ଶ୍ରୀମନ୍ଦିର ପ୍ରଶାସନକୁ ୧୨କୋଟି ଜରିମାନା

ଖୋର୍ଦ୍ଧା ଅଫିସ,୯ା୧୧: ଖୋର୍ଦ୍ଧାରେ ବେଆଇନ ଭାବେ ପଥର ଖଣିରୁ ଲଘୁ ଖଣିଜ ଉତ୍ତୋଳନ ଚାଲିଛି। ଶ୍ରୀଜଗନ୍ନାଥଙ୍କ ଜମିରେ ଥିବା ଏକାଧିକ ପଥର ଖଣିରୁ ବେଆଇନଭାବେ ବ୍ୟାପକ ପଥର ଉତ୍ତୋଳନ କରାଯାଉଛି, ଯାହାକି ପରିବେଶ ଉପରେ ଗଭୀର ପ୍ରଭାବ ପକାଇବା ସହ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଇଛନ୍ତି। ଏହାକୁ ବିରୋଧ କରି ୨୦୧୮ରେ ଏନ୍‌ଜିଟିରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ଖୋର୍ଦ୍ଧା ଜିଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମେମ୍ବର ସେକ୍ରେଟାରୀ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ, ଖୋର୍ଦ୍ଧା ତହସିଲଦାର, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଶାସନ ସଚିବ, ଖୋର୍ଦ୍ଧା ଏସ୍‌ପି, ଓଡ଼ିଶା ମାଇନ୍ସ ନିର୍ଦ୍ଦେଶକ, ଭୁବନେଶ୍ୱର ଏବଂ ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ୪ବର୍ଷ ପରେ ଏହାର ରାୟ ପ୍ରକାଶ ପାଇଛି। ବେଆଇନ ପଥର ଉତ୍ତୋଳନ ଯୋଗୁ ବ୍ୟାପକ ଭାବେ ପରିବେଶ ପ୍ରଭାବିତ ହୋଇଛି। ତେଣୁ ଖଣି ପୁନରୁଦ୍ଧାର, ନବୀକରଣ ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ୧୨କୋଟି ଭରଣା କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କା ଖୋର୍ଦ୍ଧା ଜିଲା ପ୍ରଶାସନ ନିକଟରେ ପଇଠ କରାଯିବ। ଜିଲା ପ୍ରଶାସନ ଖଣିର ପୁନରୁଦ୍ଧାର କାର୍ଯ୍ୟ କରିବେ। ଖଣି ନବୀକରଣ, ପୁନରୁଦ୍ଧାର ଲାଗି ପ୍ରଶାସନ ଚାରି ସପ୍ତାହ ମଧ୍ୟରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବେ। ଏ ସଂକ୍ରାନ୍ତୀୟ ସବିଶେଷ ରିପୋର୍ଟ ଆସନ୍ତା ୨୦୨୩ ମାର୍ଚ୍ଚ ୩୧ ପୂର୍ବରୁ ଟ୍ରିବ୍ୟୁନାଲ ନିକଟରେ ସତ୍ୟପାଠ ଦାଖଲ କରିବାକୁ ଜଷ୍ଟିସ ବି.ଅମିତ ସ୍ଥାଲ୍‌କେର ଏବଂ ବିଶେଷଜ୍ଞ ସଦସ୍ୟ ଶୈବାଳ ଦାଶ ଗୁପ୍ତାଙ୍କୁ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କୁ ପଚରାଯିବାରେ ଖୋର୍ଦ୍ଧା ଜିଲା ପ୍ରଶାସନ ଅଧୀନରେ ଶ୍ରୀମନ୍ଦିରର ଥିବା ପଥର ଖଣିଗୁଡ଼ିକ ମଧ୍ୟରୁ କିଛି ନିଲାମ କରାଯାଇଥିବାବେଳେ କିଛି ଖଣିରୁ ବେଆଇନଭାବେ ପଥର ଚୋରା ଚାଲାଣ ହେଉଛି। ଏନେଇ ଶ୍ରୀମନ୍ଦିର ପକ୍ଷରୁ ପୂର୍ବରୁ ଏନ୍‌ଜିଟି ନିକଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ଖୋର୍ଦ୍ଧା ପ୍ରଶାସନ ପଥର ଖଣି ବାବଦକୁ ଯେଉଁ ଅର୍ଥ ଆଦାୟ କରୁଛି, ତାହା ସରକାରଙ୍କୁ ପ୍ରଦାନ କରୁଛି, ମନ୍ଦିରକୁ ନୁହେଁ। ତେଣୁ ପଥର ଖୋଳା ଯୋଗୁ ଯେଉଁ ଗର୍ତ୍ତ ସୃଷ୍ଟି ହୋଇଛି ଏବଂ ପରିବେଶ କ୍ଷତି ହୋଇଛି, ତା’ର ଭରଣା ସରକାର କରିବା କଥା। ଏବେ ଏନ୍‌ଜିଟିଙ୍କ ରାୟ ଉପରେ ଆମେ ଓକିଲଙ୍କ ସହ ଆଲୋଚନା କରୁଛୁ। ରାୟ ବିରୋଧରେ ଆମେ କୋର୍ଟକୁ ଯିବୁ ବୋଲି ଜେନା କହିଛନ୍ତି।
ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲା ନିଜିଗଡ଼ ତାପଙ୍ଗ ପଞ୍ଚାୟତ ଅନ୍ତର୍ଗତ ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ପ୍ରଭୃତି ଗାଁରେ ୪୦ଟି ସ୍ଥାନରେ ୫ଶହ ଏକର ଜଗନ୍ନାଥ ଜମିରୁ ବେଆଇନ ପଥର ଲୁଟ ଚାଲିଛି। ଦୈନିକ ଶହ ଶହ ଟ୍ରକରେ ମାଙ୍କଡ଼ା ପଥର ଚାଲାଣ ହେଉଛି। ଜିଲା ପ୍ରଶାସନର ଆନ୍ତରିକତା ଅଭାବ ଏବଂ ଦାୟିତ୍ୱହୀନତାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ଦର୍ଶାଇ ଖୋର୍ଦ୍ଧା ସଦର ବ୍ଲକ ନିଜିଗଡ଼ ତାପଙ୍ଗର ବିଭୁପ୍ରସାଦ ହରିଚନ୍ଦନ ଏବଂ ଭୁବନେଶ୍ୱର ରସୁଲଗଡ ଜିଜିପି କଲୋନୀର ଦିଲୀପ କୁମାର ସାମନ୍ତରାୟ ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ମାମଲାକୁ ଗ୍ରହଣ କରି ଏନ୍‌ଜିଟି ପୂର୍ବରୁ କ୍ଷୋଭ ପ୍ରକାଶ କରିଥିଲେ। ଜିଲାରେ କେତେ ପଥର ଚୋରି ହେଉଛି, ପରିବେଶ କ୍ଷତିଭରଣା ପାଇଁ କେତେ ଟଙ୍କା ଜରିମାନା କରାଯାଉଛି ଏବଂ ବେଆଇନ ଖଣି ଖନନକାରୀଙ୍କ ଠାରୁ କେତେ ଅର୍ଥ ଆଦାୟ କରାଯାଉଛି, ସେ ନେଇ ସତ୍ୟପାଠ ଦାଖଲ କରିବାକୁ ଏନ୍‌ଜିଟି ଖୋର୍ଦ୍ଧା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ସତ୍ୟପାଠରେ ବେଆଇନ ଖଣି ଖନନକାରୀଙ୍କ ନାମ, ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି, ପଥର ବୋହୁଥିବା ଟ୍ରକ୍‌ ମାଲିକ, ବେଆଇନ ପଥର ଚୋରାଚାଲାଣକାରୀଙ୍କ ଦ୍ୱାରା ରାଜ୍ୟ ରାଜକୋଷକୁ ହୋଇଥିବା କ୍ଷତି, ପରିବେଶ କ୍ଷତିଭରଣା ପାଇଁ ଆଦାୟ ହୋଇଥିବା ଅର୍ଥ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଜଣାଇବାକୁ ଏନ୍‌ଜିଟି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରି କି ବେଆଇନ ପଥର ଖନନ ରୋକିବା ପାଇଁ ସ୍ବତନ୍ତ୍ର ଟାକ୍ସଫୋର୍ସ ଗଠନ କରିବା ସହ ବେଆଇନ ପଥର ଚାଲାଣ ଯୋଗୁ ହୋଇଥିବା ପରିବେଶ ଜନିତ କ୍ଷତି ଯାଞ୍ଚ ଲାଗି ଏନ୍‌ଜିଟି ଏକ ୪ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି କମିଟିରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲା ମାଜିଷ୍ଟ୍ରେଟ, ଏସଇଆଇଏଏ ମେମ୍ବର ସେକ୍ରେଟାରି ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀ ସଦସ୍ୟ ରହିଛନ୍ତି। ତେବେ ଗତ ଅକ୍ଟୋବର ୨୦୨୦ରେ ପ୍ରଶାସନ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟକୁ ଏନଜିଟି କମିଟି ଅଗ୍ରାହ୍ୟ କରିବା ସହ ପୁଣି ଥରେ ସତ୍ୟପାଠ ଦାଖଲ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜରିମାନା କେବଳ ଖଣିଚାଲାଣକାରୀ ଡ୍ରାଇଭର ନୁହେଁ ବରଂ ବେଆଇନ ଖନନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏନ୍‌ଜିଟିରେ ଏହି ମାମଲା ଚାଲିଥିବା ବେଳେ ୫୯ ଖଣିରୁ ଚୋରା ଚାଲାଣ ଚାଲିଥିବା ଏନ୍‌ଜିଟିର ଦୃଷ୍ଟିଗୋଚର ହୋଇଥିଲା। ୨୦୨୧ ଅକ୍ଟୋବର ୮ତାରିଖରେ ଟ୍ରିବ୍ୟୁନାଲରେ ଖୋର୍ଦ୍ଧା ତହସିଲ୍‌ଦାର ଦାଖଲ କରିଥିବା ସତ୍ୟପାଠରେ ବେଆଇନ ଖଣି କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ କୌଣସି ସୂଚନା ଦେଇପାରି ନ ଥିଲେ। ଫଳରେ ଏନ୍‌ଜିଟି ତୀବ୍ର ଭର୍ତ୍ସନା କରିଥିଲେ। ପରେ ପୁନରୁଦ୍ଧାର ଯୋଜନାରେ ୧୧ କୋଟି ୭୫ଲକ୍ଷ ଟଙ୍କା ଆକଳନ କରାଯାଇଥିବା ୨୦୨୧ ଡିସେମ୍ବର ୩ତାରିଖ ଜିଲାପାଳ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଥିଲେ। ସେହି ମାସ ଡିସେମ୍ବର ୨୩ରେ ଆବେଦନକାରୀ ପୁଣି ଏକ ସତ୍ୟପାଠ ଦାଖଲ କରି ବିନା ପରିବେଶ ମଞ୍ଜୁରୀ ଏବଂ ଅନୁମତିରେ ବେଧଡ଼କ ଭାବେ ପଥର ଖଣି ଚାଲିଛି। ତଥାପି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତେଣୁ ଖଣିର ପୁନରୁଦ୍ଧାର ପାଇଁ ୧୨ କୋଟି ଆକଳନ କରାଯାଇଥିବା ବେଳେ ବେଆଇନ ଖଣି ଖନନ କୋଟି କୋଟି ଟଙ୍କା ହୋଇପାରେ ବୋଲି ଅଭିଯୋଗକାରୀ ଦର୍ଶାଇଥିଲେ। ଏହାକୁ ଟ୍ରିବ୍ୟୁନାଲ ଗୁରୁତର ସହିତ ନେଇ ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ) ଅଧିନିୟମ ୧୯୫୭ ଅନୁଯାୟୀ ଖଣିଜ ପଦାର୍ଥକୁ ବେଆଇନ ଭାବେ ଚାଲାଣ କରୁଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରିବାକୁ କହିଥିଲେ। ଏପରି କି ପରିବେଶ କ୍ଷତି ପାଇଁ ପରିବେଶ କ୍ଷତିପୂରଣ ବ୍ୟତୀତ ନିୟମ ଉଲ୍ଲଘଂନକାରୀ ଆର୍ଥତ୍କ କ୍ଷମତାକୁ ଦୃଷ୍ଟିରେ ରଖି ଜରିମାନା ଆଦାୟ, ଚୋରା ଚାଲାଣରେ ବ୍ୟବହୃତ ଯାନବାହନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟାକ୍ସ ଫୋର୍ସ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜରିମାନା ଆଦାୟ କରିଥିଲେ। ୨୦୨୧ ଡିସେମ୍ବର ମାସରେ ପ୍ରାୟ ୪କୋଟି ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତାହା ଶିଥିଳ ପଡ଼ିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri