ଢେଙ୍କାନାଳ ଅଫିସ,୨୪।୭-ଢେଙ୍କାନାଳ ଜିଲାରେ ସାପ କାମୁଡ଼ା ମୃତ୍ୟୁସଂଖ୍ୟା ଚିନ୍ତାଜନକ ହୋଇଛି। ଗତ ସାଢ଼େ ୩ବର୍ଷ ମଧ୍ୟରେ ଜିଲାରେ ସାପ କାମୁଡ଼ାରେ ୧୦୪ଜଣଙ୍କ ଜୀବନ ଗଲାଣି। ଗ୍ରାମାଞ୍ଚଳ ଏବଂ ଅପହଞ୍ଚ ଇଲାକାରେ ଏହି ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ରହିଛି। ସଚେତନତା ଅଭାବ ଏହାର ପ୍ରମୁଖ କାରଣ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ।
ବନ୍ୟପ୍ରାଣୀ ସଂରକ୍ଷଣ ଲାଗି କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଜିଲାର ଥଣ୍ଡା ଜଳବାୟୁ ସାପବଂଶ ଲାଗି ସୁରକ୍ଷିତ ସାବ୍ୟସ୍ତ ହୋଇଆସିଛି। ସଂରକ୍ଷିତ ଜଙ୍ଗଲ ସାପଙ୍କ ପ୍ରାକୃତିକ ଆବାସସ୍ଥଳୀ ପାଲଟିଛି। ଜିଲାରେ ଏବେ ୯୩ ପ୍ରକାର ସାପ ଅଛନ୍ତି। ସେମାନଙ୍କ ମଧ୍ୟରୁ ୮ ପ୍ରଜାତି ହେଉଛି ବିଷଧର।
ଜିଲା ଜରୁରୀ ଓ ଆପତ୍କାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୬ରେ ଜିଲାରେ ସାପ କାମୁଡ଼ାରେ ୨୮ଜଣଙ୍କ ମୃତ୍ୟୁ ଘଟିଥିଲା। ଏହିକ୍ରମରେ ୨୦୧୭ରେ ୨୬, ୨୦୧୮ରେ ୩୧ ଏବଂ ୨୦୧୯ ଜୁଲାଇ ସୁଦ୍ଧା ୯ଜଣ ପ୍ରାଣ ହରାଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ଏବଂ ତଦନ୍ତ ରିପୋର୍ଟ ଆଧାରରେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରାଯାଉଛି। ନିକଟରେ ହୋଇଥିବା ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ଜିଲାରେ ବୃଦ୍ଧି ପାଉଥିବା ସାପକାମୁଡ଼ା ମୃତ୍ୟୁସଂଖ୍ୟାକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ପ୍ରତିଷେଧକ ମହଜୁଦ୍ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଜନସାଧାରଣ ସଚେତନ ହେଲେ ମୃତ୍ୟୁହାରକୁ ଅନେକାଂଶରେ କମାଇ ଦିଆଯାଇପାରିବ ବୋଲି ଜିଲା ଜରୁରୀ ଓ ଆପତ୍କାଳୀନ ଅଧିକାରୀ ପରାମର୍ଶ ଦେଇଛନ୍ତି।
ଏ ନେଇ ସିଡିଏମ୍ଓ ଡା. ନିରଞ୍ଜନ ମିଶ୍ର କୁହନ୍ତି, ସଚେତନତା ଅଭାବ, ଚିକିତ୍ସାରେ ବିଳମ୍ବ ଯୋଗୁ ସାପକାମୁଡ଼ା ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି। ସାପ କାମୁଡ଼ିଲେ ତୁରନ୍ତ ରୋଗୀର ମୃତ୍ୟୁ ହୁଏନାହିଁ। ପରିବାର ସଦସ୍ୟ ଏବଂ ରୋଗୀ ଧୈର୍ଯ୍ୟହରା ନ ହୋଇ ତୁରନ୍ତ ଡାକ୍ତରଖାନାରେ ପହଞ୍ଚତ୍ବା ଆବଶ୍ୟକ। ଠିକ୍ ସମୟରେ ଚିକିତ୍ସା କରାଗଲେ ରୋଗୀକୁ ବଞ୍ଚାଇ ଦିଆଯାଇପାରିବ। ହେଲେ ଏଥିପ୍ରତି ଲୋକେ ସଚେତନ ହେଉନାହାନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଗାରେଡ଼ି, ଝଡ଼ାଫୁଙ୍କା ଚିକିତ୍ସା କରାଉଛନ୍ତି। ସେଠାରୁ ସୁଫଳ ନ ମିଳିଲେ ଡାକ୍ତରଖାନା ଆଣୁଛନ୍ତି। ସେତେବେଳକୁ ବିଳମ୍ବ ହୋଇଯାଉଛି। ରୋଗୀର ମୃତ୍ୟୁ ଘଟୁଛି। ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ସମେତ ସମସ୍ତ ଚିକିତ୍ସାଳୟରେ ସାପ କାମୁଡ଼ା ଇଞ୍ଜେକ୍ସନ ଓ ଔଷଧ ମହଜୁଦ ଅଛି। ଏବେ ସମସ୍ତ ଔଷଧ ଅନ୍ଲାଇନ୍ରେ ଯୋଗାଣ ହେଉଛି ବୋଲି ସିଡିଏମ୍ଓ କହିଛନ୍ତି।
ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ
ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...
ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ
ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...
ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା
ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...
ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍, ଭିତରେ ଥିଲେ ଚାଳକ…
ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...
ପେଟ୍ରୋଲ ପମ୍ପ ପାଇଁ ଶହଶହ ଟ୍ରିପ୍ ବାଲି ଚେରି: ଉପ ଜିଲାପାଳ କହିଲେ…
ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍ ମାଟି ଚୋରି ହୋଇଛି। ୫୩...
ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍ କରିବାକୁ ଯିବାବେଳେ…
ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...
ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ
ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...
କେନାଲ ଭିତରକୁ ପଶିଗଲା କାର୍
ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...
Archives


