Posted inଜାତୀୟ

ଲିଭ ଇନ ପାର୍ଟନରଙ୍କ ୩୫ ଟୁକୁଡ଼ା କରି ପ୍ରତିଦିନ ରାତିରେ ଫିଙ୍ଗୁ ଥିଲେ ୨ ଖଣ୍ଡ…

ନୂଆଦିଲ୍ଲୀ,୧୪।୧୧ :ଜଣେ ବ୍ୟକ୍ତି ବିବାହର ପ୍ରତିଶ୍ରୁତି ଦେଇ ଏକ କଲ ସେଣ୍ଟରରେ କାମ କରୁଥିବା ଜଣେ ମହିଳା ସହକର୍ମୀଙ୍କୁ ମୁମ୍ବାଇରୁ ଦିଲ୍ଲୀକୁ ଆଣି ଲିଭ ଇନ୍‌ରେ ରହୁଥିଲେ। ଯେତେବେଳେ ମହିଳା ବିବାହ ପାଇଁ ଚାପ ପକାଇଲେ, ଯୁବକ ଜଣକ ତାଙ୍କୁ ହତ୍ୟା କରି ମୃତଦେହକୁ ୩୫ ଖଣ୍ଡରେ କାଟି ଦେଇଥିଲେ। ତା’ପରେ ସେସବୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରତିଦିନ ରାତିରେ ୨ ଖଣ୍ଡ ଲେଖାଏଁ କରି ଫୋପାଡି ଦେଇଥିଲେ। ଘଟଣାର ପ୍ରାୟ ୫ ମାସ ପରେ, ପ୍ରକୃତ ତଥ୍ୟ ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ଆଫତାବ ଆମିନ ପୁନାୱାଲାଙ୍କୁ ଗିରଫ କରିଛି।

ପୋଲିସ କହିଛି ଯେ ୫୯ ବର୍ଷିୟ ବିକାଶ ମଦନ ୱାକର ନଭେମ୍ବର ୮ ରେ ଦିଲ୍ଲୀର ମେହେରୁଲି ପୋଲିସ ଷ୍ଟେଶନରେ ତାଙ୍କ ଝିଅଙ୍କୁ ଅପହରଣ କରାଯାଇଥିବା ନେଇ ଏଫଆଇଆର ଦାଖଲ କରିଥିଲେ। ସେ ଜଣାଇଥିଲେ ଯେ ସେ ତାଙ୍କ ପରିବାର ମହାରାଷ୍ଟ୍ରର ପାଲଗରରେ ରୁହନ୍ତି। ତାଙ୍କ ଝିଅ ଶ୍ରଦ୍ଧା ୱାକରଙ୍କ ବୟସ ୨୬ ବର୍ଷ। ସେ ମୁମ୍ବାଇର ମାଲାଡ ଅଞ୍ଚଳରେ ଅବସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନୀର କଲ ସେଣ୍ଟରରେ କାମ କରୁଥିଲେ। ଏଠାରେ ଶ୍ରଦ୍ଧା ଆଫତାବ ଆମିନଙ୍କୁ ଭେଟିଥିଲେ। ଖୁବ ଶୀଘ୍ର ଦୁହେଁ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କଲେ ଏବଂ ସେମାନେ ଲାଇଭ ଇନ ସମ୍ପର୍କରେ ରହିବାକୁ ଲାଗିଲେ। ପରିବାର ଯେତେବେଳେ ଏହି ସମ୍ପର୍କ ବିଷୟରେ ଜାଣିଲେ, ସେମାନେ ଏହାକୁ ବିରୋଧ କରିବାକୁ ଲାଗିଲେ।

ଶ୍ରଦ୍ଧାଙ୍କ ପିତା ବିକାଶ ମଦନ ୱାକର କହିଛନ୍ତି ଯେ ବିରୋଧ କରିବା ପରେ ତାଙ୍କ ଝିଅ ଏବଂ ଆଫତାବ ହଠାତ ମୁମ୍ବାଇ ଛାଡିଥିଲେ। ପରେ ଜାଣିବାକୁ ପାଇଲା ଯେ ସେମାନେ ଦିଲ୍ଲୀର ମେହେରୁଲିର ଛତ୍ରପୁର ଅଞ୍ଚଳରେ ରହୁଛନ୍ତି। ଶ୍ରଦ୍ଧାଙ୍କ ସହିତ ଯୋଗାଯୋଗ ରହୁଥିବାବେଳେ ହଠାତ୍‌ ତାଙ୍‌କର ଫୋନ୍‌ ବନ୍ଦ ହୋଇଯାଇଥିଲା। ତା’ପରେ ନଭେମ୍ବର ୮ ରେ, ଅଘଟଣ ଘଟଣାର ଆଶଙ୍କା କରି ସେ ସିଧା ଛତ୍ରପୁରର ଫ୍ଲାଟକୁ ଯାଇଥିଲେ ଯେଉଁଠାରେ ଶ୍ରଦ୍ଧା ଏବଂ ଆଫତାବ ଭଡା ଘରେ ରହୁଥିଲେ। ସେଠାରେ ତାଲା ବନ୍ଦ ହେବା ପରେ ବିକାଶ ମେହେରୋଲି ପୋଲିସ ଷ୍ଟେଶନରେ ପହଞ୍ଚି ଅପହରଣ ସମ୍ପର୍କରେ ପୋଲିସକୁ ସୂଚନା ଦେଇ ଏଫଆଇଆର ଦାଖଲ କରିଥିଲା।

ପରେ ପୋଲିସ ଶନିବାର ଆଫତାବଙ୍କୁ ଖୋଜି ପାଇଥିଲେ। ଆଫତାବ କହିଛନ୍ତି ଯେ ଶ୍ରଦ୍ଧା ତାଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ତେଣୁ ମେ ୧୮ ରେ ଯେତେବେଳେ ଝଗଡା ହୋଇଥିଲା ସେତେବେଳେ ସେ ଶ୍ରଦ୍ଧାଙ୍କୁ ଗଳା କାଟି ହତ୍ୟା କରିଥିଲେ। ତା’ପରେ ମୃତ ଶରୀରକୁ ଚାପଡରେ ୩୫ ଖଣ୍ଡରେ ବିଭକ୍ତ କରି ପ୍ରତିଦିନ ରାତି ୨ଟାରେ ଉଠି ଲଗାତାର ୧୮ ଦିନ ପର୍ଯ୍ୟନ୍ତ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଫୋପାଡି ଦେଇଥିଲେ। ଏହା ପରେ ପୋଲିସ ଆଫତାବଙ୍କ ବୟାନ ଆଧାରରେ ହତ୍ୟା ମାମଲା ରୁଜୁ କରିଛି। ବର୍ତ୍ତମାନ ଅଭିଯୁକ୍ତଙ୍କ ବୟାନ ଆଧାରରେ ପୋଲିସ ଟିମ ମୃତଦେହର ଖଣ୍ଡ ଖୋଜିବାକୁ ଚେଷ୍ଟା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri