୪୩ କୋଟିରେ ଚାଲିଛି ୭ ଇନ୍‌ଡୋର ଷ୍ଟାଡିୟମ କାର୍ଯ୍ୟ

ଭଞ୍ଜନଗର,୧୧ା୧୧(ଡି.ଏନ୍‌.ଏ.): ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ପକ୍ଷରୁ ଅନେକ ପ୍ରକଳ୍ପର ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଛି। ଅନେକ ବଡ଼ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ବାରମ୍ବାର ସମୀକ୍ଷା ହେଉଛି। ଭଞ୍ଜନଗର ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ ଅଧୀନରେ ୯ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉନ୍ନତୀକରଣ କାମ ଚାଲିଛି। ସେଥିମଧ୍ୟରୁ ବର୍ତ୍ତମାନ ୬ଟି ବିଦ୍ୟାଳୟରେ ଗୋଟିଏ ଲେଖାଏ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ ହେଉଛି। ସେଥିମଧ୍ୟରେ ଭଞ୍ଜନଗର ବ୍ଲକ ଜିଲୁଣ୍ଡି ଆଦର୍ଶ ବିଦ୍ୟାଳୟ, ଜଗନ୍ନାଥପ୍ରସାଦ ବ୍ଲକ ଜାମଗୋରଡ଼ା, ଆସିକା ବ୍ଲକ ନିମିନା, ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟବରପୁର, ବୁଗୁଡ଼ାର ଗୋଲିଆ, ପୋଲସରା ବ୍ଲକର ହାତୀଓଟସ୍ଥିତ ଆଦର୍ଶ ବିଦ୍ୟାଳୟ ରହିଛି। ଏ ବାବଦରେ ୧୭ କୋଟି ୭୭ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସେହିପରି ୯ ଆଦର୍ଶ ବିଦ୍ୟାଳୟର ବାଉଣ୍ଡାରୀ ଏବଂ ଭିତ୍ତିଭୂମି ପୁନରୁଦ୍ଧାର ଓ ନୂତନ କୋଠା ନିର୍ମାଣ ବାବଦକୁ ୧୨କୋଟି ୩୧ଲକ୍ଷ ୨ହଜାର ଟଙ୍କା ଖର୍ଚ୍ଚ ହେଉଛି। ସେହିପରି ପୂର୍ତ୍ତ ବିଭାଗ ଅଧୀନ ୭ଟି ଏନଏସିରେ ବିଜୁ ପଟ୍ଟନାୟକ ଇନ୍‌ଡ଼ୋର ଷ୍ଟାଡ଼ିୟମ(ବହୁମୁଖି ଇନ୍‌ଡ଼ୋର ଷ୍ଟାଡ଼ିୟମ) ନିର୍ମାଣ ହେଉଛି । ଏ ବାବଦରେ ୪୩ କୋଟି ୯୨ଲକ୍ଷ ୧୮ ହଜାର ଟଙ୍କା ଖର୍ଚ୍ଚ ହେଉଛି ା ଭଞ୍ଜନଗରି, ବେଲଗୁଣ୍ଠା, ବୁଗୁଡ଼ା, ପୋଲସରା, କବିସୂର୍ଯ୍ୟନଗର, ଆସିକା ଓ ସୋରଡ଼ା ଏନ୍‌ଏସରେ ଏହି ଷ୍ଟାଡିୟମ ନିର୍ମାଣ ଚାଲିଛି।
ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଗାଲେରି-ବଦାଙ୍ଗି ରାସ୍ତାର ଉନ୍ନତୀକରଣ ପାଇଁ ୧୭ କୋଟି ୭୯ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଲାଲସିଂ ବାହାଡ଼ାପଦର ରାସ୍ତା ପାଇଁ ୧୬ କୋଟି ୬୫ଲକ୍ଷ ୩୩ ହଜାର, ପହଣ୍ଡା ଛକରୁ ଗାଲେରି ରାସ୍ତା ପାଇଁ ୨୪ କୋଟି ୯୯ଲକ୍ଷ ୮୬ ହଜାର ଖର୍ଚ୍ଚ ହେଉଛି । ଏସବୁ କାମ ଦ୍ରୁତ ଗତିରେ ଚାଲିଛି । ଅନ୍ୟପକ୍ଷରେ ଭଞ୍ଜନଗର-କୋଟିବିରାଡ଼ି ରାସ୍ତା ପାଇଁ ୧୩କୋଟି ୯୯ଲକ୍ଷ ୬୦ ହଜାର, ଭଞ୍ଜନଗର-କରସିଙ୍ଗି ପାଇଁ ୫୩ କୋଟି ୩୦ଲକ୍ଷ ୨୨ହଜାର ଏବଂ ସୁନାମୁହିଁରୁ ଜଗନ୍ନାଥପ୍ରସାଦ ରାସ୍ତା ପାଇଁ ୧୯ କୋଟି ୯୯ଲକ୍ଷ ୩୫ ହଜାର ଟଙ୍କା ଖର୍ଚ୍ଚ ହେବ। ଉକ୍ତ କାମର ଟେଣ୍ଡର ସରିବା ସହ କାମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସେହିପରି କଣ୍ଟେଇପଲ୍ଲୀ-ସୋରଡ଼ା ରାସ୍ତା ପାଇଁ ୩୩କୋଟି ୩୦ଲକ୍ଷ ୫୫ ହଜାର, ଧରାକୋଟ ଜାନିବିଲି ରାସ୍ତା ପାଇଁ ୭ କୋଟି ୯୮ଲକ୍ଷ ୯୭ ହଜାର, ହାତୀଓଟ ଢ଼ୁଙ୍କାପଡ଼ା ଭାୟା ଚଢ଼େୟାପଲ୍ଲୀ ରାସ୍ତା ପାଇଁ ୨୩କୋଟି ୯୭ଲକ୍ଷ ୬୮ ହଜାର ଟଙ୍କା ଖର୍ଚ୍ଚ ହେବ। ବାଲିପଦରରୁ କରସିଙ୍ଗି ରାସ୍ତା ପାଇଁ ୪୨ କୋଟି ୩୨ଲକ୍ଷ, ବିରଞ୍ଚିପୁର ଠାରୁ ଜିରାବାଡ଼ି ରାସ୍ତା ପାଇଁ ୨୧କୋଟି ୫୭ଲକ୍ଷ ୩୮ ହଜାର, ଝଗଡ଼େଇରୁ ସୋରଡ଼ା ରାସ୍ତା ପାଇଁ ୨୫ କୋଟି ୭୬ଲକ୍ଷ ୭୮ ହଜାର ଟଙ୍କା ଏବଂ ଧନିଚାପଲ୍ଲୀରୁ ବେଲଗୁଣ୍ଠା ରାସ୍ତା ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏଭଳି ଅନେକ ଉନ୍ନୟନ ପ୍ରକଳ୍ପ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଛି। ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଆଶିଷ କୁମାର ନାୟକ କହିଛନ୍ତି, ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଅନୁଦାନ ଦେଉଛନ୍ତି । ପ୍ରକଳ୍ପ ଗୁଡ଼ିକ କିଭଳି ନିର୍ଦ୍ଧାରିତ ସମୟରେ ସରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri