମବାର ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ତେବେ ଏହି ଆନ୍ତଃରାଜ୍ୟ ଚୋରା ଚାଲାଣ ରାକଟର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଏବଂ ଏଥିରେ ସାମିଲ ଥିବା ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଚିନି ଦର ବଢ଼ିବା ଭିତରେ ସରକାର ନେଲେ ବଡ଼ ନିଷ୍ପତ୍ତି, ୨ ମାସ ଭିତରେ…

ନୂଆଦିଲ୍ଲୀ,୨୫ା୮: ଦେଶରେ ଚିନିର ବଢ଼ୁଥିବା ଦର ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ଆମଦାନୀ ସମ୍ପର୍କିତ ନିୟମକୁ ଆହୁରି କଡ଼ା କରିଛନ୍ତି । ଏବେ ଟାରିଫ୍ ରେଟ୍…

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗାଁରେ ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri