ଡାକ୍ତର ଅଭାବ, ରୋଗୀ ସେବାରେ ବାଧା

ପଟ୍ଟାମୁଣ୍ଡାଇ, ୧ା୧୧ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଦୀର୍ଘଦିନ ହେଲା ବିଭିନ୍ନ ବିଭାଗରେ ଡାକ୍ତର, ବିଶେଷଜ୍ଞ ପଦବୀ ଖାଲିପଡିଛି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏହା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ବିଶେଷକରି ଅଞ୍ଚଳରେ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଅସ୍ଥିଶଲ୍ୟ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ନାହାନ୍ତି। ଏଥିଯୋଗୁ ଆହତମାନଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ସାମାଜିକ କର୍ମୀ ଦୁଷ୍ମନ୍ତ ସାହୁ କୁହନ୍ତି, ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତୀୟ ଚିକିତ୍ସାଳୟ ଉପରେ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ରାଜକନିକା, ମହାକାଳପଡ଼ା ଓ କେନ୍ଦ୍ରପଡ଼ା ବ୍ଲକ କେତେକ ଅଞ୍ଚଳର ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଚିକିତ୍ସା ପାଇଁ ନିର୍ଭର କରୁଛନ୍ତି। ଏହି ଚିକିତ୍ସାଳୟ ପାଇଁ ୧୯ ଜଣ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ପଦବୀ ସରକାରୀ ଭାବେ ମଞ୍ଜୁର କରାଯାଇଛି। ହେଲେ ବିଭିନ୍ନ ବିଭାଗରେ ଡାକ୍ତର ପଦବୀ ଖାଲି ପଡିଥିବାରୁ ରୋଗୀସେବା କ୍ଷେତ୍ରରେ ଅନ୍ତଃରାୟ ସୃଷ୍ଟି ହେଉଛି। ଭେଷଜ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, କର୍ଣ୍ଣ, ନାଶା ଓ ଗଳା ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ସର୍ଜ୍ଜରୀ ବିଶେଷଜ୍ଞ ଆଦି ବିଭିନ୍ନ ବିଶେଷଜ୍ଞ ଡାକ୍ତର ଓ ଆସିଷ୍ଟାଣ୍ଟ ସର୍ଜ୍ଜନ ପଦବୀ ଖାଲିପଡିଛି। ଚର୍ମ, ସ୍ନାୟୁ ଓ ଶିଶୁ ଆଦି ବିଭାଗରେ ମଧ୍ୟ ଡାକ୍ତର ନାହାନ୍ତି। ଏସବୁ ସ୍ଥାନରେ ଆୟୁଷ ଡାକ୍ତର କାମ ଚଳାଉଥିବା ଦେଖିବାକୁ ମିଳିଛି। ୨ଚକ୍ଷୁ ବିଭାଗ ଡାକ୍ତରଙ୍କ ସ୍ଥାନରେ ଜଣେ, ୨ ପାଥୋଲୋଜି ଡାକ୍ତର ବଦଳରେ ମାତ୍ର ଜଣେ କମ୍ପାଣ୍ଡର ସେବା ଯୋଗାଉଛନ୍ତି। କ୍ଷୀରୋଦ ମଲିକ କୁହନ୍ତି, ଅଞ୍ଚଳବାସୀଙ୍କ ଦୀର୍ଘଦିନ ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବୀକୃତି ପ୍ରଦାନ କରି ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ମାନ୍ୟତା ଦେଇଛନ୍ତି। ଚିକିତ୍ସାଳୟ ପାଇଁ ଆବଶ୍ୟକ କୋଠାବାଡି କରାଯାଇଛି। ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀ ଅଭାବ ଯୋଗୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବାରେ ବାଧକ ସାଜିଛି। ଏଥିଯୋଗୁ ସରକାରଙ୍କ ଆଭିମୁଖ୍ୟ ତଥା ଅଞ୍ଚଳବାସୀଙ୍କ ସ୍ବପ୍ନ ପୂରଣ ହେବାରେ ବିଫଳ ହେଉଛି। ମାତ୍ର ସୋମବାର ମେଡିକାଲ ଅଫିସର ସାଧାରଣ ଲୋକଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସ୍ଥିତିର ସମୀକ୍ଷା କରୁଥଲେ। ସର୍ବାଧିକ ଗୁରୁତ୍ୱାରୋପ କରୁଥିବା ରୋଗୀ କଲ୍ୟାଣ ସମିତି ବୈଠକରେ କହିଥିଲେ। ଏଥିସହ ଯକ୍ଷ୍ମା ରୋଗୀଙ୍କ ପୋଷଣ ନିମନ୍ତେ ସହଭାଗିତା କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। ମାତ୍ର ରୋଗୀଙ୍କୁ କାହିଁକି ରେଫର କରାଯାଉଛି ତା’ ଉପରେ ଗୁରୁତ୍ୱ ଦେଇ ନ ଥିଲେ। ପ୍ରାୟ ଶହେ ଶର୍ଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟରେ ଉନ୍ନତମାନର ଯନ୍ତ୍ରପାତିର ମଧ୍ୟ ଅଭାବ ରହିଛି। ସିଟି ସ୍କାନ ଓ ଏମ୍‌ଆର୍‌ଆଇ ବ୍ୟବସ୍ଥା ନ ଥିବାରୁ ବହୁ ରୋଗୀ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର ହେଉଛନ୍ତି। ରେଫର ବାବଦରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଥିସହ ବହୁ ଯନ୍ତ୍ରପାତି ପୁରୁଣା ହୋଇ ଅଚଳ ଅବସ୍ଥାକୁ ଆସିଗଲାଣି। ଚିକିତ୍ସାଳୟର ଇନ୍‌ଣ୍ଟେନ୍‌ସିଭ କେୟାର ୟୁନିଟ୍‌ (ଆଇସିୟୁ) ବ୍ୟବସ୍ଥା ନାହିଁ। ଫଳରେ ଦୁର୍ଘଟଣାଜନିତ କିମ୍ବା ଗୁରୁତର ହୃଦ୍‌ରୋଗୀଙ୍କୁ ବଞ୍ଚାଇ ରଖିବା ସମ୍ଭବ ହେଉନାହିଁ। ତୁରନ୍ତ ଚିକିତ୍ସାଳୟରେ ଆଇସିୟୁ ୟୁନିଟ୍‌ ଖୋଲିବାକୁ ଦାବି ହେଉଛି। ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ କହିଛନ୍ତି, ଏହି ଚିକିତ୍ସାଳୟ ଅଧୀନରେ ଅଳପୁଆ, ତୁଳସୀଡିଆ, ଅଣ୍ଢରା, ସାନଜରିଆ, ଅଢାଯୋରି (ଚନ୍ଦନନଗର), ବଡପଡା ଆଦି ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଅଧିକାଂଶ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସାଙ୍ଗକୁ ନର୍ସ, ସ୍ବାସ୍ଥ୍ୟ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି। ଡାକ୍ତର ପଦବୀ ଖାଲି ଥିବାବେଳେ ଫାର୍ମାସିଷ୍ଟଙ୍କ ହାତରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଛି। ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ମାନ୍ୟତା ପାଇଥିଲେ ମଧ୍ୟ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଚିକିତ୍ସାଳୟ ପରିସରରେ ବର୍ଷକରୁ ୮ ମାସ ପାଣି ଜମି ରହି ପୂତ୍ତି ଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଛି। ବର୍ଷାଦିନେ ଜଳ ନିଷ୍କାସନ ଠିକଣା ଭାବେ ହୋଇପାରୁନାହିଁ। ଚିକିତ୍ସାଳୟ ଜଳ ନିଷ୍କାସନ ପଥ ଡ୍ରେନ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ନିରାମୟ କେନ୍ଦ୍ରରେ ରୋଗୀମାନଙ୍କୁ ଓଷଧ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଥିଲେ ବହୁ ସମୟରେ ଗୁରୁତ୍ୱପୂର୍ଣ୍ଣ ଓଷଧ ଓ ଇଞ୍ଜେକଶନର କୃତ୍ରିମ ଅଭାବ ଦେଖିବାକୁ ମିଳୁଛି। ଜରୁରୀକାଳୀନ ସେବା ପାଇଁ ଅଧିକ ଆମ୍ବୁଲାନ୍ସ ଆବଶ୍ୟକ। ଚିକିତ୍ସାଳୟରେ ଏକ୍ସରେ ମେଶିନ ଥିଲେ ମଧ୍ୟ ରୋଗୀମାନେ ବାହାରେ ଖର୍ଚ୍ଚାତନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। କରୁଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ହେବା ସହ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ସମେତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଖାଲିଥିବା ସ୍ଥାନରେ ଡାକ୍ତର ନିଯୁକ୍ତି ପାଇଁ ସାଧରଣରେ ଦାବି ହେଉଛି। ଏ ସମ୍ପର୍କରେ ଚିକିତ୍ସାଳୟର ମେଡିକାଲ ଅଫିସର ନିରାକାର ପରିଡାଙ୍କୁ ପଚାରିବାରେ ୪ ବିଶେଷଜ୍ଞ ପଦବୀ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ସରକାରଙ୍କୁ ଚିଠି କରାଯାଇଛି। ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri