ଆଜି ଜମିବ ଛାଡ଼ଖାଇ

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ସରିଲା ଧର୍ମ ମାସ କାର୍ତ୍ତିକ। ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇ ଧର୍ମ ମାସକୁ ମେଲାଣି ଦେଇଛନ୍ତି ଶ୍ରଦ୍ଧାଳୁ। ବୁଧବାର ଛାଡ଼ଖାଇ। ଏଥିପାଇଁ ଆମିଷପ୍ରେମୀଙ୍କ ଭିତରେ ପ୍ରବଳ ଆଗ୍ରହ। ବୁଧବାର ସକାଳୁ ଆମିଷ ବଜାରରେ ଭିଡ଼ ଜମିବ। ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ମଧ୍ୟ ପ୍ରସ୍ତୁତ ହୋଇସାରିଛନ୍ତି। ଏଥର ଆମିଷ ବଜାରରେ ୧୨ କୋଟି ଟଙ୍କାର ବେପାର ହେବ ବୋଲି ବ୍ୟବସାୟୀ ସଂଘ ଆଶା ରଖିଛି।
ଛାଡ଼ଖାଇରେ ମଟନର ଅଧିକ ଡିମାଣ୍ଡ ରହିବ। ୧ ମାସ ଧରି ଲୋକେ ଆମିଷ ଖାଇ ନ ଥିବାରୁ ମଟନ ଖାଇବାକୁ ଅଧିକ ପସନ୍ଦ କରିବେ। ଏହାକୁ ନଜରରେ ରଖି ମଟନ ବ୍ୟବସାୟୀମାନେ ଆଗୁଆ ଖାସି ଆଣି ଷ୍ଟକୟାର୍ଡରେ ରଖିଛନ୍ତି। ଓଡ଼ିଶାର ବାଲୁଗାଁ, କରଞ୍ଜିଆ ଆଦି କେତେକ ସ୍ଥାନରୁ ଖାସି ଆସିଥାଏ। ତେବେ ଡିମାଣ୍ଡକୁ ଦେଖି ରାଜ୍ୟ ବାହାରୁ ମଧ୍ୟ ଖାସି ମଗାଯାଇଛି। ଛାଡ଼ଖାଇ ପାଇଁ ମଟନ୍‌ ଦର କିଲୋ ପିଛା ୭୫୦ରୁ ୮ଶହ ଟଙ୍କା ରହିବ। ସେହିପରି ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ଚିକେନ୍‌, ମାଛ, ଚିଙ୍ଗୁଡ଼ି ଆଦି ପର୍ଯ୍ୟାପ୍ତ ପରିମାଣର ରଖାଯିବ। ଚିକେନ୍‌ କିଲୋ ପ୍ରତି ଦର ୨୨୦ଟଙ୍କା, ଦେଶୀ କୁକୁଡ଼ା ୪ଶହ ଟଙ୍କା ରହିବ। ସେହିପରି ରୋହି ଓ ଭାକୁର ମାଛର ଦର ୨୦୦ରୁ ୨୨୦ଟଙ୍କା, ଜଳଙ୍ଗ ୧୭୦ରୁ ୧୯୦ ଟଙ୍କା, ବଡ଼ ଚିଙ୍ଗୁଡି ୪ଶହ ଟଙ୍କା, ଛୋଟ ଚିଙ୍ଗୁଡି ୨ଶହରୁ ୩ଶହ ଟଙ୍କା, ମହୁରାଳି ମାଛ ୨ଶହରୁ ୨୨୦ ଟଙ୍କା, ପୋହଳା ୨ଶହରୁ ୨୧୦ଟଙ୍କା, ମିରିକାଳି ୨୨୦ରୁ ୨୪୦ ଟଙ୍କା, ଭିକେଟ୍‌ ୬ଶହ ଟଙ୍କା, ଇଲିସି (ଆକାର ଅନୁଯାୟୀ) ୮ଶହରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେବ। ରାଜଧାନୀରେ ୨ଶହଟି ପଞ୍ଜୀକୃତ ମଟନ ଦୋକାନ ଥିବାବେଳେ ପ୍ରାୟ ଶହେଟି ଅଣପଞ୍ଜୀକୃତ ଦୋକାନ ରହିଛି। ସେହିପରି ଛୋଟବଡ଼ ଦୋକାନ ମିଶାଇ ସହରରେ ପ୍ରାୟ ୧ ହଜାର ପାଖାପାଖି ଚିକେନ ସେଣ୍ଟର ରହିଛି। ଏ ସମ୍ପର୍କରେ ଅଲ୍‌ ଓଡ଼ିଶା ନନ୍‌ଭେଜ୍‌ ଟ୍ରେଡର୍ସ ଫେଡେରେଶନ୍‌ର ରାଜ୍ୟ ସଭାପତି ସେକ୍‌ ମୁନ୍ତାକିନ୍‌ ବକ୍ସ କହିଛନ୍ତି, ଏଥର ଛାଡ଼ଖାଇ ଭଲ ବାରରେ ପଡୁଛି। ତେଣୁ ପୂର୍ବବର୍ଷ ଅପେକ୍ଷା ଭଲ ବେପାର ହେବ ବୋଲି ଆଶା ରଖିଛୁ। ରାଜଧାନୀରେ ପ୍ରାୟ ଦେଢ କୋଟି ଟଙ୍କାର ମଟନ୍‌ ବିକ୍ରି ହେବ ବୋଲି ଆଶା ରଖିଥିବାବେଳେ ୯ କୋଟି ଟଙ୍କାର ଚିକେନ୍‌ ବ୍ୟବସାୟ ହେବ। ଅନ୍ୟଦିନଗୁଡ଼ିକରେ ରାଜଧାନୀକୁ ଆନ୍ଧ୍ରରୁ ୩ଟି ମାଛ ଗାଡ଼ି ଆସିଥାଏ। ତେବେ ଛାଡ଼ଖାଇ ପାଇଁ ଏଥର ୧୨ଟି ଗାଡ଼ି ଅର୍ଥାତ୍‌ ୧ କୋଟି ୨୦ ଲକ୍ଷ ଟଙ୍କାର ମାଛ ଆସିବ। ତେବେ ଛାଡ଼ଖାଇ ପରଦିନ ମାଣବସା ଗୁରୁବାର ଥିବାରୁ କିଛି ଲୋକ ବୁଧବାର ଆମିଷ ଖାଇବେ ନାହିଁ। ତେଣୁ ଶୁକ୍ରବାର ଏବଂ ରବିବାର ମଧ୍ୟ ଭଲ ବ୍ୟବସାୟ ହେବ ବୋଲି ଆଶା ରହିଥିବା ମୁନ୍ତାକିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri