ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ, ବାଇକ୍‌ ଆରୋହୀ ମୃତ

କେନ୍ଦୁଝର,୧୦ା୧୧(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ଜିଟି ପେଟ୍ରୋଲ ପମ୍ପ ନିକଟରେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ। ଫଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ମହାଦେଇଯୋଡା ପଞ୍ଚାୟତ ଟିକରପଡା ରଥମରାସାହିର କୃଷ୍ଣୁ ମୁଣ୍ତା(୫୮) ବୋଲି ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡି ଓ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ବିହାର ଅଞ୍ଚଳର ୧୪ ଚକିଆ ଟ୍ରକ ଚାଳକ ମହେନ୍ଦ୍ର ଯାଦବ(୭୫)ଙ୍କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ଗୁରୁବାର ବାଇକରେ କୃଷ୍ଣୁ ଡିଜେଲ ଆଣିବାକୁ ଯାଉଥିଲେ। ସେହି ସମୟରେ ଜିଟି ପେଟ୍ରୋଲ ପମ୍ପ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ କୁଷ୍ଣୁ ବାଇକ୍‌ ସହିତ ଟ୍ରକ ସାମ୍ନାରେ ଲାଖି ରହିଯାଇଥିଲେ। ଟ୍ରକ ଡ୍ରାଇଭର ଗାଡ଼ି ନ ଅଟକାଇ ଆଗକୁ ଚଳାଇଥିଲେ। ଟ୍ରକରେ ବାଇକ ସହିତ କୁଷ୍ଣୁଙ୍କୁ ପାଖାପାଖି ଦେଢ଼ କିଲୋମିଟର ରାସ୍ତା ଘୋଷାଡି ନେଇ ସଦର ଥାନା ନିକଟରେ ଗାଡ଼ି ଅଟକାଇଥିଲେ। ପୋଲିସ ମୃତଦେହ ଜବତ କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଏ ନେଇ ସଦର ଥାନାରେ (୪୪୦/୨୨)ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍‌ ଶନିବାର ଠାରୁ...

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ

ଜି.ଉଦୟଗିରି,୨୭।୧୨(ଚିନ୍ମୟ କୁମାର ସେଠୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri