ଏଲନ୍‌ଙ୍କ ଟୁଇଟର

ସାମାଜିକ ଗଣମାଧ୍ୟମରେ ରାଜୁତି କରୁଥିବା ଅନ୍ୟତମ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରର ମାଲିକାନା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କଙ୍କ ହାତକୁ ଚାଲିଯିବା ପରେ ଦିନକୁଦିନ ନୂଆ ଖବର ପଦାକୁ ଆସୁଛି। ‘ବ୍ଲୁ ଟିକ୍‌’ ପାଇଁ ଅର୍ଥ ଚାର୍ଜ କରିବା ଯୋଜନାଠାରୁ ଆରମ୍ଭକରି ସଂସ୍ଥାରୁ କର୍ମଚାରୀଙ୍କୁ ବିଦା କରାଯିବା କଥା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ସାନ୍‌ଫ୍ରାନ୍ସିସ୍‌କୋରେ ଥିବା ମୁଖ୍ୟାଳୟରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ଏହାର ମାଲିକ ମସ୍କ ବିଦା କରିଦେଇଥିବା ବେଳେ ୭ ନଭେମ୍ବର ୨୦୨୨ରେ ଟୁଇଟର ଇଣ୍ଡିଆରୁ ୯୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ମସ୍କଙ୍କ ଏହି ନିଷ୍ପତ୍ତି ପ୍ରମାଣ କରିଦେଉଛି ଯେ, ଅତ୍ୟଧିକ ଧନୀ ବ୍ୟକ୍ତିବିଶେଷ ନିଯୁକ୍ତିର ସୁଯୋଗ ସୃଷ୍ଟି କରନ୍ତି ବୋଲି ଧାରଣା ଅତ୍ୟନ୍ତ ଭ୍ରମାତ୍ମକ। ଅପରପକ୍ଷରେ ସେହି ଧନୀମାନଙ୍କର ସବୁଠାରୁ ଅଧିକ କାର୍ବନ ଫୁଟ୍‌ପ୍ରିଣ୍ଟ ରହୁଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ତେବେ ଯେହେତୁ ଟୁଇଟର ସମ୍ପୂର୍ଣ୍ଣ ଭାବେ ଜଣେ ବ୍ୟକ୍ତିଙ୍କ ମାଲିକାନାକୁ ଚାଲିଯାଇଛି ତାଙ୍କ ହିସାବରେ ସେ କାହାକୁ ରଖିବେ ଓ କାହାକୁ ବିଦା କରିବେ, ତାହା ମାଲିକଙ୍କ ଉପରେ ନିର୍ଭର କରେ। କିନ୍ତୁ ସେ ଯେଉଁଭଳି ଭାବେ ବିଭିନ୍ନ ବୈଶ୍ୱିକ ବ୍ୟାପାରରେ ମୁଣ୍ଡ ଖେଳାଇ ମନ୍ତବ୍ୟମାନ ଦେଉଛନ୍ତି ତାହା କମ୍ପାନୀ ପ୍ରତି ଥିବା ଗ୍ରହଣଶୀଳତାକୁ ହ୍ରାସ କରୁଛି ବୋଲି ଆଲୋଚନା ହେଲାଣି।
ଆମେରିକାରେ ନିର୍ଣ୍ଣାୟକ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ୮ ନଭେମ୍ବର ୨୦୨୨ରେ ଆରମ୍ଭ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମସ୍କ ତାଙ୍କର ରାଜନୈତିକ ଦୃଷ୍ଟିକୋଣରେ ରିପବ୍ଲିକାନ୍‌ଙ୍କୁ ସମର୍ଥନ କରିବା ଉଚିତ ବୋଲି ସାଧାରଣରେ ଘୋଷଣା କରିଛନ୍ତି। ଫଳରେ ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତି ପୁନଶ୍ଚ ଆନୁଗତ୍ୟ ପ୍ରଦର୍ଶନ କରିଥିବା ବୁଝିହେଉଛି। ଟୁଇଟରକୁ ଅଧିଗ୍ରହଣ କରିବା ପୂର୍ବରୁ ବିଶ୍ୱବ୍ୟାପୀ ଚର୍ଚ୍ଚା ହୋଇଥିଲା ଯେ ଟ୍ରମ୍ପ୍‌ଙ୍କର ମସ୍କଙ୍କ ସହିତ ବୁଝାମଣା ହୋଇଛି। ଯେହେତୁ ଅତୀତରେ ଟ୍ରମ୍ପ୍‌ଙ୍କୁ ଟୁଇଟର ବାସନ୍ଦ କରିଥିଲା, ତାହାର ପ୍ରତିଶୋଧ ନେବା ଲାଗି ସେ ଉପାୟ ଉଣ୍ଡୁଥିଲେ। ‘ଟ୍ରୁଥ୍‌ ସୋସିଆଲ୍‌’ ନାମରେ ସୋସିଆଲ୍‌ ନେଟ୍‌ଓ୍ବର୍କିଂ ସର୍ଭିସ ଟ୍ରମ୍ପ୍‌ଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ତାହା କାମ ଦେଇ ନ ଥିଲା। ଏବେ ଯେହେତୁ ଟୁଇଟର ଘରୋଇ କମ୍ପାନୀରେ ପରିଣତ ହୋଇଛି ଓ ମସ୍କଙ୍କ ପ୍ରତି ଟ୍ରମ୍ପ୍‌ଙ୍କ ସମର୍ଥନ ରହିଆସିଛି, ସେହି ଦୃଷ୍ଟିରୁ ଦେଖିଲେ ଏହି ମାଇକ୍ରୋବ୍ଲଗିଂ ସାଇଟ୍‌ରୁ ଜନସାଧାରଣ ସ୍ବଚ୍ଛତା ଆଶା କରିବାରେ ସନ୍ଦେହ ଉପୁଜିଲାଣି। ଟୁଇଟର କିଣାବିକାରେ ଯେତିକି ଅର୍ଥ ବ୍ୟୟ ହୋଇଛି ତାହା ନିଶ୍ଚିତ ଭାବେ ଫେରସ୍ତ ଆସୁ ବୋଲି ମସ୍କ ଚାହିଁବେ। ସେଥିରେ କାହାରି କୌଣସି ଆପତ୍ତି ଯଥାର୍ଥ ହେବ ନାହିଁ। ଅପରପକ୍ଷରେ ଟୁଇଟର କେବଳ ଗୋଟିଏ ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ସଂସ୍ଥା ନୁହେଁ। ପ୍ରଯୁକ୍ତି ସଂଶ୍ଳିଷ୍ଟ ହୋଇଥିବାରୁ ତାହାର ଏକ ବିରାଟ ସାମାଜିକ ପ୍ରଭାବ ଅଛି। ସେହି ପ୍ରଭାବକୁ ଅଣଦେଖା କଲେ ତ୍ରୁଟି ଘଟିବାର ସବୁ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri