Posted inଜାତୀୟ

କଂଗ୍ରେସ କ୍ଷମତାକୁ ଆସିଲେ ପୁରୁଣା ପେନସନ୍‌ ସ୍କିମ୍‌ କରାଯିବ ଲାଗୁ: ରାହୁଲ

ହାଇଦ୍ରାବାଦ୍‌,୩୦।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ତେଲେଙ୍ଗାନାରେ ଚାଲିଛି। ରବିବାର ଏହି ଯାତ୍ରା ଗୋଲାପାଲୀରୁ ଆରମ୍ଭ ହୋଇଥିଲା। ଏହି ସମୟରେ ରାହୁଲ ଗାନ୍ଧୀ କାର୍ଯ୍ୟକର୍ତ୍ତା ଏବଂ ପିଲାମାନଙ୍କ ସହ ଏକ ଦୌଡି ଥିଲେ। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଥିଲା। କଂଗ୍ରେସ ଟୁଇଟର୍‌ ହ୍ୟାଣ୍ଡେଲରେ ଏହାର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛି ଏଥିରେ ରାହୁଲ ଗାନ୍ଧୀ ଦୌଡୁଥିବାର ଦେଖାଯାଉଛି।
ଏହା ବ୍ୟତୀତ କଂଗ୍ରେସ ଆଜିର ଯାତ୍ରାର କିଛି ଫଟୋ ମଧ୍ୟ ପୋଷ୍ଟ କରିଛି। ଦଳ ଲେଖିଛି ଯେ, ଆମକୁ ଅନ୍ୟାୟ ଏବଂ ଘୃଣା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ପଡିବ। ଆମେ ଭାରତକୁ ଏହିପରି ଛିନ୍ନଛତ୍ର କରିବାକୁ ଦେବୁ ନାହିଁ।

ରାହୁଲ ଗାନ୍ଧୀ କହିଛନ୍ତି, ଭାରତ ଯୋଡୋ ଯାତ୍ରା ସମୟରେ ଯଦି ଗୁଜରାଟରେ କଂଗ୍ରେସ ସରକାର କ୍ଷମତାକୁ ଆସେ, ତେବେ ଆମେ ପୁରୁଣା ପେନସନ୍‌ ସ୍କିମ୍‌ ଫେରାଇ ଆଣିବୁ। ଏହା ବ୍ୟତୀତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରାଯିବ। ଏହା ହେଉଛି କଂଗ୍ରେସର ଦୃଢ ପ୍ରତିଶ୍ରୁତି।
କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ ଦଳର ନେତା ତଥା କର୍ମୀଙ୍କ ସହ ଆଜି ପ୍ରାୟ ୨୨ କିଲୋମିଟର ଦୂରତା ଅତିକ୍ରମ କରିବେ। ରାହୁଲ ସାରେ ଶାଦନଗରର ସଲିପୁର ଜଙ୍କସନ ଠାରେ ଏକ ସଭାକୁ ସମ୍ବୋଧିତ କରିବେ। ନଭେମ୍ବର ୭ରେ ମହାରାଷ୍ଟ୍ରରେ ପ୍ରବେଶ କରିବା ପୂର୍ବରୁ ଏହି ଯାତ୍ରା ତେଲେଙ୍ଗଳନାରେ ୩୭୫ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ସମୟ ମଧ୍ୟରେ ଯାତ୍ରା ୧୯ଟି ବିଧାନସଭା ଏବଂ ତେଲେଙ୍ଗାନାର ସାତୋଟି ସଂସଦୀୟ ନିର୍ବାଚନମଣ୍ଡଳୀ ଦେଇ ଗତି କରିବ। ନଭେମ୍ବର ୪ରେ ଭାରତ ଯୋଡୋ ଯାତ୍ରୀଙ୍କୁ ଗୋଟିଏ ଦିନ ବିଶ୍ରାମ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ରାହୁଲ ଗାନ୍ଧୀଙ୍କର ନାହିଁ ନିଜସ୍ବ ଘର, ଏତେ ଲକ୍ଷ ଟଙ୍କା କରଜରେ କଂଗ୍ରେସ ନେତା

ନୂଆଦିଲ୍ଲୀ,୪।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଉତ୍ତର ପ୍ରଦେଶର ରାଏବରେଲି ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି କ୍ରମରେ ନିର୍ବାଚନ କମିଶନରଙ୍କ ପାଖରେ...

ନିଜର ସମ୍ମାନ ଭୁଲି ଶସ୍ତା କଥା କହୁଛନ୍ତି ପ୍ରଧାନମନ୍ତ୍ରୀ: କଂଗ୍ରେସ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନକୁ ନେଇ ରାଜନନୈତିକ ଦଳ ମଧ୍ୟରେ ଅଭିଯୋଗ ଏବଂ କାଉଣ୍ଟର ଅଭିଯୋଗ ଜାରି ରହିଛି। ସେପଟେ କଂଗ୍ରେସ ଦଳ ପୁଣି ଥରେ...

ଇତିହାସ ରଚିଲେ ସିଜେଆଇ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୪।୫: ଭାରତର ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୂଡ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ନାମରେ ଏକ ରେକର୍ଡ କରିଛନ୍ତି ଯାହା ଏପର୍ଯ୍ୟନ୍ତ...

ଆତଙ୍କବାଦୀ ନିଜ୍ଜର ହତ୍ୟାକାରୀଙ୍କ ଲରେନ୍ସ ବିଶ୍ନୋଇଙ୍କ ସହ ରହିଛି କନେକସନ, କାନାଡା ପୋଲିସ ଜାରି କଲା ଅଭିଯୁକ୍ତଙ୍କ ଫଟୋ

ଓଟାଓ୍ବା,୪।୫: ଖାଲିସ୍ତାନୀ ସମର୍ଥକ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନଜ୍ଜାରଙ୍କ ହତ୍ୟା ମାମଲାରେ କାନାଡା ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ତିନି ଅଭିଯୁକ୍ତଙ୍କ ଫଟୋ ଶେୟାର...

ମେ’ ୧୪ରେ ନାମାଙ୍କନ ଦାଖଲ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି ପକ୍ଷରୁ ବାରଣାସୀରୁ ତୃତୀୟ ଥର ପାଇଁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ବାରଣାସୀରେ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ସମାନ ନାମଧାରୀ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍‌ ଦେଇ ହେବନି

ନୂଆଦିଲ୍ଲୀ,୪ା୫: କୌଣସି ରାଜନେତାଙ୍କ ନାଁ ଅନ୍ୟ ପ୍ରାର୍ଥୀଙ୍କ ସହ ସମାନ ହୋଇଥିଲେ, ତାହା ତାଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଅଧିକାରକୁ ପ୍ରଭାବିତ କରେନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri