ବ୍ରହ୍ମପୁରରେ ପୁଣି ଚଳଚଞ୍ଚଳ ସମବାୟ ରାଜନୀତି

ବ୍ରହ୍ମପୁର ଅଫିସ,୩ା୧୧: ବିସିସି ବ୍ୟାଙ୍କ ସମେତ ଜିଲା ସମବାୟ ସଂଘ ଓ ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ନିର୍ଦ୍ଦେଶକ ନିର୍ବାଚନ ଏବଂ ଫଳାଫଳ ଘୋଷଣା ପରେ ଏହି ୩ କେନ୍ଦ୍ରୀୟ ସମବାୟ ସଂସ୍ଥାରେ ସଭାପତି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୮ ତାରିଖ ସୁଦ୍ଧା ନିର୍ବାଚନ ସରିବ ଏବଂ ନୂଆ ସଭାପତି ନିର୍ବାଚିତ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ପୁଣି ସମବାୟ ରାଜନୀତି ଚଳଚଞ୍ଚଳ ହୋଇଛି। ବିଜେଡିର ଗଞ୍ଜାମ ଜିଲା ପର୍ଯ୍ୟବେକ୍ଷକ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ବୁଧବାର ବ୍ରହ୍ମପୁର ସର୍କିଟ ହାଉସ୍‌ରେ ବିଧାୟିକା ଓ ବିଧାୟକ ଏବଂ ଦଳ ସଭାପତି ଓ ଅନ୍ୟମାନଙ୍କ ସହ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଗୁରୁତ୍ୱପୂର୍ଣ୍ଣ ବିସିସି ବ୍ୟାଙ୍କକୁ ନିର୍ବାଚିତ ହୋଇଥିବା ୧୫ ନିର୍ଦ୍ଦେଶକଙ୍କ ମଧ୍ୟରେ ୪ ମହିଳା ଅଛନ୍ତି। ସେଥିରୁ ରଙ୍ଗେଇଲୁଣ୍ଡା ବ୍ଲକର ବିଷ୍ଣୁପ୍ରିୟା ନାୟକ, ବ୍ରହ୍ମପୁର ଓ ପାଖ ବ୍ଲକକୁ ନେଇ ଗଠିତ ୬ନଂ. ଜୋନ୍‌ରୁ କୁନି କୁମାରୀ ଦାସ, ପାତ୍ରପୁର ବ୍ଲକର ୯ନଂ. ଜୋନ୍‌ର ଗୀତାଞ୍ଜଳି ପ୍ରଧାନ ଶାସକ ଦଳ ମନୋନୀତ ହୋଇଥିବା ବେଳେ ପୁରୁଷୋତ୍ତମପୁର ବ୍ଲକ ୩ନଂ. ଜୋନ୍‌ରୁ ନିର୍ବାଚିତ ସୁଷମା ବେହେରା ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ପୁରୁଷ ୧୧ ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ବିଜେଡି ବିଦ୍ରୋହୀ, ସିପିଆଇ ଓ ଭାଜପା ସମର୍ଥିତ ଓ ନିର୍ଦ୍ଦଳୀୟମାନେ ଅଛନ୍ତି।

ଅପରପକ୍ଷରେ ବିସିସି ବ୍ୟାଙ୍କ ଏକ ବୃହତ୍ତର ସମବାୟ ଅନୁଷ୍ଠାନ ହୋଇଥିବାରୁ ଏହାର ସଭାପତି ହେବାକୁ ଅନେକଙ୍କ ନଜର ରହିଛି। ତେବେ ଶାସକ ଦଳର ଅଧିକ ବିଦ୍ରୋହୀ ଜିତିଥିବାରୁ ସମସ୍ୟା ଦେଖାଦେଇଛି। ତଥାପି ବିଦ୍ରୋହୀଙ୍କୁ ମନାଇ ଯେ କୌଣସି ପ୍ରକାରେ ସଭାପତି ପଦ କ୍ଷମତାସୀନ ଦଳ ହାତେଇବାର ପଦକ୍ଷେପ ନିଆଯାଇଛି। ଶାସକ ଦଳ ସମର୍ଥିକ ୩ ମହିଳାଙ୍କ ମଧ୍ୟରୁ ଜଣେ ସଭାପତି ହେବାର ମଧ୍ୟ ଚର୍ଚ୍ଚାକୁ ଆସିଛି। ଏହା ଯଦି ସମ୍ଭବ ହୁଏ ତେବେ ଶତାଧିକ ବର୍ଷର ଏହି ବ୍ୟାଙ୍କରେ ପ୍ରଥମ କରି ମହିଳା ସଭାପତି ହେବେ। ନିର୍ବାଚନ ହେବାକୁ ୧୦ ରୁ ଅଧିକ ଦିନ ଥିବାରୁ ଜିଲା ବିଜେଡି ଅଙ୍କକଷା ଆରମ୍ଭ କରି ଦେଇଥିବା ସୂଚନା ମିଳିଛି।

ସେହିପରି ଜିଲା ସମବାୟ ସଂଘ ୧୫ ନିର୍ଦ୍ଦେଶକଙ୍କ ମଧ୍ୟରୁ ୧୨ ଜଣ ଅପ୍ରତିଦ୍ୱନ୍ଦ୍ୱି ଥିଲେ। ୨ଟି ଜୋନ୍‌ ଖାଲି ପଡ଼ିଛି। ୯ନଂ ଏକମାତ୍ର ଜୋନରେ ଗତ ୨୩ ତାରିଖରେ ହୋଇଥିବା ନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଜିତିଛନ୍ତି। ତେଣୁ ସମବାୟ ସଂଘରେ ଶାସକ ଦଳ ସମର୍ଥିତ ସଭାପତି ହେବାର ସୁନିଶ୍ଚିତ ହୋଇଛି। ମନ୍ତ୍ରୀ ଅମାତ ଏ ସମ୍ପର୍କରେ ଜିଲା ବିଜେଡି ସଭାପତିଙ୍କ ସହ ଆଲାଚନା କରିଥିବା ଜଣାପଡ଼ିଛି। ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର ୧୫ ନିର୍ଦ୍ଦେଶକଙ୍କ ମଧ୍ୟରୁ ୧୨ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ। ଅବଶିଷ୍ଟ ୩ଟି ଜୋନ୍‌ ପାଇଁ ଗତ ୨୩ ତାରିଖରେ ହୋଇଥିବା ନିର୍ବାଚନରେ ଶାସକ ଦଳ ମନୋନୀତ ପ୍ରାର୍ଥୀମାନେ ଜିତିଛନ୍ତି। ତେଣୁ ଏହି ସଂସ୍ଥାରେ ମଧ୍ୟ ସଭାପତି ବିଜେଡି ଦଖଲକୁ ଯିବାର ସ୍ପଷ୍ଟ ହୋଇଛି। କାହାକୁ ଦଳ ଚୟନ କରିବ ସେନେଇ ଆଲୋଚନା ପରିସରକୁ ଆସିଛି। ଆସନ୍ତା ୧୦ ତାରିଖରେ ଏହି ଦୁଇଟି ଯାକ ସଂସ୍ଥାର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ହେବ। ଆବଶ୍ୟକସ୍ଥଳେ ୧୧ରେ ନିର୍ବାଚନ କରାଯିବ। ତେଣୁ ଉପରୋକ୍ତ ୩ ସମବାୟ ସଂସ୍ଥା ଉପରେ ବିଭିନ୍ନ ମହଲ ନଜର ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri