Posted inଜାତୀୟ

ଟିଭି ପରେ ଏବେ ସୋସିଆଲ ମିଡ଼ିଆ ଉପରେ ଲଗାମ ଲଗାଇବାକୁ ଯାଉଛନ୍ତି ସରକାର: ସିବଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୨୯।୧୦ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ ଆଇଟି ନିୟମରେ ସଂଶୋଧନ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସରକାର ପ୍ରଥମେ ଟିଭି ନେଟୱାର୍କକୁ ନିଜ ନିୟନ୍ତ୍ରଣକୁ କରିବା ପରେ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଲଗାମ ଲଗାଇବାକୁ ଯାଉଛନ୍ତି ।

ଏହା ଏକ ଉପାୟରେ ଯାହା ମାଧ୍ୟମରେ ଦେଶର ଗଣମାଧ୍ୟମ ଉପରେ ଏକ ବଡ଼ ଧରଣର କବଜା। ଯଦି ଦେଖାଯାଏ ଏହା ଦ୍ୱାରା ଆମେ ଗୋଟିଏ ଆଚରଣ ବିଧି, ଗୋଟିଏ ରାଜନୈତିକ ଦଳ, ଗୋଟିଏ ଶାସନ ବ୍ୟବସ୍ଥା ଢାଞ୍ଚାକଚ ଗ୍ରହଣ କରିବା ସହିତ ଏବଂ କାହା ପାଇଁ ଉତ୍ତରଦାୟିତ୍ୱ ନ ହେବା ଆଡକୁ ଯାଉଛୁ ।

ଆଇଟି ନିୟମରେ ସଂଶୋଧନ ସମ୍ପର୍କରେ ସେ କହିଛନ୍ତି ଯେ ସରକାରଙ୍କ ପାଇଁ ନିରାପଦ ଏବଂ ଅନ୍ୟମାନଙ୍କ ପାଇଁ ଏହା ଅସୁରକ୍ଷିତ। ଏହା ସର୍ବଦା ଭାଜପା ସରକାରଙ୍କ ନୀତି ଭାବେ ରହି ଆସିଛି। ସାଧାରଣ ନାଗରିକଙ୍କ ପାଇଁ ସୋସିଆଲ ମିଡିଆ ଏକମାତ୍ର ପ୍ଲାଟଫର୍ମ ଥିଲା। ବର୍ତ୍ତମାନ ମାନହାନୀ ବିବୃତ୍ତି ପାଇଁ ଲୋକଙ୍କୁ କୋର୍ଟ ଚାଲାଣ କରାଯିବ।

ଆମକୁ ସୋସିଆଲ ମିଡିଆର ଶକ୍ତି ବୁଝିବାକୁ ପଡ଼ିବ । ଏହାର ଶକ୍ତି ବିଷୟରେ କୌଣସି ସରକାରଙ୍କ ପାଖରେ ବୁଝିବାର କିଛି ଧାରଣା ନାହିଁ। ତଥାପି, ସରକାର ଏହାକୁ ଦୁର୍ବଳ ନକରି ଏହା ମାଧ୍ୟମରେ ଜନସାଧାରଣଙ୍କୁ ଅଧିକ ଶକ୍ତି ଦେବା ପାଇଁ ଉଦ୍ୟମ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନାତୁଣୀଙ୍କୁ ଦୁର୍ବବ୍ୟହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନ୍ୟାସୀ ଗୌଡ଼(୬୫)ଙ୍କୁ ଗୁରୁବାର ସକାଳ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri