ଅଲୋଡ଼ା ହୋଇଛି ୨ ଭେଣ୍ଡିଂ ଜୋନ୍‌

ବ୍ରହ୍ମପୁର ଅଫିସ,୯।୧୧:ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ପକ୍ଷରୁ ବହୁ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଯାହାଦ୍ୱାରା ସହରବାସୀ ଅନେକ କ୍ଷେତ୍ରରେ ଉପକୃତ ହୋଇପାରୁଛନ୍ତି। କିନ୍ତୁ ବିଏମ୍‌ସି ଦ୍ୱାରା ନିର୍ମାଣ କରାଯାଇଥିବା ଅନେକ ପ୍ରକଳ୍ପ ବର୍ତ୍ତମାନ ଅଲୋଡ଼ା ହୋଇ ରହିଛି। ବର୍ତ୍ତମାନ କୋର୍ଟପେଟା ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍‌କୁ ଉଚ୍ଛେଦ କରାଯାଇ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ଉନ୍ନତୀକରଣ ପାଇଁ ନିଷ୍ପତ୍ତି ହୋଇଛି। ଏହି ସ୍ଥାନରୁ ବ୍ୟବସାୟୀଙ୍କୁ ସ୍ଥାନାନ୍ତର ପାଇଁ ଅସ୍ଥାୟୀ ଭାବେ କମାପଲି ଓଭରବ୍ରିଜ୍‌ ତଳେ ଜାଗା ଦିଆଯାଇଛି। କିନ୍ତୁ ସହରରେ ଏଭଳି କିଛି ଭେଣ୍ଡିଂ ଜୋନ୍‌ ଅଛି, ଯାହା ବର୍ତ୍ତମାନ ଅବହେଳିତ ଓ ଅଲୋଡ଼ା ଅବସ୍ଥାରେ ରହିଛି। ଫଳରେ ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ଭେଣ୍ଡିଂ ଜୋନ୍‌ଗୁଡିକ ବର୍ତ୍ତମାନ ଅଦରକାରୀ ହୋଇପଡିଛି। ବିଜୁ ପଟ୍ଟନାୟକ ପାର୍କ ନିକଟରେ ଥିବା ଭେଣ୍ଡିଂ ଜୋନ୍‌ ଏହାର ଉଦାହରଣ ପାଲଟିଛି। ଉକ୍ତ ଭେଣ୍ଡିଂ ଜୋନ୍‌ ୨୦୧୯ରେ ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ଗିରି ମାର୍କେଟଠାରୁ ହନୁମାନ ମନ୍ଦିର ରାସ୍ତା ପାର୍ଶ୍ୱରେ ବସୁଥିବା ବ୍ୟବସାୟୀଙ୍କ ଥଇଥାନ ନିମନ୍ତେ ଏହା ନିର୍ମାଣ ହୋଇଥିଲା। ବିଶେଷକରି ଉକ୍ତ ଭେଣ୍ଡିଂ ଜୋନ୍‌ରେ ଆମିଷ ବଜାର ପାଇଁ ଲକ୍ଷ୍ୟ ରଖାଯାଇଥିଲା, ଯାହାକୁ ୨୦୧୯ ସ୍ବାୟତ୍ତ ଶାସନ ଦିବସରେ ଉଦ୍‌ଘାଟନ କରାଯାଇଥିଲା। କିନ୍ତୁ ଆଜକୁ ୩ ବର୍ଷ ବିତିଥିଲେ ସୁଦ୍ଧା ଆଜିଯାଏ କୌଣସି ବ୍ୟବସାୟୀ ଏଠାକୁ ସ୍ଥାନାନ୍ତର ହୋଇନାହାନ୍ତି। ଫଳରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଭେଣ୍ଡିଂ ଜୋନ୍‌ ଅଦରକାରୀ ହୋଇପଡ଼ିଛି। ସେହିଭଳି ଅନ୍ୟ ଏକ ଭେଣ୍ଡିଂ ଜୋନ୍‌ ହେଉଛି ଗୋକର୍ଣ୍ଣେଶ୍ୱର ମନ୍ଦିର ପାର୍ଶ୍ୱ ରାସ୍ତାରେ ଥିବା ଖୋଲା ଭେଣ୍ଡିଂ ଜୋନ୍‌। ଏହି ଜୋନ୍‌ଟି ୨୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ୨୦୧୯ରେ ଉଦ୍‌ଘାଟିତ ହୋଇଥିଲା। ଉଦ୍‌ଘାଟନ ପରଠୁ ଏଠାରେ କୌଣସି ବ୍ୟବସାୟୀ ବ୍ୟବସାୟ କରୁ ନ ଥିବା ଦେଖିବାକୁ ମିଳିଛି।
ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ୍‌ ପକ୍ଷରୁ ରାସ୍ତା ପାର୍ଶ୍ୱରେ ବସୁଥିବା ବ୍ୟବସାୟୀଙ୍କୁ ତାଗିଦ ପରେ ବର୍ତ୍ତମାନ କେବଳ ଫୁଲ ବ୍ୟବସାୟୀମାନେ ହିଁ ବ୍ୟବସାୟ କରୁଛନ୍ତି। କିନ୍ତୁ କୌଣସି ପରିବା ବ୍ୟବସାୟୀ ଉକ୍ତ ସ୍ଥାନରେ ବେପାର କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ବିଏମ୍‌ସି ପକ୍ଷରୁ ଭେଣ୍ଡିଂ ଜୋନ୍‌ ସଫେଇ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବ୍ୟବସାୟ ପାଇଁ ସେଠାକୁ ଯାଉ ନ ଥିବା ବହୁ ବ୍ୟବସାୟୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ବର୍ତ୍ତମାନ ବିଏମ୍‌ସି ପକ୍ଷରୁ ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍‌ର ଉନ୍ନତୀକରଣ ଯୋଜନାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଏମ୍‌ସି ପକ୍ଷରୁ ଭେଣ୍ଡିଂ ଜୋନ୍‌ର ଉନ୍ନତୀକରଣ ପରେ ବ୍ୟବସାୟୀମାନେ ଯଦି ସ୍ଥାନାନ୍ତର ନ ହୁଅନ୍ତି ତେବେ ଅନ୍ୟ ଭେଣ୍ଡିଂ ଜୋନ୍‌ ଭଳି ଏହା ମଧ୍ୟ ଅଦରକାରୀ ଓ ଅଲୋଡ଼ା ହୋଇଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ନେଇ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଅଧିକାରୀ ତରୁଣକାନ୍ତଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ଆସନ୍ତା ୧୦ ତାରିଖରେ ଖାଲିପଡ଼ିଥିବା ଭେଣ୍ଡିଂ ଜୋନ୍‌ଗୁଡ଼ିକୁ ବ୍ୟବସାୟୀଙ୍କୁ ସ୍ଥାନାନ୍ତର ନେଇ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri